ଭଦ୍ରକ,୧୪/୦୫: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ CAD ଡିଭିଜନର ଜୁନିୟର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ବିଭିନ୍ନ ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।ଏକକାଳୀନ ଭାବେ ୪ଟି ସ୍ଥାନରେ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। ଭଦ୍ରକ ଟାଉନରେ ଥିବା ୩ ମହଲା ଘର, ବାଲେଶ୍ୱରର ପୈତୃକ ଘର, ଭଦ୍ରକସ୍ଥିତ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ମଳିପଡାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଟିମ୍ ତଲାସି ଜାରି ରଖିଛି।ଏହି ଚଢ଼ାଉରେ ୪ଜଣ DSP, ୪ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି।ଆୟ ବହିର୍ଭୁତ ସମ୍ପତ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।
