ପବିତ୍ର ପୌଷ ପୂର୍ଣ୍ଣିମାର କ’ଣ ରହିଛି ମାହାତ୍ମ୍ୟ, ଆସନ୍ତୁ ଜାଣିବା


ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ମକର ସଂକ୍ରାନ୍ତି ପରେ ପୌଷ ପୂର୍ଣ୍ଣିମା ପଡିଥାଏ । ଆଜି ସେହି ପବିତ୍ର ପୌଷ ପୂର୍ଣ୍ଣିମା । ଭାରତୀୟ ପରମ୍ପରାରେ ବିଭିନ୍ନ ସଂକ୍ରାନ୍ତି ଏବଂ ପୂର୍ଣ୍ଣିମାର ବିଭିନ୍ନ ଧାର୍ମିକ ବିଶ୍ୱାସ ରହିଛି । ସେଥିମଧ୍ୟରୁ ଏହି ପୌଷ ପୂର୍ଣ୍ଣିମା ଅନ୍ୟତମ । ଏହା ଏକ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ କାରଣ ଏହା ପର ଦିନ ପବିତ୍ର ମାଘ ମାସର ପ୍ରାରମ୍ଭ ହୋଇଥାଏ । ଆସନ୍ତୁ ଜାଣିବା କଣ ରହିଛି ଏହି ପୌଷ ପୂର୍ଣ୍ଣିମାର ପୌରାଣିକ ବିଶ୍ୱାସ ………
୧. ଏହି ଦିନରେ ପୌରାଣିକ ବିଶ୍ୱାସ ଅନୁଯାୟୀ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ସଂଗମରେ ଆବାଳ ବୃଦ୍ଧ ବନିତା ବୁଡ ପକାଇଥାନ୍ତି । ସଂଗମରେ ବୁଡ ପକାଇବା ଦ୍ୱାରା ସ୍ୱର୍ଗ ପ୍ରାପ୍ତି ହେବା ସହିତ ବହୁ ଜନ୍ମର ପାପ କ୍ଷରଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି । ଏହା ପରେ ଭକ୍ତମାନେ ଶିବ ମନ୍ଦିର ଦର୍ଶନ ପାଇଁ ଯାଇଥାନ୍ତି । ଏହା ସେମାନଙ୍କର ଦ୍ୱିତୀୟ ସ୍ନାନ ।
୨. ପ୍ରୟାଗରେ ମକର ସଂକ୍ରାନ୍ତି ଠାରୁ ପ୍ରାରମ୍ଭ ହୋଇଥିବା କୁମ୍ଭ ମେଳାରେ ବହୁ ବ୍ୟକ୍ତି ନଜିର ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରିଥାନ୍ତି । କେବଳ ପ୍ରୟାଗ ନୁହେଁ ଧର୍ମାବଲମ୍ବୀମାନେ ଉଜ୍ଜୟନୀ ଏବଂ ନାସିକ ଇତ୍ୟାଦି ସଂଗମ ସ୍ଥାନକୁ ମଧ୍ୟ ଯାଇଥାନ୍ତି । ସେମାନେ ମଧ୍ୟ ମାଘ ମାସ ଶେଷ ପ ର୍ଯ୍ୟନ୍ତ ସେଠାରେ ରହି ସନ୍ୟାସୀ ଜୀବନଯାପନ କରିଥାନ୍ତି ।
୩. ଏହି ଦିନ ଠାରୁ ମାଘ ମାସକୁ ପାଳନ କରୁଥିବା ଭକ୍ତ ଦିନକୁ ମାତ୍ର ଥରେ ଭୋଜନ କରି ଗଙ୍ଗାରେ ଦିନକୁ ୩ଥର ବୁଡ ପାକଇଥାନ୍ତି । ଏହା ଦ୍ୱାରା ସେମାନଙ୍କ ରୋଗ ବ୍ୟାଧି ଦୂର ହୋଇଥାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।
୪. ଏହି ପବିତ୍ର ପୌଷ ପୂର୍ଣ୍ଣମିରେ ମଧ୍ୟ ସାଖାମ୍ବରୀ ଜୟନ୍ତୀ ପାଳନ କରାଯାଇଥାଏ । ସାଖାମ୍ବରୀ ହୋଉଛନ୍ତି ଗଥ, ପତ୍ର, ଫୁଲ ଏବଂ ଫଳର ଦେବୀ । ତାଙ୍କୁ ପୂଜା କରିବା ଦ୍ୱାରା ଦେଶରେ ୧୦୦ ବର୍ଷ ପର୍ଯ୍ୟନ୍ତ ମରୁଡି ପଡିନଥାଏ ଏବଂ ଖାଦ୍ୟର ଅଭାବ ହୋଇନଥାଏ । ବିଶ୍ୱାସ ରହିଛି କି ମାନବ, ପଶୁ ପକ୍ଷୀ ଏବଂ ଜୀବଜନ୍ତୁଙ୍କ ରକ୍ଷା କରିବା ପାଇଁ ମା ଶକ୍ତି ଧରାକୁ ସାଖାମ୍ବରୀ ଦେବୀ ରୂପରେ ଅବତରଣ କରିଥାନ୍ତି ।
୫. ଓଡିଶାରେ ଏହି ପୌଷ ପୂର୍ଣ୍ଣିମାରେ ପିଠା ପଣା ପ୍ରସ୍ତୁତ କରାଯାଇ ଘରେ ଘରେ ବଣ୍ଟାଯାଏ ଏବଂ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ । ଏବଂ ବିଭିନ୍ନ ଜିଲ୍ଲାରେ ଛୋଟ ପିଲାମାନେ ଘରରୁ ଘର ଖାଦ୍ୟ ଶସ୍ୟ ମାଗିଥାନ୍ତି ଏବଂ ସମସ୍ତଙ୍କ ଠାରୁ ଆର୍ଶିବାଦ ଗ୍ରହଣ କରିଥାନ୍ତି । ସେହିପରି ବରଗଡ ଜିଲ୍ଲାରେ ପୌଷ ପୂର୍ଣ୍ଣମି ପରଦିନ କଂସ ରାଜାର ହତ୍ୟା କରି ମଥୁରା ବିଜୟ କରିଥାନ୍ତି କୃଷ ବଳରାମ । ଓଡିଶା ପରି ମଧ୍ୟ ଦେଶର ବିିଭିନ୍ନ ରାଜ୍ୟରେ ଏହାର ବିଶେଷତଃ ରହିଛି ।


Share It

Comments are closed.