ଏକା ସାଙ୍ଗେ ଗର୍ଭବତୀ ହେଲେ ହସ୍ପିଟାଲରେ କାର୍ଯ୍ୟରତ ଥିବା ସମସ୍ତ ନର୍ସ


ସଂଯୁକ୍ତ ରାଷ୍ଟ୍ର ଆମେରିକାର ପୋର୍ଟଲାଣ୍ଡ ଅଞ୍ଚଳରୁ ଏକ ବିସ୍ମୟକର ଘଟଣାଟି ସାମନାକୁ ଆସିଛି । ଖବରଟି ଏହା ଯେ, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ପୋର୍ଟଲାଣ୍ଡ ଅଞ୍ଚଳସ୍ଥିତ ଏକ ଘରୋଇ ହସ୍ପିଟାଲର ‘ଲେବର ଆଣ୍ଡ ଡେଲିଭରୀ’ ୟୁନିଟରେ କାର୍ଯ୍ୟରତ ଥିବା ସମସ୍ତ ୯ ଜଣ ନର୍ସ ଏକା ସାଙ୍ଗରେ ଗର୍ଭବତୀ ହୋଇଛନ୍ତି ।
ଏହି ସମସ୍ତ ନର୍ସଙ୍କ ଡେଲିଭରି ଆପ୍ରେଲ ଏବଂ ଜୁଲାଇରେ ହେବ ବୋଲି ଜଣାପଡିଥିବାବେଳେ ମେଡିକାଲ ବିଭାଗ ପକ୍ଷରୁ ଏହି ଘଟଣା ସଂପର୍କରେ ସୂଚନା ଦିଆଯାଇଛି ଏବଂ ମେଡିକାଲର କର୍ତ୍ତୁପକ୍ଷ ଏହି ଘଟଣାକୁ ନେଇ ନିଜ ଖୁସି ଜାହିର କରି କହିଛନ୍ତି ଯେ “ବୋନାଞ୍ଜା ଅଫ ବେବିସ” ।

ହସ୍ପିଟାଲ ପକ୍ଷରୁ ଏହି ଘଟଣା ସଂପର୍କରେ ଫେସବୁକରେ ଏକ ପୋଷ୍ଟ ସେୟାର କରାଯିବା ସହ ସମସ୍ତ ନର୍ସଙ୍କର ଏକ ଫଟୋ ମଧ୍ୟ ଛଡାଯାଇଥିଲେ । ଯେଉଁଥିରେ ସମସ୍ତେ ନିଜର ‘ବେବି ବମ୍ପ’ ଉପରେ ହାତ ରଖିବା ସହ ଅନ୍ୟ ହାତରେ ନିଜର ଡେଲିଭରି କାର୍ଡ ମଧ୍ୟ ଧରିଥିବାର ନଜର ସାମନାକୁ ଆସିଥିଲା ।
ସବୁଠାରୁ ମୁଖ୍ୟକଥା ହେଲା ଏହି ଗର୍ଭଧାରଣ ଯୋଗୁଁ ବିଭାଗରେ କାମ କରୁଥିବା ସମସ୍ତ ନର୍ସ ପରସ୍ପରର ଉତ୍ତମ ଯତ୍ନ ନେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, “ଗୋଟିଏ ସମୟ ଆସିଲା, ଯେତେବେଳେ ଆମେ ସମସ୍ତ ପରସ୍ପରକୁ ଜଣାଇଥିଲୁ ଯେ, ‘ମୁଁ ଗର୍ଭବତୀ ଅଛି ’ । ଏହା ଏକ ଆନ୍ଦନଦାୟକ ମୂହୂର୍ତ୍ତ । ଆମେ ସମସ୍ତ ଖୁସି ଅଛୁ । ”
ହସ୍ପିଟାଲ ନିଜେ ମଧ୍ୟ କାର୍ଯ୍ୟରତ ଥିବା ଏହି ସମସ୍ତ ନର୍ସଙ୍କୁ ଯତ୍ନବାନ ରହିଛି । ତାଙ୍କର ଡାଏଟ ଠାରୁ ନେଇ ସିପ୍ଟ ପର୍ଯ୍ୟନ୍ତ ହସ୍ପିଟାଲ ପକ୍ଷରୁ ଖୁବ ସ୍ୱତନ୍ତ୍ର ଭାବେ ଦେଖାଶୁଣା କରୁଛି ।


Share It

Comments are closed.