ସାମୁହିକ ସମର୍ପଣର ପ୍ରତିକ – ଶୋଭା ବଢାଇବ ନୂଆ ଚାନ୍ଦି ମୁକୁଟକୁ ପିତଳ ମେଢ
କଟକ : ଖୁବ ଧୂମଧାମରେ ପୂଜା ଆୟୋଜନ ପାଇଁ କଟକ ସ୍ଥିତ ଉଦୟସଙ୍ଘ କ୍ଲବ ସର୍ବଦା ଚର୍ଚ୍ଚାରେ ରହି ଆସିଥାଏ । ଚଳିତ ବର୍ଷ ଗଣେଷ ପୂଜାର ପବିତ୍ର ଅବସରରେ ଏକ ବିଶେଷ ପଦକ୍ଷେପ ନିଆଯାଇଛି । ଭଗବାନ ବିଘ୍ନନାଶକଙ୍କ ପାଇଁ ନୂଆ ଚାନ୍ଦିର ମୁକୁଟ ଓ ପିତଳ ମେଢ ପ୍ରସ୍ତୁତ ହୋଇଛି ।
ଭକ୍ତ ଏବଂ କ୍ଲବ ସଦସ୍ୟଙ୍କ ଅନୁଦାନରେ ଏହି ଆଭୂଷଣ ଓ ମେଢ ପ୍ରସ୍ତୁତ ହୋଇଛି । ଆସନ୍ତା କାଲି ଠାରୁ ନୂଆ ଶୃଙ୍ଘାରରେ ଶୋଭିତ ପାଇବାକୁ ଥିବା ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳ ଠାରୁ ଭକ୍ତଙ୍କ ଭିଡ ଲାଗିବ ।
କ୍ଲବ ପକ୍ଷରୁ ଦଆଯାଇଥିବା ସୂଚନା ମୁତାବକ “ ଏହା କେବଳ ଏକ ଶୃଙ୍ଗାର ନୁହେଁ, ଆମର ଆସ୍ଥା ଓ ସାମୁହିକ ସମର୍ପଣର ପ୍ରତିକ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସାମାଜିକ କାର୍ଯ୍ୟକ୍ରମ, ସାଂସ୍କୃତିକ ପ୍ରଦର୍ଶନୀ ଓ ନିଷ୍ଠାପୂର୍ଣ୍ଣ ପୂଜା-ଅର୍ଚ୍ଚନା ହେବ । ”
ରାଜଧାନୀ ଭୁବନେଶ୍ୱର ସହିତ କଟକ, ପୁରୀ, ସମ୍ବଲପୁର ଇତ୍ୟାଦି ସହରରେ ବିଭିନ୍ନ ପେଣ୍ଡାଲ , କ୍ଲବ, ଶିକ୍ଷନୁଷ୍ଠାନ ଏବଂ ଅଫିସ ରେ ଶ୍ରୀ ଗଣେଷ ଆସନ୍ତା କାଲି ପୂଜା ପାଇବେ । ଏଥିପାଇଁ ପୋଲିସ ବିଶେଷ ସୁରକ୍ଷା ବ୍ୟବସ୍ଥା ଓ ପରିଚ୍ଛନ୍ନତା ପାଇଁ ନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।
Comments are closed.