କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱରରେ ବିରଳ ଏବଂ କଷ୍ଟକର ଚିକିତ୍ସା


ନିକଟରେ ନବରଙ୍ଗପୁର ଜିଲ୍ଲାର ୩୫ ବର୍ଷ ବୟସ୍କ ଏକ ବ୍ୟକ୍ତି କଳିଙ୍ଗ ହସ୍ପିଟାଲକୁ ଆସିଥିଲେ । ଯାହାର ସମ୍ପୁର୍ଣ୍ଣ ବ୍ଲକେଜ୍ ହୋଇଥିବାବେଳେ ତାଙ୍କର ବାମ ମୁତ୍ରବାହିନୀଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ କିଡ଼ନୀ ମଧ୍ୟ ଅନେକ ମାତ୍ରାରେ ଫୁଲିଯାଇଥିଲା । ଏକ କଠିନ ଷ୍ଟୋନ୍ ଅସ୍ତ୍ରୋପଚାର ଦ୍ୱାରା ୨୫ ସେ.ମି ଲମ୍ବା ଟ୍ୟୁବର ପାଖାପାଖି ଦୁଇ ତୃତୀୟାଂଶ ନଷ୍ଟ ହୋଇଯାଇଥିଲା । ବ୍ୟକ୍ତିଙ୍କର ବାମପଟ କିଡ଼ନୀ ବିପଦରେ ରହିଥିଲା କାରଣ ଡ୍ରେନେଜ୍ ଟ୍ୟୁବ୍ ସମ୍ପୁର୍ଣ୍ଣ ବ୍ଲକ ହୋଇଥିବାବେଳେ କିଡ଼ନୀରୁ ବ୍ଲାଡ଼ର ପର୍ଯ୍ୟନ୍ତ ମୂତ୍ର ପ୍ରବାହ ପାଇଁ କିଛି ହସ୍ତକ୍ଷେପର ଆବଶ୍ୟକତା ରହିଥିଲା ।
ପ୍ରଥମେ ଏକ ଏକ୍ସଟରନାଲ ଟ୍ୟୁବକୁ ଅସ୍ଥାୟି ମୂତ୍ର ଡ୍ରେନେଜ୍ ପାଇଁ ବାମ ପଟ କିଡ଼ନୀରେ ରଖାଯାଇଥିଲା ଏବଂ ପରେ ବାମ ୟୁରେଟର ତଥା ବୋଆରିସ୍ ଫ୍ଲାପ୍ର ପୁନଃନିର୍ମାଣ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଯୋଜନା କରାଯାଇଥିଲା । ବୋଆରିସ୍ ଫ୍ଲାପ୍ ହେଉଛି ଏକ ଗୁରୁତ୍ୱପୁର୍ଣ୍ଣ ସର୍ଜରୀ ଯେଉଁଠାରେ, ମୂତ୍ରନଳୀର କାନ୍ଥର ଏକଭାଗରୁ ମୂତ୍ର ପ୍ରବାହକୁ ପରିବର୍ତ୍ତନ କରିବା ପାଇଁ ଏକ ଲମ୍ବା ନଳୀ ତିଆରି କରାଯାଇପାରିବ । ମୂତ୍ରନଳୀର କାନ୍ଥରେ ୧୫ ସେ.ମି ଲମ୍ବାର ଟ୍ୟୁବ୍ ନିର୍ମାଣ କରିବା ଏକ କଷ୍ଟକର କାମ ଅଟେ ଏବଂ ଏଥିରେ କୁଣ୍ଡଳାକୃତି ବୋଆରି ଫ୍ଲାପର ଆବଶ୍ୟକତା ରହିଛି । ଯଦି ଏହା ସଠିକଭାବେ କରାନଯାଏ, ତେବେ ଏହାର ଫଳସ୍ୱରୂପ ବାରମ୍ବାର ସଂକ୍ରମଣ ଏବଂ ଏପରିକି କିଡ଼ନୀ ସମ୍ପ୍ରୁ୍ଣ ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଥାଏ ।
ଏହି କଷ୍ଟସାଧ୍ୟ କାମକୁ କଳିଙ୍ଗ ହସ୍ପିଟାଲର ବରିଷ୍ଟ ୟୁରୋଲୋଜିଷ୍ଟ ଏବଂ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ, ଡ଼ା ମାନସ ରଞ୍ଜନ ପ୍ରଧାନ ନିଜ ହାତକୁ ନେଇଥିଲେ । ଡ଼ା. ପ୍ରଧାନଙ୍କ ଏବଂ ଡ଼ା. ରମ୍ୟ ରଞ୍ଜନ ବେହେରାଙ୍କ ଦ୍ୱାରା ଦୀର୍ଘ ଦୁଇ ଘଣ୍ଟାଧରି ଅସ୍ତ୍ରୋପ୍ରଚାର କରାଯାଇଥିଲା । ରୋଗୀଟି ୫ ଦିନ ପରେ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ ହୋଇଥିଲା ।
ବର୍ତ୍ତମାନ ରୋଗୀଟି ସୁସ୍ଥ ଥିବାବେଳେ ୫ ମାସ ଅସ୍ତ୍ରୋପଚାର ପରେ ତାଙ୍କର ବାମ ପଟ କିଡ଼ନୀ ସାଧାରଣଭାବେ କାର୍ଯ୍ୟକରୁଛି । ଉକ୍ତ କଷ୍ଟକର ଅସ୍ତ୍ରୋପଚାରର ସଫଳତା ପାଇଁ ତାଙ୍କର ବାମ ପଟ କିଡ଼ନୀ ରକ୍ଷା ପାଇପାରିଛି ।


Share It

Comments are closed.