କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିପାରନ୍ତି ‘ଉର୍ମିଲା’


ନିର୍ବାଚନୀ ତାରିଖ ଦିନକୁ ଦିନ ଯେତେ ପାଖେଇ ଆସୁଛି ଏହା ନେଇ ଲୋକଙ୍କ ମନରେ ଚଞ୍ଚକତା ମଧ୍ୟ ସେତେ ଭରିବାରେ ଲାଗିଲାଣି । ସବୁ ଦଳରେ ମିଶ୍ରଣ ପର୍ବ ଚାଲିଥିବାବେଳେ ସେପଟେ ଅଭିନେତାଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜନୀତି ପ୍ରତି ଆକୃଷ୍ଟ ହେବାରେ ଲାଗିଲେଣି ।
ତେବେ ମିଲିଥିବା ସୂଚନା ମୁତାବକ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ବଲିଉଡର ଲୋକପ୍ରିୟ ନାୟିକା ‘ଉର୍ମିଲା ମାତୋଣ୍ଡକର’ । ସେ କଂଗ୍ରେସ ଟିକେଟରୁ ଏଥିର ମୁମ୍ବାଇ ଆସନରେ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇ ପାରନ୍ତି । ସେ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ।
ଏହାକୁ ନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଞ୍ଜୟ ନିରୁପମ, ରାଜ୍ୟ କଂଗ୍ରେସ ପ୍ରବକ୍ତା ଏବଂ ଉର୍ମିଲାଙ୍କ ପରିବାର ମଧ୍ୟରେ ଏହି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ କେହିବି ମୁହଁ ଖୋଲିନଥିବାବେଳେ ସେ ଖୁବ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।
ମୁମ୍ବାଇରେ ୨୯ ଏପ୍ରେଲରେ ନିର୍ବାଚନ ହେବାକୁ ଥିବାବେଳେ ଯଦି ସେ କଂଗ୍ରେସ ତରଫରୁ ନିର୍ବାଚନ ଲଢନ୍ତି ତେବେ ସେ ବିଜେପି ସାଂସଦ ଗୋପାଲ ସେଟ୍ଟୀଙ୍କୁ ସେଠାରେ ଟକ୍କର ଦେବେ । ଏହା ଲୋକସଭା ଆସନଟି ବିଜେପି ଗଡ ଥିବାବେଳେ ଏହାକୁ କଂଗ୍ରେସ ଦଖଲ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛି ।


Share It

Comments are closed.