ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଆତଙ୍କବାଦୀ ମୃତ


ଶନିବାର ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜୈଶ-ଏ-ମହମ୍ମଦର କମାଣ୍ଡର ତଥା କୁଖ୍ୟାତ ଆତଙ୍କବାଦୀ ‘ମୁନ୍ନା ଲହୋରୀ’ର ମୃତ୍ୟୁ ଘଟିଛି । ଲାହୋରୀ, ବିହାରୀ ନାମରେ ଖୁବ ଚର୍ଚ୍ଚିତ ଥିବାବେଳେ ସେ ଜଣେ ପାକିସ୍ତାନୀ ଅଟନ୍ତି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଲାହୋରୀ କାଶ୍ମୀରରେ ଅନେକ ସଙ୍ଗୀନ ହତ୍ୟା ମାମଲରେ ଜଡିତ ଥିଲା । କେବଳ ଏତିକି ନୁହେଁ ସେ ଅନେକ ଲୋକଙ୍କୁ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି ମଧ୍ୟ କରାଉଥିଲା ।
ପ୍ରକାଶ ଥାଉକି, ଏହି ଗୁଳି ବିନିମୟରେ ଲାହୋରୀ ସମେତ ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସୋଫିଆନା ସହରରେ ଆତଙ୍କବାଦୀ ଥିବାର ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଖୁବ ଜୋରସେ କରାଯାଇଥିଲା ।


Share It

Comments are closed.