ଦେଶ ଦ୍ରୋହ ମାମଲାରେ ଛନ୍ଦି ହେଲେ ପ୍ରସିଦ୍ଧ ବଲିଉଡ ଗାୟିକା ‘ହାର୍ଡ କୋର’


ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବଲିଉଡ ସିଙ୍ଗର ‘ହାର୍ଡ କୋର’ ବର୍ତ୍ତମାନ ବିବାଦ ଘେରକୁ ଚାଲି ଆସିଛନ୍ତି । ‘ହାର୍ଡ କୋର’ଙ୍କର ଏହି ବିବାଦୀୟ ମନ୍ତବ୍ୟ ଦ୍ୱାରା ତାଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ରୁଜୁ ହୋଇଛି । ୩୯ ବର୍ଷୀୟା ଏହି ଗାୟିକା ଇନଷ୍ଟାଗ୍ରାମରେ ଭିନ୍ନ ଭିନ୍ନ ପୋଷ୍ଟ ଜରିଆରେ ମୋହନ ଭାଗବତ ଏବଂ ଯୋଗୀ ଆଦିତ୍ୟନାଥ କଟୁ ସମାଲୋଚନା କରିଥିଲେ ।
ମିଳିଥିବା ସୂଚନା ମୁତାବକ, ‘ହାର୍ଡ କୋର’ଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ ଧାରା ୧୨୪ଏ, ୧୫୩ଏ, ୫୦୦, ୫୦୫ ଏବଂ ୬୬ ଆଇଟି ଆକ୍ଟ ଭଳି ଅନେକ ମାମଲା ରୁଜୁ ହୋଇଛି ।
‘ହାର୍ଡ କୋର’, ମୋହନ ଭାଗବତଙ୍କୁ ଜାତୀବାଦୀ ନେତା ବୋଲି କହି କେବଳ ସମ୍ବୋଦିତ କରିନଥିଲେ ବରଂ ଏହା ସହ ଦେଶରେ ହୋଇଥିବା ଅନେକ ଆତଙ୍କବଦୀ ଆକ୍ରମଣ ପାଇଁ ଆରଏସଏସକୁ ଦାୟୀ ମଧ୍ୟ କରିଥିଲେ । ୨୬-୧୧ ମୁମ୍ବାଇ ଆକ୍ରମଣ ଠାରୁ ନେଇ ପୁଲୱାମା ଆତଙ୍କବଦୀ ଆକ୍ରମଣ ପର୍ଯ୍ୟନ୍ତ ସମସ୍ତ କାଣ୍ଡ ପାଇଁ ସେ ଆରଏସଏସକୁ ଦାୟୀ କରିଥିଲେ ।

ସେ ନିଜ ଫେସବୁକରେ ମୋହନ ଭାଗବତଙ୍କ ଫଟୋକୁ ସେୟାର କରି ଲେଖିଥିଲେ ଯେ, “ଇତିହାସରେ ମହାତ୍ମା ଗାନ୍ଧୀ ଏବଂ ମହାବୀର, ବ୍ରାହ୍ମଣବାଦୀ ଜାତୀ ବ୍ୟବସ୍ଥା ପାଇଁ ସଂଗ୍ରାମ କରିଥିଲେ କିନ୍ତୁ ଆପଣ ରାଷ୍ଟ୍ରବାଦୀ ନୁହନ୍ତି । ”
ଏହାର ଗୋଟିଏ ଦିନ ପରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ହୋଇଛି ।


Share It

Comments are closed.