ଖାଲି ପେଟରେ ଘିଅ ଖାଇବାର କ’ଣ ସବୁ ଫାଇଦା ଜାଣନ୍ତୁ


ସକାଳ ସମୟରେ ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ସକାଳ ସମୟରେ ବ୍ରେକ୍‌ଫାଷ୍ଟ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ଆପଣ ଯଦି ବ୍ରେକ୍‌ଫାଷ୍ଟ ପୂର୍ବରୁ ଖାଲି ପେଟରେ ଘିଅ ଖାଆନ୍ତି ତେବେ ଆପଣ ସବୁବେଳେ ସୁସ୍ଥ ଓ ସକ୍ରିୟ ରହିବେ । ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ଚାମଚ ଘିଅ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ସବୁଦିନ ପାଇଁ ଦୂର ହୋଇଥାଏ । ଘିଅରେ ସ୍ଥିର ସାଚୁରେଟେଡ୍ ବଣ୍ଡସ୍ ପ୍ରଚୁର ମାତ୍ରାରେ ରହିଛି ଯାହାଦ୍ୱାରା ଫ୍ରି ରାଡିକଲ୍ସ ବାହାରିବାର ଆଶଙ୍କା ବହୁତ କମ୍ ହୋଇଥାଏ । ଘିଅର କ୍ଷୁଦ୍ର ଫ୍ୟାଟି ଏସିଡ୍ ଚେନ୍‌କୁ ଆମ ଶରୀର ଖୁବ୍ ଶୀଘ୍ର ହଜମ କରିଥାଏ ।

ଅନେକ ଲୋକଙ୍କ ମତରେ ଘିଅ ଖାଇବା ଦ୍ୱାରା ମୋଟାପଣ ବଢିଥାଏ । କିନ୍ତୁ ଘିଅ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । ଘିଅର ସେବନ ଦ୍ୱାରା ଶରୀରର କୋଷିକାକୁଡିକ ପୁନର୍ଜୀବିତ ହୋଇପାରିଥାନ୍ତି । ଯାହାଫଳରେ ତ୍ୱଚାରେ ଚମକ ଆସିଥାଏ । ଘିଅ ତ୍ୱଚାକୁ ନରମ ଓ ଉଜ୍ଜ୍ୱଳ କରିଥାଏ । ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଗଣ୍ଠିବାତ ରୋଗରୁ ମୁକ୍ତି ମିଳିଥାଏ । ମାଂସପେଶୀ ଓ ଜଏଂଟ ପେନ୍‌ରୁ ମଧ୍ୟ ଆଶ୍ୱସ୍ତି ମିଳିଥାଏ । ଘିଅରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ , ଆଷ୍ଟିୟୋପୋରୋସିସ୍ ହେବାର ସମ୍ଭାବନାକୁ କମ୍ କରିଥାଏ ।

ଘିଅ ମସ୍ତିଷ୍କକୁ ସକ୍ରିୟ ରଖିବାରେ ଫଳପ୍ରଦ ହୋଇଥାଏ । ସକାଳୁ ଖାଲି ପେଟରେ ଘିଅ ଖାଇବା ଦ୍ୱାରା ମସ୍ତିଷ୍କର କୋଷିକାଗୁଡିକ ସକ୍ରିୟ ହୋଇଥାଏ ଏବଂ ଏହାଦ୍ୱାରା ସ୍ନାୟୁ ମଧ୍ୟ ପ୍ରେରିତ ହୋଇଥାଏ । ଯାହାଫଳରେ ସ୍ମୃତିଶକ୍ତି ଓ ଶିଖିବାର କ୍ଷମତା ବଢିଥାଏ । ଏହାଦ୍ୱାରା ଆପଣଙ୍କୁ ଅଲ୍‌ଜାଇମର ଭଳି ରୋଗ ଦୂର କରିବାର କ୍ଷମତା ମିଳିଥାଏ । ଏହାବ୍ୟତୀତ ଖାଲି ପେଟରେ ଏକ ଚାମଚ ଘିଅ ସେବନ ଓଜନ କମାଇବାରେ ସହାୟକ ହୋଇଥାଏ । ସକାଳୁ ୫ରୁ ୧୦ ଏମ୍‌ଏଲ୍ ଘିଅର ସେବନ କଲେ ଶରୀରର ମେଟାବୋଲିକ୍ ରେଟ୍ ବଢିଥାଏ ଓ ଓଜନ କମିଥାଏ । ଘିଅ ଖାଇବା ଦ୍ୱାରା କେଶ ଝଡିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।


Share It

Comments are closed.