ରାହୁଲ ଆମେଠିରୁ ନିର୍ବାଚନ ହାରିଲେ ମୁଁ ରାଜନୀତିରୁ ସନ୍ୟାସ ନେବି : ସିଦ୍ଧୁ


କ୍ରିକେଟରରୁ ରାଜନେତା ପାଲଟିଥିବା ‘ନବଜୋତ ସିଂହ ସିଦ୍ଧୁ’ ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗତ କାଲି ସିଦ୍ଧୁ, ସୋନିଆ ଏବଂ ରାହୁଲଙ୍କର ଖୁବ ଜୋରସେ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ, “ଲୋକମାନେ ସୋନିଆ ଗାନ୍ଧୀଙ୍କ ଠାରୁ ରାଷ୍ଟ୍ରବାଦ ଶିଖିବା ଉଚିତ, ଯିଏକି ରାୟବରେଲିରୁ ସାଂସଦ ଅଛନ୍ତି । ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ କଂଗ୍ରେସ ଯେତେବେଳେ ଦିଗହରା ହୋଇପଡିଥିଲା ସେତେବେଳେ ସୋନିଆ ନିଜ କଂଗ୍ରେସର ମଙ୍ଗ ଧରିଥିଲେ ଏବଂ ଏକାକୀ ହିଁ ଦଳକୁ ଏତେ ବାଟ ଆଣିଥିଲେ ” । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କର ଏହି ଜବରଦସ୍ତ ନେତତ୍ୱ ନେବାର କ୍ଷମତା ଯୋଗୁଁ କଂଗ୍ରେସ ୧୦ ବର୍ଷ ଧରି ଶାସନ କରୁଥିଲା ।
ସେହିଭଳି ରାହୁଲଙ୍କ ସଂପର୍କରେ ଟିପ୍ପଣୀ ଦେଇ ସିଦ୍ଧୁ କହିଥିଲେ ଯେ, “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯଦି ଆମେଠିରୁ ପରାଜୟ ବରଣ କରନ୍ତି ତେବେ ସେ ରାଜନୀତିରୁ ସନ୍ୟାସ ନେବେ” । ପ୍ରକାଶ ଥାଉକି ସିଦ୍ଧୁ ବର୍ତ୍ତମାନ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଅଛନ୍ତି । ପୂର୍ବ ଭଳି ଚଳିତ ଥର ମଧ୍ୟ ପୁଣିଥରେ ଆମେଥିରୁ ରାହୁଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ପ୍ରତିଦ୍ୱନ୍ଦୀ କରୁଛନ୍ତି । ଦୀର୍ଘ ଦଶନ୍ଧି ଧରି ଆମେଥି ଏବଂ ରାୟବରେଲୀ କଂଗ୍ରେସ ଗଡ ଥିବାବେଳେ ବିଜେପି ଏହାକୁ ଦଖଲ କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛି ।
ପ୍ରକାଶ ଥାଉକି ରାହୁଲ ଚଳିତ ଥର ୨ଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦୀ କରୁଛନ୍ତି । ରାହୁଲ ଆମେଠି ସମେତ କେରଳର ବାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି ।


Share It

Comments are closed.