ରିଲିଜ ହେଲା ଅରିନ୍ଦମଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବାବୁ ଭାଇଜାନ’


ସିଲଭର ସ୍କ୍ରିନରେ ରିଲିଜ ହୋଇଯାଇଛି ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାବୁ ଭାଇଜାନ’ । ଏହି ଫିଲ୍ମର କାହାଣୀଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ହୋଇଥିବାବେଳେ ଅବଦୁଲ ଅମିନ ଖାନ ଓରଫ ବାବୁ ଭାଇଜାନଙ୍କ ଜୀବନିକୁ ନେଇ ଏହା ପର୍ଯ୍ୟବେଷିତ ହୋଇଛି ।

ବାବୁ କିପରି ଏକ ସାଧାରଣ ଦର୍ଜିରୁ ଆନ୍ତର୍ଜାତିକ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରୁଛନ୍ତି ତାହାକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି । ସିନେମାରେ ବାବୁ ଭାଇଜାନଙ୍କ ଚରିତ୍ରରେ ଅରିନ୍ଦମ ଓ ତାଙ୍କ ବନ୍ଧୁଙ୍କ ଚରିତ୍ରରେ ବବି ମିଶ୍ରଙ୍କୁ ଦେଖିବାକୁ ମିଳିଛି । ଏମାନଙ୍କ ସମେତ ମିହିର ଦାସ, ଶ୍ରୀତମ, ବିଦୁସ୍ମିତା, ପ୍ରଦ୍ୟୁମ୍ନ ଲେଙ୍କା, ଏବଂ ସମରେଶଙ୍କ ଭଳି ବିଶିଷ୍ଟ କଳାକାରଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିଛି ।

 

ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ଫିଲ୍ମର ମୁଖ୍ୟ ନାୟିକାରେ ଶିବାନୀଙ୍କୁ ଦେଖିବାକୁ ମିଳିଥିବାବେଳେ ଓଡିଆ ସିନେ ଜଗତରେ ଏହା ହେଉଛି ତାଙ୍କ ତୃତୀୟ ଫିଲ୍ମ । ଫିଲ୍ମଟି ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ହୋଇଥିବାବେଳେ ଏହା ଦର୍ଶକଙ୍କ ମନକୁ ଖୁବ ଛୁଇଁଛି ମଧ୍ୟ ।


Share It

Comments are closed.