ପୁଣିଥରେ ସମାଲୋଚନାର ଶୀକାର ହେଲେ ଅନୁଷ୍କା


ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଦିନିକିଆ ବିଶିଷ୍ଟ ସିରିଜ ଏବଂ ୩ଟି ଟି-୨୦ ମ୍ୟାଚ ଖେଳାଯିବାର ଅଛି । ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ‘ଓକଲାଣ୍ଡ’ରେ ପହଞ୍ଚିସାରିଲେଣି । ଭାରତୀୟ ଦଳ ସହିତ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ‘ଓକଲାଣ୍ଡ’ରେ ପହଞ୍ଚିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ତାଙ୍କ ଅନେକ ଲୋକ ସମାଲୋଚନା ମଧ୍ୟ କରିଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତ ହେଉ କିମ୍ବା ବିସିସିଆଇର କୌଣସି ଓøପଚାରିକ କାର୍ଯ୍ୟକ୍ରମ, ସବୁ କ୍ଷେତ୍ରରେ ଅନୁଷ୍କାଙ୍କୁ ଭାରତୀୟ ଦଳ ସହ ଦେଖିବାକୁ ମିଳିଥାଏ କିନ୍ତୁ ବର୍ତ୍ତମାନ ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ମଧ୍ୟ ଠିକ ସମାନ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଜଣେ କ୍ରିକେଟପ୍ରେମୀ ଅନୁଷ୍କାଙ୍କୁ ସମାଲୋଚନା କରି କହିଛନ୍ତି ଯେ, “ବର୍ତ୍ତମାନ ସମୟ ଆସିଯାଇଛି ଅନୁଷ୍କାଙ୍କୁ ପ୍ଲେଇଙ୍ଗ ୧୧ରେ ଖେଳାଇବା ପାଇଁ ।”
କେବଳ ଏତିକି ନୁହେଁ ଏୟାରପୋର୍ଟରେ ଅନେକ ଗୁଡିଏ ବ୍ୟାଗ ସହ ଅନୁଷ୍କା ନଜର ଆସିଥିଲେ, ଯାହାକୁ ନେଇ ଅନେକାଂଶ କହିଥିଲେ “ବର୍ତ୍ତମାନ ଦଳ ତାଙ୍କ ହୋଟେଲ ଏବଂ କିଣାକିଣି ଖର୍ଚ୍ଚ ମଧ୍ୟ ଭରଣ କରୁଛି । ”


Share It

Comments are closed.