୩୮୨ ଦିନ ଯାଏଁ ଉପବାସ ରହିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ


ଜଣେ ମଣିଷ କେତେ ଦିନ ଧରି ଉପବାସ ରହିପାରିବ ? ଆପଣମାନେ ଭାବୁଥିବେ ବେଶିରୁ ବେଶି ୫ ଦିନ କିମ୍ବା ୧୦ ଦିନ । କିନ୍ତୁ ଏହି ଉପବାସକୁ ନେଇ ଏଭଳି ଏକ କାହଣୀ ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କଟଲାଣ୍ଡରେ ବସବାସ କରୁଥିବା ‘ଅଙ୍ଗସ ବାରବେରୀ’ ନାମକ ଜଣେ ବ୍ୟକ୍ତି ୩୮୨ ଦିନ ଧରି ଉପବାସ ରହିଥିଲେ । ଯାହାକୁ ନେଇ ଏକ ବିରଳ କାହାଣୀ ମଧ୍ୟ ଶୁଣିବାକୁ ମିଳିଛି ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ଉକ୍ତ ବ୍ୟକ୍ତି ଜଣଙ୍କୁ ଏହା କରିବାକୁ କୌଣସି ବାଧ୍ୟବାଧକତା ନଥିଲା ମଧ୍ୟ ନିଜ ଓଜନ କମାଇବା ପାଇଁ ସେ ଏହିଭଳି ଦୁଃସାହସିକ କାର୍ଯ୍ୟ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକର ଏହି ଦୁଃସାହସିକ କାର୍ଯ୍ୟ ଯୋଗୁଁ ତାଙ୍କ ଶରୀରର ଓଜନ ୨୦୬ କିଲୋ ୮୧ କିଲୋ ପର୍ଯ୍ୟନ୍ତ ହ୍ରାସ ଘଟିଥିଲା ।
ଏହି ବ୍ୟକ୍ତି ଜଣଙ୍କର ବୟସ ୨୭ ବର୍ଷ ହୋଇଥିବାବେଳେ ସେ ନିଜ ମୋଟପଣକୁ ନେଇ ଖୁବ ଜୋରସେ ଚିନ୍ତିତ ଥିଲେ । ବ୍ୟକ୍ତି ଜଣଙ୍କର ନାମ ହେଉଛି ‘ଅଙ୍ଗସ’ । ଅଙ୍ଗସ ନିଜ ମୋଟପଣକୁ ନେଇ ଖୁବ ଚିନ୍ତିତ ଥିଲେ ଏବଂ କୌଣସି ପ୍ରକାରରେ ସେ ନଜ ଓଜନ କମ କରିବା ପାଇଁ ଚାହୁଁଥିଲେ । ଏହି କାରଣରୁ ଉପବାସକୁ ନିଜ ମୁଖ୍ୟ ଅସ୍ତ୍ର ଭାବିନେଲେ ଏବଂ ଦୀର୍ଘ ୩୮୨ ଦିନ ଯାଏଁ କୌଣସିବି ଖାଦ୍ୟ ମଧ୍ୟ ଗ୍ରହଣ କରିନଥିଲେ ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ସେ ଦୀର୍ଘଦିନ ୩୮୨ ଦିନ ଯାଏଁ ଉପବାସ ରହିବା ସତ୍ତେ୍ୱ ମଧ୍ୟ ମାନସିକ ଏବଂ ଶାରୀରିକ ରୂପେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ।
କେବଳ ଏତିକି ନୁହେଁ ଉପବାସ ସମୟରେ ଅଙ୍ଗସ ନିଜ ଶରୀରର ଖୁବ ଯତ୍ନ ନେଉଥିଲେ । ସେଥିପାଇଁ ସେ ବାରମ୍ବାର ହସ୍ପିଟାଲ ଯାଇ ଚେକଅଫ ମଧ୍ୟ କରୁଥିଲେ । ପ୍ରକାଶ ଥାଉକି ଏହି ଘଟଣାଟି ବର୍ତ୍ତମାନ ସମୟର ନହେଲେ ମଧ୍ୟ ୧୯୭୩ ମସିହାର ଅଟେ ।


Share It

Comments are closed.