ପୂଜାଘରେ ରଖନ୍ତୁ ଏହି ପାଂଚଟି ଜିନିଷ, କେବେ ରହିବନି ଧନର ଅଭାବ


ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ୱ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘରେ କିଛି ଖାସ ଜିନିଷ ରଖିବା ଉଚିତ୍ । ଏହାଦ୍ୱାରା ଘରେ ସୁଖ-ଶାନ୍ତି ବାସ ହୋଇଥାଏ । ଧନ ଦେବୀ ଲକ୍ଷ୍ମୀଙ୍କର କୃପା ହେବାଦ୍ୱାରା ଅନ୍ନ ଏବଂ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ…

ମୟୁର ପଙ୍ଖ :

ମୟୂର ପଙ୍ଖ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ । ଏହାକୁ ପୂଜାଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବାଚନା କରାଯାଇଥାଏ । ଏହାଦ୍ୱାରା କୁ-ନଜରରୁ ରକ୍ଷା ମିଳିବା ସହିତ ସକରାତ୍ମକତା ବୃଦ୍ଧି ପାଇଥାଏ । ଏଥିସହିତ କୀଟପତଙ୍ଗ ଏବଂ ଝିଟିପିଟି ର ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗଙ୍ଗା ଜଳ :

ପୂଜାଘରେ ଗଙ୍ଗା ଜଳ ରଖିବା ଜରୁରୀ ହୋଇଥାଏ । ପ୍ରତ୍ୟେକ ଦିନ କିମ୍ବା ଶୁଭ ଅବସରରେ ପୂଜା ପରେ ଏହାକୁ ସମ୍ପୁର୍ଣ୍ଣ ଘରେ ସିଞ୍ଚନ କରିବା ଉଚିତ୍ । ଏହାଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକରେ ପରିଣତ ହୋଇଥାଏ । ଏଥିସହିତ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ଶାଳଗ୍ରାମ :

ଠାକୁର ଘରେ ଶାଳଗ୍ରାମ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀ ପତ୍ରକୁ ଜଳରେ ମିଶାଇ ଶାଳଗ୍ରମକୁ ସ୍ନାନ କରିବା ଉଚିତ୍ । ଏହାଦ୍ୱାରା ଭଗବାନ ଶ୍ରୀହରି ଏବଂ ଦେବୀ ଲକ୍ଷ୍ମୀଙ୍କ ଅସୀମ କୃପା ମିଳିଥାଏ । ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଗୋ ମୂତ୍ର :

ହିନ୍ଦୁ ଧର୍ମରେ ଗାଈକୁ ମା ପରି ବିବେଚନା କରାଯାଏ । ଗାଈ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ । ଗୋମୂତ୍ର ଏବଂ ଗୋବରକୁ ଠାକୁର ଘରେ ରଖିବା ଉଚିତ୍ । ଏହାଦ୍ୱାରା ଘରେ ଦେବା-ଦେବୀ ହାସ କରିବା ସହିତ ତାଙ୍କ ଆଶୀର୍ବାଦ ମିଳିଥାଏ ।

ଶଙ୍ଖ :

ଶଙ୍ଖ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ । ଠାକୁର ଘରେ ଦକ୍ଷୀଣାବର୍ତ୍ତୀ ଶଙ୍ଖକୁ ରଖିବା ଏବଂ ବଜାଇବାର ବିଶେଷ ମହତ୍ୱ ହୋଇଥାଏ । ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଘରର ପରିବେଶ ଶାନ୍ତ ଏବଂ ଭକ୍ତିମୟ ରହିଥାଏ । ଗୁରୁବାର ଦିନ ଦକ୍ଷୀଣାବର୍ତ୍ତୀ ଶଙ୍ଖରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ ।


Share It

Comments are closed.