ଏହି ୪ଟି ଥେରାପୀ ଦ୍ବାରା ଭଲ ହେବ ସମସ୍ତ ରୋଗ


ପ୍ରାକୃତିକ ଉପାୟରେ ବିଭିନ୍ନ ପ୍ରକାରର ରୋଗର ଚକିତ୍ସାକୁ ଥେରାପୀ କୁହଯାଏ । ଏହା ମାଧ୍ୟମରେ ଏବେ ଶରୀରର ସମସ୍ତ ପ୍ରକାରର ଚିକିତ୍ସା କରାଯାଇପାରୁଛି । ଏମିତିକି ମାନସିକ ରୋଗରେ ମଧ୍ୟ ନିରାକରଣ ହେଉଛି ଏହି ଥେରାପୀ ଦ୍ୱାରା । ଲୋକେ ବିଭିନ୍ନ ପ୍ରକାରର ଥେରାପୀ ଆପଣେବାକୁ ପସନ୍ଦ କରୁଛନ୍ତି । କାରଣ ଅନ୍ୟ ଡାକ୍ତରୀ ଚିକିତ୍ସା ତୁଳନାରେ ପାରମ୍ପରିକ ଥେରାପିରେ ରୋଗୀ କମ ଖର୍ଚ୍ଚରେ ରୋଗ ମୁକ୍ତ ହୋଇଥାଏ । ଏହି ପ୍ରକ୍ରିୟାରେ ସାଇଡ ଇଫେକ୍ଟ ମଧ୍ୟ ନଥାଏ । ତେବେ ରୋଗ ଅନୁସାରେ ଜଣେ କେଉଁ ପ୍ରକାରର ଥେରାପି ନେବାକୁ ସମସ୍ତେ ଜାଣି ରଖିବା ନିହାତି ଦରକାର ।

୧. ଡ୍ୟାନ୍ସ ଥେରାପି – ବିଶେଷଜ୍ଞଙ୍କ କହିବା କଥା ନାଚିଲେ ଶରୀର ଏବଂ ମନ ସୁସ୍ଥ ରହେ । ସେଥିପାଇଁ ଡ୍ୟାନ୍ସ  ଥେରାପି ବେଶ ଲୋକପ୍ରିୟ । ବିଭିନ୍ନ ସ୍ଥାନରେ ଡ୍ୟାନ୍ସ ଥେରାପି ଯୋଗ ଏବଂ ବ୍ୟାୟାମ ଭଲି କାମ ଦେଉଛି । ଏହା ଦ୍ୱାରା ଶରୀର ସମ୍ପୂର୍ଣ୍ଣ କ୍ରିୟାଶୀଳ ହେବା ସହ ଭାବନାର ପରିପ୍ରକାଶ ଘଟିଥାଏ । ଏହି ଥେରାପୀକୁ ମୁଭମେଣ୍ଟ ସାଇକୋଥେରାପି ମଧ୍ୟ କୁହାଯାଏ । ଏହା ମାଧ୍ୟମରେ ଉଭୟ ପାରମ୍ପରିକ ଓ ଆଧୁନିକ ନୃତ୍ୟୁକୁ ସ୍ଥାନ ଦିଆଯାଇଛି । ଏହା ମାଧ୍ୟମରେ ଶରୀରରେ ଉଭୟ ଶାରୀରିକ ଏବଂ ମାନସିକ ସମସ୍ୟାର ସମଦାନ ହୋଇପାରୁଛି । ଏହା ଅନିଦ୍ରା ରୋଗରୁ ମୁକ୍ତି ଦିଏ ଓ କାମ କରିବା ପାଇଁ ଶରୀରକୁ ନୂତନ ଶକ୍ତି ମିଲିଥାଏ । ଏହା ଦ୍ୱାରା ଭୋକ ନହେବା ଏବଂ ଇଟିଙ୍ଗ-ଡିସଅର୍ଡର ସମସ୍ୟା ମଧ୍ୟ ଦୂରହୋଇଥାଏ । ଷ୍ଟ୍ରେସ କମ କରିଥାଏ ଓ ମୁଡ ଭଲ ରଖେ । ମାଂସପେଶୀ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରି ଷ୍ଟାମିନା ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହା ଦ୍ୱାରା ଡିପ୍ରେସନରୁ ମଧ୍ୟ ମୁକ୍ତି ମିଳିଥାଏ ।

୨. ଆର୍ଟ ନିଦାନ – ମନର ଭାଷା, ଅନୁଭବ ଓ ଲୁକ୍କାୟିତ ଇଚ୍ଛାକୁ ପ୍ରକାଶ କରିବାରେ ମାଧ୍ୟମ ହେଉଛି ଆର୍ଟ ଥେରାପି । ବ୍ୟକ୍ତିର ମାନସିକ, ଶାରୀରିକ ଓ ଇମୋସନକୁ ଭଲ ରଖିବା ପାଇଁ ଏହି ଥେରାପିକୁ ବ୍ୟବହାର କରାଯାଏ । ଏହା ମାଧ୍ୟମରେ ଥେରାପିଷ୍ଟମାନେ ବିଭିନ୍ନ ଉପାୟରେ ଚିକିତ୍ସା କରିଥାନ୍ତି । ବିଭିନ୍ନ କ୍ଲିନିକ ବ୍ୟତୀତ, ଆର୍ଟ ଷ୍ଟୁଡିଓ ଓ ୱାର୍କସପ ମାନଙ୍କରେ ମଧ୍ୟ ଆର୍ଟ ଥେରାପୀର ବ୍ୟବହାର କରାଯାଇଥାଏ । ଆର୍ଟ ଥେରାପିଷ୍ଟମାନେ କ୍ରିଏଟିଭ ଆର୍ଟ ଥେରାପିଷ୍ଟ, ମ୍ୟାରେଜ ଆଣ୍ଡ ଫ୍ୟାମିଲି ଥେରାପିଷ୍ଟ ଏବଂ ବିଭିନ୍ନ ପ୍ରକାରର କାଉନସେଲର ଭାବେ ପରିଚିତ ହୋଇଥାନ୍ତି । ଆର୍ଟ ଥେରାପିଷ୍ଟମାନେ ପିଲାମାନଙ୍କୁ ଠାରୁ ଆରମ୍ଭ କରି ବୟସ୍କ ଏବଂ ଯୁବପିଢି ସବୁବର୍ଗର ଲୋକ ଚିକିତ୍ସା କରିଥାନ୍ତି । ଏଥିରେ ଆର୍ଟ କରୁଥିବା ବ୍ୟକ୍ତିମାନେ ପୂର୍ବରୁ ଆର୍ଟରେ କୌଣସି ଅଭିଜ୍ଞତା ଥିବା ଆବଶ୍ୟକ ନଥାଏ । ବ୍ୟକ୍ତିଜଣକ ନିଜ ଇଚ୍ଛାରେ ଯେକୌଣସି ରୂପ ଦେଇ ଖୁସି ହୋଇଥାନ୍ତି । ତେଣୁ ଭାବ ପ୍ରକାଶ ହୋଇଯିବା କାରଣରୁ ଏହା ଏକ ଥେରାପି ଭଲି କାମ କରିଥାଏ । ଜଣଙ୍କର ମାନସିକ ଅବସ୍ଥା ଭାବନା ଏମିତିକି ଅନେକାଂଶରେ ଶାରୀରିକ ସୁସ୍ଥତା ମଧ୍ୟ ପରିଲକ୍ଷିତ ହୋଇଥାଏ । ଏହାସହ ବିଭିନ୍ନ ପ୍ରକାରର ଯନ୍ତ୍ରଣା, ଟେନସନରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ମାଧ୍ୟମରେ ମାନସିକ ଅବସାଦ, କ୍ୟାନସର, ପୋଷ୍ଟ ଟ୍ରାମାଟିକ ଷ୍ଟ୍ରେସ ଡିଜଅଡର, ବାଇପୋଲାର ଓ ଅନ୍ୟ କେତେକ ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଆଇଜାଇମର ରୋଗୀ ମାନଙ୍କୁ ପାଇଁ ଏହି ଥେରାପୀ ଅତ୍ୟନ୍ତ ଫଳପ୍ରଦ ।

୩. ମାଟି ଚିକିତ୍ସା – ପ୍ରାକୃତିକ ଚିକିତ୍ସା ପଦ୍ଧତିରେ ମଡ୍ ଥେରାପୀ ବା ମାଟି ଚିକିତ୍ସା ବେଶ୍ ଫଳପ୍ରଦ । ଏହି ପ୍ରଣାଳୀରେ ମାଟିର ଲେପ ଦେଇ ଶରୀରର ଚିକିତ୍ସା କରାଯାଇଥାଏ । ମାଡ ଥେରାପି ନିମନ୍ତେ ଆବଶ୍ୟକ ହେଉଥିବା ମାଟିକୁ ମାଟିର ୧୦ ସେମି ତଳୁ ସଂଗ୍ରହ କରାଯାଏ । ବିଶେଷକରି ପାଣି ତଳେ ଥିବା ଚିକିଟା ମାଟିକୁ ଏଥିପାଇଁ ବ୍ୟବହାର ଅତ୍ୟନ୍ତ ଉପଯୋଗୀ । ଆବଶ୍ୟକତା ଅନୁସାରେ ମାଟିକୁ ଶରୀରରେ ଲେପ ଦିଆଯାଏ । ତେବେ ବୟସ ଅନୁସାରେ ମଧ୍ୟ ଏହାକୁ କମ ଓ ବେଶୀ କରି ଲଗାଯାଏ । ସେହିପରି କେଉଁ ରୋଗ ପାଇଁ କେତେ ସମୟ ଏହାକୁ ଲଗାଇବାକୁ ହେବ ତାହା ମଧ୍ୟ ଥେରାପିଷ୍ଟମାନେ ବିଚାରକୁ ନେଇଥାନ୍ତି ।ମଡ୍ ଥେରାପୀରେ ଶରୀରର ଉତ୍ତାପ କମ ହେବା ସହ ତ୍ୱଚାର ଉଜ୍ୱଳତା ବୃଦ୍ଧି ପାଇଥାଏ । ଯେଉଁମାନଙ୍କର କୋଷ୍ଠ୍ୟକାଠିନ୍ୟ, ଅଣ୍ଟା ବାତ ଯନ୍ତ୍ରଣା, ତଲିପେଟ ସମସ୍ୟା, ସର୍ଦ୍ଦି, କାଶ, ର୍ୟୁମାଟିଜିମ, ଲିଭର ଓ କିଡନୀ ସମସ୍ୟା, ଅନ୍ତ୍ର ପ୍ରଦାହ ଆଦି ସମସ୍ୟା ରହିଛି ସେମାନଙ୍କ ପାଇଁ ଏହି ମଡ୍ ଥେରାପି ବେଶ ଫଳପ୍ରଦ ହୋଇପାରିବ । ଏହା ମାଧ୍ୟମରେ ଆଖିର ସମସ୍ୟା, ମୁଣ୍ଡବିନ୍ଧା, ଦାନ୍ତ ବିନ୍ଧା ଆଦିର ମଧ୍ୟ ଉପଚାର କରାଯାଇପାରିବ ।

୪. ଜଳ ଚିକିତ୍ସା – ଶରୀରର ୬୦ ପ୍ରତିଶତ ଅଂଶରେ ଜଳ ରହିଛି । ଜଳ ମାଧ୍ୟମରେ ଶରୀରର ବିଭିନ୍ନ ସମସ୍ୟା ସମାଧାନ କରାଯାଇପାରିବ । ଏକଥା ହୁଏତ ଖୁବ କମ ଜାଣିଥିବେ । ୱାଟର ଥେରାପି ବା ଜଳ ଚିକିତ୍ସା ଦୁଇ ପ୍ରକାରର । ପ୍ରଥମ ପ୍ରକାରର ଥେରାପିରେ ଆବଶ୍ୟକ ଅନୁସାରେ ପାଣି ପିଇବାକୁ ହେବ ଓ ଦ୍ୱିତୀୟ ପ୍ରକ୍ରିୟାରେ ଶରୀରର ଅଧିକାଂଶ ଅଂଶ ବୁଡାଇ ରଖିବାକୁ ହେବ । ପ୍ରଥମ ପ୍ରକ୍ରିୟାରେ ପ୍ରଚୁର ପିଇ ଅନେକ ପ୍ରକାର ରୋଗ ଉପଚାର କାରଯାଇପାରେ । ଏହି ପ୍ରକ୍ରିୟାରେ ଉପଯୁକ୍ତ ପାଣି ପିଇଲେ ଡିହାଇଡ୍ରେସନ କମ ହେବା ସହ ମନରେ ସ୍ଫୁର୍ତ୍ତି ଜାଗ୍ରତ ହୋଇଥାଏ ।


Share It

Comments are closed.