ଆଗାମୀ ନିର୍ବାଚନ ପାଇଁ ଭୋଟିଂ ଆମ୍ବାସଡର ଋପେ ନିଯୁକ୍ତି ପାଇଲେ ଜଣେ କିନ୍ନର


ନିର୍ବାଚନର ସମୟ ପାଖେଇ ଆସୁଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଇନ୍ତରାର ଅବଲମ୍ବନ କରାଯାଉଛି । ସରାକର ବହୁ ପ୍ରଲୋଭନ ଦେଖାଇ ସାଧାରଣ ଜନତାଙ୍କ ଭୋଟ୍ ଲୁଟିନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଭାରତରେ ବିଭିନ୍ନ ସମସ୍ୟା ଥିବା ବେଳେ ଲିଙ୍ଗ ବୌଷମତାରେ ସମାନତା ରହିବା ଆବଶ୍ୟକ । ସେହି ପରିବର୍ତ୍ତନକୁ ସମ୍ମାନ ଦେବାକୁ ଯାଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନିର୍ବାଚନୀ ଆଇକନ ଭାବେ ଜଣେ କିନ୍ନରଙ୍କୁ ନିଯୁକ୍ତି କରାଯାଇଛି ।
ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ଭୋଟିଂର ମାତ୍ରା ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଚଳିତ ଲୋକସଭା ନିର୍ବାଚନ ପାଇଁ ଟ୍ରାନ୍ସଜେଣ୍ଡର ଗୌରା ସାୱନ୍ତ(୩୮)ଙ୍କୁ ୧୨ଟି ରାଜ୍ୟର ଆମ୍ବାସଡର ଭାବେ ନିଯୁକ୍ତି ଦିଆଯାଇଛି । ସେ ଜଣେ ସମାଜସେବୀ ମଧ୍ୟ । ସେ ହେଉଛନ୍ତି ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ନିର୍ବାଚନୀ ଆମ୍ବାସଡର ।
ଏହି ସମ୍ପର୍କରେ ଗୌରୀ ମତ ଦେଇଛନ୍ତି ଯେ, ମୁଁ ଏହି ନିଯୁକ୍ତି ପରେ ଦେହଜିବୀ ଏବଂ ଘରୋଇ ମହିଳାମାନଙ୍କ ମଧ୍ୟରେ ନିର୍ବାଚନ ସମ୍ପର୍କରେ ସଚେତନତା ସୃଷ୍ଟି କରିବି । ଦେହଜିବୀ ଏବଂ ଘରୋଇ ମହିଳାମାନଙ୍କ ପାଇଁ କୌଣସି ପାର୍ଟିର ସ୍ୱତନ୍ତ୍ର ଏଜେଣ୍ଡା ନଥିବାରୁ ସେମାନେ ଭୋଟ୍ ଦେବା ପାଇଁ ଅତ୍ୟଧିକ ଇଚ୍ଛୁକ ନଥାନ୍ତି । କିନ୍ତୁ ଏହା ପରିବର୍ତ୍ତନ ହେବା ଆବଶ୍ୟକ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଏବଂ ଏଜେଣ୍ଡା ରହିବା ଆବଶ୍ୟକ ।

ଭୋଟିଂ ଦେବାର ଦିନ ଛୁଟି ଦିନ ହୋଇଥିବାରୁ ଘରୋଇ ମହିଳାମାନେ ଘରର କାମ ଏବଂ ରୋଷେଇବାସରେ ଦିନ କାଟିଥାନ୍ତି ତେଣୁ ସେମାନଙ୍କୁ ଭୋଟ ଦେବା ପାଇଁ ସମୟ ମିଳନଥାଏ । ଏବଂ ଭୋଟ ଦେବା ସେମାନଙ୍କ ଜନ୍ମଗତ ଅଧିକାର ବୋଲି ସେମାନେ ଅବଗତ ନଥାନ୍ତି । ତେଣୁ ସେମାନଙ୍କ ପାଖରେ ଭୋଟ ଦେବାର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ଅତ୍ୟନ୍ତ ଜରୁରୀ ।
ଗୌରୀ ସାୱନ୍ତ ପୁନେର ବାସିନ୍ଦା । ଜୀବନରେ ଖୁବ କଷ୍ଟ କରିବା ପରେ ୨୦୦୧ରେ ସେ ନିଜର ଏନଜିଓ ଖୋଲିଥିଲେ ଏବଂ ଏକ ଶିଶୁକୁ ପୋଷ୍ୟଭାବେ ଗ୍ରହଣ କରିଥିଲେ । ସେ ଏହି ପଦକ୍ଷେପ ଦ୍ୱାରା ଦେଶ ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିପାରିବେ ବୋଲି ଆଶା ରଖିଛନ୍ତି ।


Share It

Comments are closed.