କୁମ୍ଭ ମେଳା ୨୦୧୯ରେ ଲାଇଫବୟ ପକ୍ଷରୁ ‘ସ୍ୱାସ୍ଥ୍ୟ ସେହଭାଗୀ’ କାର୍ଯ୍ୟକ୍ରମ


ବିଶ୍ୱର ଅଗ୍ରଣୀ ଜୀବାଣୁ ସୁରକ୍ଷା ବାଣ୍ଡ, ଲାଇଫବୟ ପକ୍ଷରୁ କୁମ୍ଭ ମେଳା ୨୦୧୯ରେ ୬୦୦,୦୦୦ ଲୋକମାନଙ୍କ ସହିତ ଯୋଡ଼ିହେବା ପାଇଁ ଏହାର ହାତ ଧୋଇବା ସଚେତନତା କାର୍ଯ୍ୟକ୍ରମ ନିକଟରେ ସମାପ୍ତ ହୋଇଛି । ଲାଇଫବୟ କୁମ୍ଭ ମେଳାରେ ସମ୍ପୁର୍ଣ୍ଣ ଭାରତର ବିଭିନ୍ନ କ୍ଷେତ୍ରରୁ ଆସିଥିବା ଭକ୍ତମାନଙ୍କ ନିକଟରେ ପହଞ୍ଚିପାରିଛି । ପାଇଖାନାର ବ୍ୟବହାର ପରେ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇବା ପାଇଁ ଏହାର ମୁଖ୍ୟ ଅଭିଯାନ ମୁମେଣ୍ଟ ଅଫ ଟ୍ରୁଥ ରହିଛି ।
କୁମ୍ଭରେ ପ୍ରଚଳିତ ହୋଇଥିବା ଅଭିଯାନ ମଧ୍ୟରେ ଲାଇଫବୟ ଷ୍ଟାମ୍ପ ଅଫ ହାଇଜିନ – ଆଫ୍ଟର ଟଇଲେଟ ପ୍ରୋଟେକ୍ସନ, ଭୋଟ ଫର ଗୁଡ ହେଲଥ, ଇଭିଏମ ମାଧ୍ୟମରେ ଭୋଟ ଫର ଲାଇଫବୟ ଏବଂ ଲାଇଫବୟ ସ୍ୱାସ୍ଥ୍ୟ ଚେତନା ଥାଳି ଇତ୍ୟାଦି ରହିଥିଲା । କୁମ୍ଭ ମେଳାରେ ଆୟୋଜିତ ହୋଇଥିବା ଏହି ଅଭିଯାନ ଭକ୍ତମାନଙ୍କର ଖୁବ ଭଲ ପ୍ରତିକ୍ରିୟା ପାଇଥିବାବେଳେ ଏହାର ସୁବିଧାକୁ ବୁଝିବା ପାଇଁ ଭକ୍ତମାନଙ୍କର ଆଗ୍ରହ ଦେଖିବାକୁ ମିଳିଥିଲା ଏବଂ ସେମାନେ ମଧ୍ୟ ଏହି ବିଷୟବସ୍ତୁ ସମ୍ବନ୍ଧରେ ପ୍ରଶ୍ନ ସହିତ ଜଡିତ ହୋଇଥିଲେ, ଯାହାକି ଅନ-ଗ୍ରାଉଣ୍ଡରେ ପ୍ରୋତ୍ସାହନ ପ୍ରଦାନକାରୀଙ୍କ ଦ୍ୱାରା ଯତ୍ନ ନିଆଯାଇଥିଲା । କୁମ୍ଭ ମେଳା ୨୦୧୯ରେ ଆୟୋଜିତ ହୋଇଥିବା ଲାଇଫବୟ ସ୍ୱାସ୍ଥ୍ୟ ସେହଭାଗି ବିଶ୍ୱର ବୃହତ ଜନସମାବେଶ । ଚଳିତ କୁମ୍ଭ ମେଳା ୨୦୧୯ରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସମ୍ପ୍ରସାରଣର ଉଦ୍ୟମ ପାଇଁ ପୁରସ୍କୃତ ହୋଇଛି ଯାହା ସମ୍ପ୍ରତି ଶିବରାତ୍ରିରେ ସମାପନ ହୋଇଯାଇଛି ।
ଏହି ବିକାଶ ସମ୍ପର୍କରେ ଏଚୟୁଏଲର ସ୍କିନ କ୍ଲିନଜିଂର ଜେନେରାଲ ମ୍ୟାନେଜର, ହର୍ମନ ଧିଲନ କହିଛନ୍ତି ଯେ, “ପ୍ରତ୍ୟେକ ଅଭିଯାନରେ ଭକ୍ତମାନଙ୍କର ଆଗ୍ରହ ଏବଂ ହାତ ଧୋଇବା ଏବଂ ଜର୍ମରୁ ସୁରକ୍ଷା ପ୍ରଦାନ କରିବାର ଗୁରୁତ୍ୱ ସମ୍ପର୍କରେ ଜାଣିବା ପାଇଁ ତାଙ୍କର ଆଗ୍ରହକୁ ଦେଖି ଆମ୍ଭେମାନେ ଖୁବ ଉତ୍ସାହିତ । ଭାରତରେ ଶ୍ରେଷ୍ଠ ଏବଂ ସୁସ୍ଥ ବ୍ୟବହାରରେ ପରିବର୍ତ୍ତନ ଏବଂ ହାତଧୁଆର ଅଭ୍ୟାସ ସମ୍ପର୍କରେ ସଚେତନ କରିବା ସହିତ ଏହି ଅଭିନବ ଫ୍ୟାସନରେ ଲୋକମାନଙ୍କୁ ଜଡିତ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ।”


Share It

Comments are closed.