ତିମି ମାଛର ବାନ୍ତି ବିକିବାକୁ ଯାଇ ଗିରଫ ହେଲେ ଯୁବକ


ଘଟଣାଟି ମୁମ୍ବାଇର ଅଟେ । ମିଳିଥିବା ସୂଚନା ମୁତାବକ, ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ବେଆଇନ ଭାବେ ତିମି ମାଛର ବାନ୍ତି ନେଇକି ଯାଉଥିବାରୁ ପୋଲିସ ତାକୁ ଗିରଫ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ , ରାହୁଲ ତୁଫାର ନାମକ ଜଣେ ବ୍ୟକ୍ତି ରେଳ ଷ୍ଟେସନରେ ବେଆଇନ ଭାବେ ତିମି ମାଛର ବାନ୍ତି ମୁମ୍ବାଇରୁ ବିହାର ନେଇକି ଯାଉଥିବା ସମୟରେ ପୋଲିସ ହାତରେ ଧରା ପଡିଥିଲା ।
ସେ ଏହାକୁ ବିଧା ବିହାର ଷ୍ଟେସନ ନିକଟରେ ବିକବା ପାଇଁ ଯୋଜନା ଚଳାଇଥିଲା । ଯାହା ଫଳରେ ପୋଲିସ ଉକ୍ତ ବ୍ୟକ୍ତି ନିକଟତରୁ ୧ କିଲୋ ୧୩୦ ଗ୍ରାମ ତିମି ମାଛର ବାନ୍ତି ଜବତ କରିଥିଲା । ଆପଣମାନେ ଭାବୁଥିବେ ଏହି ତିମି ମାଛର ବାନ୍ତିରେ ଏମିତି କ’ଣ ରହିଛି ? ଯାହାକୁ ସେ ବିକିବା ପାଇଁ ଏତେ ଯୋଜନା ଚଳାଇଥିଲା ଏବଂ ପୋଲିସ ଦ୍ୱାରା ଗିରଫ ହୋଇଥିଲା ।

ପ୍ରକାଶ ଥାଉକି, ଏହାକୁ ସମୁଦ୍ରର ଭାସମାନ ସୁନା କୁହାଯାଏ । ବେଳେ ବେଳେ ଏହା ତିମି ମାଛର ମଳ ଆକାରରେ ମଧ୍ୟ ବାହାରି ଥାଏ । ଏଥିରେ ପ୍ରଚୁର ପରିମାଣରେ ‘ଏମ୍ବ୍ରିଗ୍ରିସ’ ରହିଥାଏ । ଯାହାର ବ୍ୟବହାର ଫରର୍ଫୁମ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଥାଏ । ଏହି ‘ଏମ୍ବ୍ରିଗ୍ରିସ’ ଗଲ୍ଫ ଦେଶ ମାନଙ୍କରେ ବିକ୍ରି ହୋଇଥାଏ । ତେବେ ଜବତ ହୋଇଥିବା ଏହି ୧ କିଲୋ ୧୩୦ ଗ୍ରାମ ତିମି ମାଛ ବାନ୍ତର ମୂଲ୍ୟ ୧.୭୦ କୋଟି ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶ ଥାଉକି ତିମି ମାଛ ଲୁପ୍ତପ୍ରାୟ ପ୍ରାଣୀ ହୋଇଥିବା ହେତୁ ତାହାର ଶୀକାର କରିବା ବର୍ତ୍ତମାନ ନିଷେଧ ଅଟେ । ବର୍ତ୍ତମାନ ଅନେକ ଦେଶ ଏହି ପ୍ରଜାତିକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା ଚଳାଇଛନ୍ତି ।


Share It

Comments are closed.