ଭାରତର ବିଜୟ ପରେ ବିରାଟଙ୍କୁ ଖୁସିରେ ଆଲିଙ୍ଗନ କଲେ ରଣବୀର


ଗତ କାଲି ବିଶ୍ୱକପରେ ଭାରତ ତାହାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଠାରୁ ଐତିହାସିକ ବିଜୟ ହାସଲ କରିଛି । ଗତ କାଲି ଭାରତ ଡିଏଲ ପ୍ରଣାଳୀ ଆଧାରରେ ପାକିସ୍ତାନ ଠାରୁ ୮୯ ରନରେ ବିଜୟ ହାସଲ କରିଥିଲା । ଭାରତର ଏହି ବିଜୟକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ବଡ ବଡ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥି ଯୋଗୁଁ ଉତ୍ସବ ମନାଉଥିବାବେଳେ ଏହି ସମୟରେ ରଣବୀର ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଭାରତର ବିଜୟ ପରେ ରଣବୀର ପଡିଆରେ ଉପସ୍ଥିତ ରହି ଅଧିନାୟକ ବିରାଟ କୋହଲିଙ୍କୁ ଅଭିନନ୍ଦନ ଜଣାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ରଣବୀର, କୋହଲିଙ୍କ ସମେତ ଦଳର ଅନ୍ୟାନ୍ୟ ଖେଳାଳୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।

ରଣବୀରଙ୍କ ଏହି ଉତ୍ସାହପୂର୍ଣ୍ଣ ଅନ୍ଦାଜ ମ୍ୟାଚ ଆରମ୍ଭରୁ ଦେଖିବାକୁ ମିଳିଥିଲା । ରଣବୀରଙ୍କୁ ମ୍ୟାଚ ସମୟରେ କେତେବେଳେ ପଡିଆରେ ତ ଆଉ କେତେବେଳେ ପୂର୍ବତ୍ତନ କ୍ରିକେଟର ସୁନିଲ ଗାଭାଷ୍କାର, ବିରେନ୍ଦ୍ର ସେହୱାଗ ଏବଂ ହରଭଜନ ସିଂହଙ୍କ ସହ କମେଣ୍ଟ୍ରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ପ୍ରକାଶ ଥାଉକି ରଣବୀରଙ୍କର ବର୍ତ୍ତମାନ ୧୯୮୩ ବିଶ୍ୱକପ ଉପରେ ଅଧାରିତ ଫିଲ୍ମ ୮୩ର ସୁଟିଙ୍ଗ ପାଇଁ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏହି ଫିଲ୍ମରେ ରଣବୀର କପିଲ ଦେବଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବାବେଳେ ତାଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ ଦୀପିକା । ଏହି ଫିଲ୍ମ ୧୯୮୩ରେ ଭାରତ ବିଶ୍ୱକପ ବିଜୟ ଉପରେ ଆଧାରିତ ।


Share It

Comments are closed.