‘ଆମିର’ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାର ଦୁଇ ଦିନ ପରେ ଫିଟିଲା ଏହାର ଗୁମର


ପାକିସ୍ତାନୀର ଦ୍ରୁତ ବୋଲର ମହମ୍ମଦ ଆମିର ଗୁରୁବାର ଦିନ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବାର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିବାବେଳେ ବର୍ତ୍ତମାନ ଏହା ପଛରେ ଆମିରଙ୍କ କ’ଣ ରହିଛି ଉଦ୍ଦେଶ୍ୟ ତାହାର ଗୁମର ଧିରେ ଧିରେ ଖୋଲିବାରେ ଲାଗିଲାଣି । ୱାସିମ ଆକରମ ଏବଂ ରମିଜ ରାଜା ଭଳି ବିଶିଷ୍ଟ କ୍ରିକେଟରଙ୍କୁ ମଧ୍ୟ ଆମିରଙ୍କ ନିଷ୍ପତି ଚକିତ କରିଦେଇଥିଲା ।
ତେବେ ଧିରେ ଧିରେ ଏହା ପଛରେ କ’ଣ ରହିଛି ପ୍ରକୃତ ରହସ୍ୟ ତାହା ପଛର ପେଡି ଖୋଲିବାରେ ଲାଗିଲାଣି । ଆମିରଙ୍କ ନିକଟସ୍ଥ କ୍ରିକେଟରଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ସେ ବର୍ତ୍ତମାନ ଆଉ ପାକିସ୍ତାନ ପାଇଁ କ୍ରିକେଟ ଖେଳିବାକୁ ପସନ୍ଦ କରୁ ନାହାନ୍ତି କାରଣ ସେ ବ୍ରିଟେନର ନାଗରିକତା ପାଇଁ ଆବେଦନ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଆମିର ଖୁବ ଶୀଘ୍ର ବ୍ରିଟେନରେ ଏକ ନୂଆ ବଙ୍ଗଳା କିଣିବାକୁ ଯାଉଛନ୍ତି କାରଣ ସେ ଯେପରି ସେଠାରେ ସ୍ଥାୟୀ ରୂପେ ବାସିନ୍ଦା ହୋଇପାରିବେ । ପ୍ରକାଶ ଥାଉକି ଆମିର ୨୦୧୬ରେ ବ୍ରିଟିସ ନାଗରିକ ‘ନରଗିସ ମଲ୍ଲିକ’ଙ୍କୁ ବିବାହ କରିଥିଲେ ।
ତେବେ ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ଆମିର ନିଜ ପତ୍ନୀଙ୍କ ନାଗରିକତା ଆଧାରରେ ମିଳିବାକୁ ଥିବା ଭିସା ପାଇଁ ସେ ଆବେଦନ କରିଛନ୍ତି । ପ୍ରଥମତଃ ଏହା କେବଳ ୩୦ ମାସ ପାଇଁ ମିଳିଥାଏ । ଏହା ପରେ ଯଦି ଉକ୍ତ ବ୍ୟକ୍ତି ସ୍ଥାୟିତ୍ୱ ପାଇଁ ସେଠାକାର ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରେ ତେବେ ତାଙ୍କୁ ସ୍ଥାୟୀ ନାଗରିକତ୍ୱ ଏବଂ ବ୍ରିଟିସ ପାସପୋର୍ଟ ମଧ୍ୟ ମିଳିପାରେ ।
ମିଡିଆ ରିପୋର୍ଟ ଅନୁଯାୟୀ, ଆମିରଙ୍କ ସହ ଖେଳୁଥିବା ସମସ୍ତ ଖେଳାଳୀ ତାଙ୍କର ଏହି ନିଷ୍ପତି ଦ୍ୱାରା ସଂପୂର୍ଣ୍ଣ ଚକିତ ହୋଇଯାଇଥିଲେ । ପାକିସ୍ତାନର ଅଧିକାଂଶ ଖେଳାଳୀ ଇଂଲଣ୍ଡ ତରଫରୁ କ୍ରିକେଟ ଖେଳୁଥିବାବେଳେ ଏହା ଆଶା କରାଯାଉଛି ଯେ, ଆମିରଙ୍କ ଆଗାମୀ ଯୋଜନା ଏହା ହୋଇପାରେ ।


Share It

Comments are closed.