ରାହୁଲ ପୁଣି ଦେଲେ ବିରୋଧୀଙ୍କୁ ମାଷ୍ଟର ଷ୍ଟ୍ରୋକ


ନିର୍ବାଚନ ପଇଁ ମାତ୍ର ତିନି ସପ୍ତାହ ବାକି ରହିଥିବା ବେଳେ କେନ୍ଦ୍ରରେ ନିଜର ସ୍ଥାନ ମଜବୁତ କରିବା ପାଇଁ ବିଭିନ୍ନ ରାଜନିତିକ ପାର୍ଟି ବିଭିନ୍ନ ପ୍ରତିଶ୍ରୁତି ଦେଉଥିବା ବେଳେ ରାହୁଲ ଗାନ୍ଧି ଏକ ବଡ ଘୋଷଣା କରିଛନ୍ତି । ରାହୁଲ ଏକ ନିଶ୍ଚିନ୍ତ ଆୟ ଯୋଜନା ନ୍ୟାୟ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଅର୍ନ୍ତଭୁକ୍ତ ରାହୁଲ ଦେଶର ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ଟ.୭୨,୦୦୦ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । କେନ୍ଦ୍ରରେ କଂଗ୍ରେସକୁ ଭୋଚ ମିଳିଲେ ସେ ଏହି ଯୋଜନା କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି । ଉକ୍ତ ଯୋଜନାରେ ପାଖାପାଖି ୫କୋଟି ପରିବାର ଉପକୃତ ହେବେ ବୋଲି ଆଶା କରାଯାଉଛି ।
ଋିପୋର୍ଟରମାନଙ୍କୁ ଏହି ଯୋଜନା ବିଷୟରେ ଜଣାଇ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି କହିଥିଲେ ଯେ ପାର୍ଟି ପାଖାପାଖି ୪-୫ମାସ ହେବ ଏହି ଯୋଜନା ଉପରେ କାର୍ଯ୍ୟ କରୁଛି । ଏହି ଯୋଜନାରେ ୨୫କୋଟି ବ୍ୟକ୍ତି ତଥା ୫କୋଟି ପରିବାର ଉପକୃତ ହୋଇପାରିବେ । କଂଗ୍ରେସ ଦେଶରେ ଦାରିଦ୍ର‌୍ୟ ଦେଖିପାରିବ ନାହିଁ । ମୋଦିଙ୍କ ଶାସନରେ ଦେଶ ଦୁଇଭାଗ ହୋଇଯାଇଛି । ଗୋଟିଏ ଗରିବମାନଙ୍କ ପାଇଁ ଏବଂ ଅନ୍ୟଟି ଧନୀମାନଙ୍କ ପାଇଁ । ଆମେ ଏପରି ଏକ ଭାରତ ଚାହୁଁଛୁ ଯେଉଁଠାରେ ଗୋଟିଏ ଦରିଦ୍ର ମଧ୍ୟ ସମ୍ମାନର ସହିତ ଚଳିପାରିବ । ଏହି ଯୋଜନା ଫେଜ ଆକାରରେ କାର୍ଯ୍ୟକାରୀ ହେବ ।


Share It

Comments are closed.