ଘରୋଇ ଉପାୟରେ କିପରି ପାଇବେ ଉଜ୍ଜ୍ୱଳ ତ୍ୱଚା, ଆସନ୍ତୁ ଜାଣିବା


ଉଜ୍ଜ୍ୱଳ ଚମକଦାର ତ୍ୱଚା ପାଇଁ ସ୍ୟାଫରନ ଆପଣଙ୍କ ନୂତନ ସ୍କିନ କେୟାର ରୁଟିନରେ ସାମିଲ ହୋଇପାରିବ । ବହୁ ଦଶନ୍ଧି ଧରି ସ୍ୟାଫରନକୁ ବିଭିନ୍ନ ଉପାୟରେ ତ୍ୱଚାର ରଙ୍ଗ ଏବଂ ନମନିୟତା ବୃଦ୍ଧି କରିବା ପାଇଁ ବ୍ୟବହାର କରାଯାଉଛି । ବର୍ତ୍ତମାନ ବଜାରରେ ବିଭିନ୍ନ ଧରଣର ସ୍ୟାଫରନ ଉପଲବ୍ଧ ହେଉଥିବା ବେଳେ ଏହା ମଧ୍ୟରେ ଉଜ୍ଜ୍ୱଳତା ବୃଦ୍ଧି କରିବାର ଗୁଣ ରହିଛି । ତେଣୁ ସ୍ୟାଫରନର ଲାଭ ପାଇବା ପାଇଁ ଆପଣ ଏହାକୁ କିପରି ବ୍ୟବହାର କରିବେ, ଆସନ୍ତୁ ଜାଣିବା ।
୧. ନମନୀୟ ତ୍ୱଚା ପାଇଁ – ଆପଣ ସ୍ୟାଫରନକୁ ବ୍ୟବହାର କରି ନିଜେ ଘରେ ଏକ ଫେସପ୍ୟାକର ଏହାର ବ୍ୟବହାର କରିପାରିବେ । ଏହା ଆପଣଙ୍କ ତ୍ୱଚାକୁ ନମନୀୟ ଏବଂ ଉଜ୍ଜ୍ୱଳ କରିଥାଏ । ପ୍ରଥମେ ଗୋଟିଏ ଚାମଚ ଚନ୍ଦନ ପାଉଡର, ୨ରୁ ୩ଟି ସ୍ୟାଫରନ, ଦୁଇ ଚାମଚ ଦୁଗ୍ଧର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ମୁହଁକୁ ଭଲ ଭାବେ ଧୋଇ ଏକ ସଫା କପଡାରେ ପୋଛି ଦିଅନ୍ତୁ । ଏହା ପରେ ସାମାନ୍ୟ ଓଦା ଥିବା ମୁହଁରେ ଏହି ପେଷ୍ଟକୁ ଲଗାଇ ହାଲକା ହାତରେ ମସାଜ କରନ୍ତୁ । ଏହି ପ୍ୟାକକୁ ୨୦ମିନିଟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ୟାକର ଲାଭ ପାଇବା ପାଇଁ ଆପଣ ସପ୍ତାହକୁ ଥରେ ଏହାର ପ୍ରୟୋଗ କରିପାରିବେ ।
୨. ପ୍ରାକୃତିକ ଭାବେ ଚମକଦାର ତ୍ୱଚା ପାଇଁ – ଆପଣଙ୍କ ତ୍ୱଚା ବାହାରର ଧୂଳି ଏବଂ ମଇଳାରେ ରଙ୍ଗ ଫିକା ପଡିଯାଇଛି କି ତେବେ ଚିନ୍ତା କରନ୍ତୁ ନାହିଁ କାରଣ ସ୍ୟାଫରନର ବ୍ୟବହା ଦ୍ୱାରା ଆପଣ ପୁଣି ଥରେ ନିଜ ତ୍ୱଚାର ରଙ୍ଗ ଫେରିପାଇପାରିବ । କିଛି ମାତ୍ରାରେ ସ୍ୟାଫରନକୁ ଗରମ ଦୁଗ୍ଧରେ ମିଶ୍ରଣ କରି ମୁହଁରେ ଏବଂ ବେକରେ ଲଗାନ୍ତୁ ଏବଂ କିଛି ସମୟପରେ ଧୋଇ ଦିଅନ୍ତୁ । ଏହା ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ପ୍ରାକୃତିକ ରଙ୍ଗ ଫେରିବା ସହିତ ତ୍ୱଚାରେ ଚମକ ମଧ୍ୟ ଆସିବ । ପ୍ରତିଦିନ ଖିର ସହିତ ସ୍ୟାଫରନ ପିଇବା ଦ୍ୱାରା ମଧ୍ୟ ତ୍ୱଚାରେ ଚମକ ଆସିଥାଏ । ଆହୁରି ମଧ୍ୟ ଆପଣ ନିଜର ଗାଧୁଆ ପାଣିରେ କିଛି ସ୍ୟାଫରନ ପକାଇ ୨୦ମିନିଟ ପାଇଁ ଭେଦିବାକୁ ଛାଡି ଦେଇପାରିବେ ଯାହା ଧିରେ ଧିରେ ଆପଣଙ୍କ ତ୍ୱଚାର ରଙ୍ଗକୁ ଉଜ୍ଜ୍ୱଳ କରିଥାଏ ।
୩. ବ୍ରଣ ଏବଂ ବ୍ଲାକହେଡ ପାଇଁ ଉପକାରୀ – ସ୍ୟାଫରନର ଆଣ୍ଟି-ଫଙ୍ଗାଲ ଗୁଣ ତ୍ୱଚାରେ ବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଆପଣ କିଛି ତୁଳସୀ ପତ୍ର ଏବଂ ସ୍ୟାଫରନର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଫେସ ପ୍ୟାକ ପରି ଲଗାଇ ରଖନ୍ତୁ ଏବଂ ୧୦ରୁ ୧୫ମିନିଟ ପରେ ଧୋଇଦିଅନ୍ତୁ । ତୁଳସୀ ତ୍ୱଚାର ବ୍ୟାକ୍ଟେରିଆ ଏବଂ ବ୍ରଣକୁ ବିନାଶ କରିବାରେ ସାହାଯ୍ୟ କରିଥାଏ ।
୪. ଶୁଷ୍କ ତ୍ୱଚା ପାଇଁ – କିଛି ବ୍ୟକ୍ତିଙ୍କ ତ୍ୱଚା ଖୁବ ଶୁଷ୍କ ହୋଇଥାଏ । ବଜାରରେ ଉପଲବ୍ଧ ଯେତେ ପ୍ରକାରର ପ୍ୟାକ ଏବଂ କ୍ରିମ ଲଗାଇଲେ ମଧ୍ୟ ତାହା ଠିକ ହୋଇନଥାଏ । କିନ୍ତୁ ଆପଣ ଘରେ ଏପରି ଏକ ମାସ୍କର ବ୍ୟବହାର କରିପାରିବେ ଯାହା ତ୍ୱଚାକୁ ନମନୀୟ ଏବଂ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିବ । ଦୁଇରୁ ତିନି ଚାମଚ ଲେମ୍ବୁ ରସ, ଗୋଟିଏ ଚାମଚ ସ୍ୟାଫରନ ପାଉଡର , ଗୋଟିଏ ଚାମଚ ଖିରର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ୨୦ମିନିଟ ଲଗାଇ ରଖନ୍ତୁ । ଏହା ପରେ ହାଲକା ଗରମ ପାଣିରେ ଧୋଇ ଦିଅନ୍ତୁ ।
୫. ଫିକା ତ୍ୱଚା ପାଇଁ – ଆପଣଙ୍କ ତ୍ୱଚା ଫିକା ଲାଗୁଥିଲେ ଆପଣ ଘରେ ସ୍ୟାଫରନ ସହିତ ଏକ ମିଶ୍ରଣ ପ୍ରସ୍ତୁତ କରିପାରିବେ ଯାହା ଆପଣଙ୍କ ତ୍ୱଚାକୁ ନମନୀୟ କରିବା ସହିତ ତ୍ୱଚାରେ ଉଜ୍ଜ୍ୱଳତା ଫେରାଇଆଣିବାରେ ସାହାଯ୍ୟ କରିଥାଏ । ଆପଣ ଗୋଟିଏ ଚାମଚ ଗରମ ପାଣିରେ ଦୁଇ ତିନୋଟି ସ୍ୟାଫରନ ପକାଇ ରିତ ଭରି ରଖନ୍ତୁ । ପରଦିନ ସକାଳୁ ସେଥିରେ ଗୋଟିଏ ଚାମଚ ଖିର, ଦୁଇ ଚାମଚ ନଡିଆ ତେଲ ଏବଂ ଗୋଟିଏ ଚାମଚ ଚିନି ମିଶାନ୍ତୁ । ଗୋଟିଏ ବ୍ରେଡ ସ୍ଲାଇସକୁ ନେଇ ମୁହଁରେ ଥାପନ୍ତୁ ଏବଂ ୧୫ମିନିଟ ପର୍ଯ୍ୟନ୍ତ ଏହାକୁ ଶୁଖାଇ ଦିଅନ୍ତୁ । ଏହା ଆପଣଙ୍କ ଫିକା ତ୍ୱଚାକୁ ନମନୀୟ କରିବା ସହିତ ଡାର୍କ ସରକଲର ନିରାକରଣ କରିବାରେ ସାହାଯ୍ୟ କରିଥାଏ । ଏହା ତ୍ୱଚାରେ ରକ୍ତ ସଂଚାଳନ ବୃଦ୍ଧି କରି ତ୍ୱଚାରେ ଚମକ ଆଣିଥାଏ ।


Share It

Comments are closed.