ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରିବ ଏହି ଖାଦ୍ୟ


ଆପଣ ଯେକୌଣସି ସମୟରେ ଯେକୌଣସି କାର୍ଯ୍ୟ କରିବା ପାଇଁ ଏକାଗ୍ରତାର ଆବଶ୍ୟକ କରିଥାନ୍ତି । ଛୋଟ ପିଲାଙ୍କ ମଧ୍ୟରେ ମଧ୍ୟ ପଢିବା ପାଇଁ ଏକାଗ୍ରତାର ଖୁବ ଆବଶକତା ରହିଛି । ଯୋଗ କିମ୍ବା ବ୍ୟାୟାମ ମାଧ୍ୟମରେ ଆମ୍ଭେମାନେ ଏକାଗ୍ରତା ବୃଦ୍ଧି କରି ପାରିବା କିନ୍ତୁ କିଛି ସ୍ଥଳରେ ସମୟର ଅଭାବରୁ ଯୋଗ ବା ବ୍ୟାୟାମ କରିବା ସମ୍ଭବ ହୋଇନଥାଏ । ତେଣୁ ଆମ୍ଭେମାନେ କିଛି ସହଜ ଉପାୟ ତଥା ପ୍ରତିଦିନ ଖାଦ୍ୟପେୟରେ କିଛି ଏକାଗ୍ରତା ବୃଦ୍ଧିକାରୀ ଖାଦ୍ୟ ଖାଇବା ଦ୍ୱାରା ଏକାଗ୍ରତା ବୃଦ୍ଧି କରିପାରିବା । ଆସନ୍ତୁ ଜାଣିବା ଏକାଗ୍ରତା ବୃଦ୍ଧିରେ ସାହାଯ୍ୟ କରୁଥିବା କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ ।

୧. ଓଟ ମିଲ୍ –

ଦିନର ସମସ୍ତ ମିଲ ମଧ୍ୟରେ ବ୍ରେକଫାଷ୍ଟ ବା ସକାଳଭୋଜନ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଦିନ ଭରି କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇବ ତାହା ନୁହେଁ ଏହା ମୋଟାପଣ, ଡାଇବେଟିସ, ଶକ୍ତିହିନତାର ସମ୍ଭାବନା ମଧ୍ୟ କମ କରିବା ପାଇଁ ସାହାଯ୍ୟ କରିଥାଏ । ସମୟ ସମୟରେ ଭୋକ ଲାଗିଲେ ମଧ୍ୟ କାମ କରିବା କିମ୍ବା ପାଠ ପଢିବା ପାଇଁ ଏକାଗ୍ରତା ଆସିନଥାଏ । ଆପଣ ଏପରି ସମସ୍ୟାର ସମ୍ମୁଖିନ କରୁଛନ୍ତି କି ତେବେ ଆପଣ ବ୍ରେକଫାଷ୍ଟରେ ଓଟସ ଖାଇପାରିବେ ଯାହା ପେଟ ଫୁଲ କରିବା ସହିତ ଶରୀରରେ କୋଲେଷ୍ଟ୍ରୋଲର ପରିମାଣ କମ କରିଥାଏ । ଏହା ଶରୀରରକୁ ଶକ୍ତି ଯୋଗାଇ ଲମ୍ବା ଅବଧି ପର୍ଯ୍ୟନ୍ତ ଫୁଲ ଅନୁଭୂତି ପ୍ରଦାନ କରିଥାଏ ।

୨. ଡାର୍କ ଚକଲେଟ୍ –

କଫି ଠାରୁ ଡାର୍କ ଚକଲେଟ ବହୁମାତ୍ରାରେ ଭଲ । ଡାର୍କ ଚକଲେଟ ଖାଇବା ଦ୍ୱାରା ଶରୀରରେ ଷ୍ଟେରୋଟୋଟିନ ଏବଂ ଏଣ୍ଡରଫିନର ମାତ୍ରା ବୃଦ୍ଧି ହୋଇଥାଏ ଯାହା ମସ୍ତିଷ୍କରେ ଏକାଗ୍ରତା ବୃଦ୍ଧି କରେ । ଗବେଷଣା ଅନୁଯାୟୀ, ଏହା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ, ମିନେରାଲ, ପୋଟାସିୟମ, କପର ଏବଂ ମ୍ୟାଗ୍ନେସିୟମର ଏକ ଉତ୍ତମ ସ୍ରୋତ ହୋିଥିବାରୁ ଏହା ସୁସ୍ଥ ଡାଏଟ ସହିତ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ୨୦୧୩ରେ ଏକ ପରୀକ୍ଷା ଅନୁଯାୟୀ ଦିନକୁ ଦୁଇ ଗ୍ଲାସ କୋକୋ ପାଉଡର ପିଉଥିବା ପିଲାଙ୍କ ମସ୍ତିଷ୍କର ଦକ୍ଷତା ସାଧାରଣ ପିଲାଙ୍କ ଠାରୁ ଅଧିକ ।

୩. ଗ୍ରୀନ ଟି –

ଆପଣ କାମ କରୁଥିବା ବେଳେ କିମ୍ବା ପଢୁଥିବା ବେଳେ ନିଦ୍ରା କିମ୍ବା ଅଳସ୍ୟ ଅନୁଭବ କରି କଫି କିମ୍ବା ଚାହା ପିଉଛନ୍ତି କି ? ଏହା ଅପଣଙ୍କୁ କିଛି ସମୟ ପାଇଁ ରିଫ୍ରେସ କରିବ କିନ୍ତୁ ଏହା ଦ୍ୱାରା ଡାଇବେଟିସ, ରକ୍ତଚାପ, କୋଲେଷ୍ଟ୍ରୋଲ ଏବଂ ଡାଇବେଟିସ ହେବାର ସମ୍ଭାବନା ଥାଏ । ଯଦି ଆପଣ ଶରୀର ପ୍ରତି ଧ୍ୟାନ ଦେବା ସହିତ ରିଫ୍ରେସମେଣ୍ଟ ଚାହୁଁଛନ୍ତି ତେବେ ଚାହା ଏବଂ କଫି ସ୍ଥାନରେ ଗ୍ରୀନ ଟି ପିଅନ୍ତୁ । ଗ୍ରୀନ ଟିରେ ଥିବା ଆମିନୋ ଏସିଡ ଥଏନିନ୍ ମସ୍ତିଷ୍କରେ ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୪. ବିଟ –

ଗାଢ ଲାଲ ରଙ୍ଗର ବିଟ୍ ପିଲାଙ୍କ କ୍ଷେତ୍ରରେ ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ ସେମାନଙ୍କୁ ଏକାଗ୍ରତା ପୂର୍ଣ୍ଣ କରିଥାଏ । ବିଟରେ ପ୍ରଚୁର ପରିମାଣରେ ନାଇଟ୍ରେଟ ରହିଛି ଯାହା ମସ୍ତିଷ୍କକୁ ରକ୍ତ ଏବଂ ଅକ୍ସିଜେନର ପ୍ରବାହର ମାତ୍ରା ବୃଦ୍ଧି କରିଥାଏ ତେଣୁ ତାହା ମସ୍ତିଷ୍କ ପ୍ରଦର୍ଶନ ବୃଦ୍ଧି କରିବାରେ ସକ୍ଷମ ହୋଇଥାଏ । ତେଣୁ ପ୍ରତିଦିନ ଗୋଟିଏ ଗ୍ଲାସ ବିଟ ରସ କିମ୍ବା ବିଟକୁ ସାଲାଡ ଭାବେ ସେବନ ଦ୍ୱାରା ବ୍ରେନ ପାୱାର ବୃଦ୍ଧି କରିହେବ ।

୫. କଦଳୀ –

ଯଦି ଆପଣଙ୍କୁ ସକାଳେ ବ୍ରେକଫାଷ୍ଟ କରିବାକୁ ସମୟ ହେଉନାହିଁ ତେବେ ଆପଣ ୨ରୁ ୩ଟି କଦଳୀ ଖାଆନ୍ତୁ । ଏହା ପେଟ ଫୁଲ କରିବା ସହିତ ଡାଏଟ କରୁଥିବା ଲୋକଙ୍କ ପାଇଁ ଉପଯୁକ୍ତ ରହିବ ଏବଂ ଏକାଗ୍ରତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ । ୨୦୦୮ରେ ଏକ ଅଧ୍ୟୟନ ଅନୁଯାୟୀ, କଦଳୀ ଖାଇଥିବା ପରିକ୍ଷାର୍ଥୀ କଦଳୀ ଖାଉନଥିବା ପରୀକ୍ଷାର୍ଥୀଙ୍କ ଆପେକ୍ଷା ଖରାପ ରେଜଲ୍ଟ କରିଥାନ୍ତି । କଦଳୀ ପୋଟାସିୟମ ଏବଂ ଅନ୍ୟାନ୍ୟ ମିନେରାଲର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଆପଣଙ୍କ ମସ୍ତିଷ୍କ, ନର୍ଭ ଏବଂ ହୃଦୟକୁ ସଠିକ ରଖିଥାଏ ।

୬. ପାଳଙ୍ଗ ଶାଗ –

ପାଳଙ୍ଗ ଖାଇବାକୁ ସ୍ୱାଦିଷ୍ଟ ହେବା ସହିତ ଏହା ବ୍ରେନ ପାୱାର ବୃଦ୍ଧି କରିବା ପାଇଁ ଉତ୍ତମ । ପାଳଙ୍ଗ ଶାଗରେ ଥିବା ଲୁଏଟିନ, ଫୋଲେଟ ଏବଂ ବିଟାକ୍ୟାରୋଟିନ ମସ୍ତିଷ୍କରେ ଏକାଗ୍ରତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ବହୁ ସ୍ନାୟୁତତ୍ତ୍ୱ ବିଶେଷଜ୍ଞ ସପ୍ତାହକୁ ଥରେ ପାଳଙ୍ଗ ଖାଇବାକୁ ପରାମର୍ଶ ମଧ୍ୟ ଦିଅନ୍ତି ।

୭. ଅଣ୍ଡା –

ଆମିସ ଖାଉଥିବା ଲୋକମାନେ ନିଜର ପ୍ରତିଦିନ ଖାଇବା ରୁଟିନରେ ଗୋଟିଏ ଗୋଟିଏ ସିଝା ଅଣ୍ଡା ଖାଇପାରିବେ । ଗବେଷଣା ଅନୁଯାୟୀ ଅଣ୍ଡାର ଧଳା ଅଂଶ ଶରୀର ପାଇଁ ଖୁବ ଭଲ । ଅଣ୍ଡାରେ ଥିବା କୋଲାଇନ କୋଷବରଣ ଏବଂ ବ୍ରେନ ପ୍ରସ୍ତୁତିରେ ସାହାଯ୍ୟ କରିଥାଏ । ସିଝା ଅଣ୍ଡା କିମ୍ବା ଅଣ୍ଡାର ଧଳା ଅଂଶକୁ ଅମ୍ବଲେଟ କରି ମଧ୍ୟ ଆପଣ ଖାଇପାରିବେ ।

୮. ଜଳ –

କିଛି ସମୟରେ ରିଫ୍ରେସମେଣ୍ଟ ପାଇଁ ଆପଣ ଜଳ ଆବଶ୍ୟକ କରିଥାନ୍ତି । ଡିହାଇଡ୍ରେସନ ମଧ୍ୟ ଏକାଗ୍ରତା ନଷ୍ଟ କରିବାର ମୁଖ୍ୟ କାରଣ ହୋଇପାରେ । ଯଦି ଆପଣ ଦିନର ଯେକୌଣସି ସମୟରେ ଆଳସ୍ୟ କିମ୍ବା ମାନ୍ଦା ଅନୁଭବ କରୁଥିଲେ କଫି, ଚାହା ପରିବର୍ତ୍ତେ ଦୁଇ ଗ୍ଲାସ ପାଣି ପିଅନ୍ତୁ କିମ୍ବା ଲେମ୍ବୁ ପାଣି ପିଅନ୍ତୁ ଏହା ରିଫ୍ରେସ କରିବା ସହିତ ମସ୍ତିଷ୍କକୁ ରକ୍ତ ପ୍ରବାହ ସଠିକ କରିଥାଏ ।


Share It

Comments are closed.