ଦେବଗଡ ‘ଓଲଟା ବଟ ବୃକ୍ଷ’ର କ’ଣ ରହିଛି ମାହାତ୍ମ୍ୟ ଜାଣନ୍ତୁ


ପ୍ରାଚୀନ କାଳରୁ ବୃକ୍ଷ ମାନବଜାତିର ପରମ ବନ୍ଧୁ ରହିଆସିଛି । ମାନବ ବିଭିନ୍ନ ପ୍ରକାରର ବୃକ୍ଷକୁ ବିଭିନ୍ନ ଉପାୟରେ ଭଗବାନ ରୂପେ ପୂଜା କରିଥାଏ । ବିଭିନ୍ନ ପୂଜା ତଥା ସାବିତ୍ରୀ ବତ୍ର, ଅଁଳା ନବମୀ ଇତ୍ୟାଦିରେ ସ୍ୱତନ୍ତ୍ର ବୃକ୍ଷ ପୂଜା ପାଇଥାନ୍ତି । ମାନବ ଜାତିରେ ବେଲ ଗଛ, ବର ଗଛ, ଅଶ୍ୱସ୍ତ ଗଛ ଭଗବାନ ରୂପେ ପୂଜା ପାଇଥାନ୍ତି । ଓଡିଶାରେ କିଛି ବୃକ୍ଷ ରହିଛି ଯାହାର ମହାତ୍ମ୍ୟ ଅନନ୍ୟ । ସେହିପରି ଏକ ବୃକ୍ଷ ହେଉଛି ଦେଓଗଡ ଜିଲ୍ଲାର ଓଲଟ ବୃକ୍ଷ । ଏହି ବୃକ୍ଷରୁ ଝଡି ଯାଇଥିବା ପତ୍ରକୁ ଘରେ କିମ୍ବା ଠାକୁର ଘରେ ରଖିବା ଦ୍ୱାରା ଶୁଭ ଫଳ ମିଳେ ବୋଲି ବିଶ୍ୱାସ ମଧ୍ୟ ରହିଛି ।
ଦେଓଗଡ ଜିଲ୍ଲାର ଓଲଟ ବୃକ୍ଷ ୩୦୦ ବର୍ଷ ପୁରତାନ । ଏହା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅବସ୍ଥିତ । ଏହାର ସମସ୍ତ ପତ୍ର ଓଲଟା ତେଣୁ ସେହି ବୃକ୍ଷକୁ ଓଲଟ ବଟ ବୋଲି କୁହାଯାଏ । ରାଜା ପ୍ରତାପ ରୁଦ୍ର ଦେବଙ୍କ ରାଜୁତି ସମୟରେ ୧୭୧୫ରୁ ୧୭୨୦ ମଧ୍ୟରେ ପୁରୀ ଢାଞ୍ଚାରେ ଏକ ପୁରୀ ମନ୍ଦିର ନିର୍ମାଣ କରାଯାଇଥିଲା । ପ୍ରାୟ ୩୦୦ ବର୍ଷ ତଳେ ପୁରୀ ଶ୍ରୀ ମନ୍ଦିର ପରିସରରୁ ଏକ ବଟ ବୃକ୍ଷର ବୀଜ ଆଣି ମାହାରାଜା ପ୍ରତାପ ରୁଦ୍ର ଦେବ ସେହି ଠାରେ ରୋପଣ କରିଥିଲେ । ଏହି ଓଲଟ ବୃକ୍ଷ ସମ୍ପର୍କରେ ରଥ ଶର୍ମାଙ୍କ ରଚିତ କଳ୍ପ ବୃକ୍ଷ ମାହାତ୍ମ୍ୟ ରହସ୍ୟ ପୁସ୍ତକର ୪୩ ପୃଷ୍ଠାରେ ବର୍ଣ୍ଣତ ହୋଇଛି ।
ଶ୍ରୀ ମନ୍ଦିରରେ କଳ୍ପ ବୃକ୍ଷ ମୂଳରେ ଲକ୍ଷ ଲକ୍ଷ ମନ୍ତ୍ର ଜପ କରାଯାଇଥିଲା । ଏଥିରେ ଖୁସି ହୋଇ ସେତେବେଳର ଗଜପତି ରାଜା ରାମଚନ୍ଦ୍ର ଦେବ, ପ୍ରତାପରୁଦ୍ର ଦେବ ଗୋଟିଏ ବୀଜକୁ ନେଇ ନୂତନ ବୃକ୍ଷ ଉତ୍ପନ୍ନ କରିବାକୁ କହିଥିଲେ । ସେ ଖୁବ ଉତ୍ସାହର ସହିତ ସେହି ବୃକ୍ଷକୁ ଦେଓଗଡର ମନ୍ଦିର ସମ୍ମୁଖରେ ରୋପଣ କରିଥିଲେ କିନ୍ତୁ ଗଛ ବଢିବା ପରେ ଜଣାପଡିଲା ଯେ ଏହାର ସମସ୍ତ ପତ୍ର ଓଲଟା ହୋଇଥିଲା । ଶ୍ରୀକ୍ଷେତ୍ର ପରିସରରୁ ବୃକ୍ଷ ଅନ୍ୟତ୍ର ନେବା ଉଚିତ ନୁହେଁ ବୋଲି ସେ ବୁଝିପାରିଥିଲେ । ବର୍ତ୍ତମାନ ମଧ୍ୟ ଏହାର ନାମ ସେହି ଓଲଟ ବୃକ୍ଷ ରହିଛି ।


Share It

Comments are closed.