ଉଚ୍ଚ ରକ୍ତଚାପ କ’ଣ ଓ ତାହାକୁ କିଭଳି କରିବେ ନିୟନ୍ତ୍ରଣ


ହାଇ ବ୍ଲଡ୍ ପ୍ରେସର ତଥା ହାଇପରଟେନସନ୍ (ଉଚ୍ଚ ରକ୍ତାଚାପ) ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି । ଯେତେବେଳେ ଦେହରୁ ହୃଦୟକୁ ରକ୍ତ ବହନ କରୁଥିବା ଶିରା ମଧ୍ୟରେ ରକ୍ତ ପ୍ରବାହ ବଢିଯାଇଥାଏ ସେତେବେଳେ ଆମେ ଉଚ୍ଚ ରକ୍ତଚାପର ଶିକାର ହୋଇଥାଉ । ଏହାର ଅନେକ କାରଣ ରହିଛି । ଉଚ୍ଚ ରକ୍ତଚାପ ପଛରେ କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ଚାପ, ଖରାପ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ୍ ଆଦି କାରଣ ହୋଇପାରେ । ଉଚ୍ଚର ରକ୍ତଚାପର ଚିକିତ୍ସା ସମୟରେ ନକରାଗଲେ ତାହା ହୃଦ୍ରୋଗକୁ ବଢାଇଥାଏ । ଉଚ୍ଚ ରକ୍ତଚାପର ଚିକିତ୍ସା ସମୟରେ ଆହାରରେ ପରିବର୍ତନ ମଧ୍ୟ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ । ଯେତେବେଳେ ଆମ ଶରୀରରେ ରକ୍ତ ଧମନୀ ତଥା ଶିରାଗୁଡିକ ଉପରେ ଅଧିକ ଚାପ ପକାଇଥାଏ ସେତେବେଳେ ରକ୍ତଚାପର ସ୍ତର ବଢିଥାଏ ଓ ହାଇପର୍ଟେନ୍ସନ ବିକଶିତ ହୋଇଥାଏ । ଏହି ସମୟରେ ରକ୍ତଚାପ ସ୍ତର ୧୪୦/୯୦ ଏମଏମଏଚଜିର ଉପର ସୀମାରେଖାକୁ ପାର କରିଯାଇଥାଏ । ଆପଣ ନିଜ ଖାଦ୍ୟରେ କିଛିଟା ପରିବର୍ତନ କରି ଏହାକୁ ନିୟନ୍ତ୍ରିତ କରିପାରିବେ । ଏଭଳି କିଛି ୫ଟି ଖାଦ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିପାରିଥାଏ ।
– ନିଜ ଖାଦ୍ୟରେ ସବୁଜ ପନିପରିବାକୁ ସାମିଲ କରନ୍ତୁ । ସବୁଜ ପନିପରିବା ଶରୀରରେ ଅତିରିକ୍ତ ସୋଡିୟମକୁ ଦୂର କରିଥାଏ । ସବୁଜ ପନିପରିବାରେ ପୋଷକ ତତ୍ୱ ଭରପୂର ମାତ୍ରାରେ ରହିଥାଏ ଯାହା ସମ୍ପୂର୍ଣ୍ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଖାଦ୍ୟରେ ପାଳଙ୍ଗ ଶାଗ, କୋବି, କେଲ୍, ଲେଟସ୍ ପତ୍ର ଓ ପାନମହୁରୀ ଆଦିକୁ ସାମିଲ କରନ୍ତୁ ।
– ସକାଳୁ ନିଶ୍ଚିତ ରୂପେ ବ୍ରେକ୍ଫାଷ୍ଟ କରନ୍ତୁ । ବ୍ରେକଫାଷ୍ଟ ପାଇଁ ଓଟ୍ସ ଏକ ଭଲ ବିକଳ୍ପ । ଓଟସରେ ଫାଇବର ପ୍ରଚୁର ମାତ୍ରାରେ ରହିଛି ଯାହା ଫ୍ୟାଟ୍ କମ୍ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ରକ୍ତଚାପ ପାଇଁ ଖୁବ୍ ଭଲ ହୋଇଥାଏ । ଏଥିରେ ସୋଡିୟମର ମାତ୍ରା ମଧ୍ୟ କମ୍ ରହିଥାଏ ।
– ଉଚ୍ଚ ରକ୍ତଚାପ ପାଇଁ କିୱି ଏକ ସୁପରଫୁଡ୍ ହୋଇଥାଏ । ଏହା ଖାଇବାକୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପଯୋଗୀ । ପ୍ରତିଦିନ ୩ଟି କିୱି ଖାଇବା ଦ୍ୱାରା ତାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । ଏହା ତ୍ୱଚା ପାଇଁ ଖୁବ୍ ଭଲ ହୋଇଥାଏ ଏବଂ ହଜମ ଓ ଇମ୍ୟୁନିଟିରେ ସୁଧାର ଆଣିଥାଏ ।
– ରସୁଣ ଏକ ଏଭଳି ମସଲା ଯାହାକୁ ଖାଦ୍ୟରେ ସାମିଲ କରି ଆପଣ ନିଜ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ । ଏହା ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଆପଣ ସକା ସମୟରେ ପାଣି ସହ କଂଚା ରସୁଣ ଖାଇପାରିବେ । ଏହାଛଡା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ପାଇଁ ଏହାକୁ ଖାଦ୍ୟରେ ସାମିଲ କରିପାରିବେ ।
– ଦହି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଦହି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହେବା ସହ ଉଚ୍ଚ ରକ୍ତଚାପରୁ ଆଶ୍ୱସ୍ତି ଦେଇଥାଏ । ତେଣୁ ଆପଣ ନିଜ ଖାଦ୍ୟରେ ପ୍ରତିଦିନ ଲୋ’ ଫ୍ୟାଟ୍ ଦହିକୁ ସାମିଲ କରିପାରିବେ । ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ ରହିଥାଏ ଯାହା ରକ୍ତଚାପ ସ୍ତରକୁ ନିୟନ୍ତ୍ରିତ ରଖିଥାଏ ।


Share It

Comments are closed.