ଘରେ ରଖନ୍ତୁ ଏହି ସବୁ ବସ୍ତୁ ଭାଗ୍ୟରେ ଉନ୍ନତି ଆସିବ


ବାସ୍ତୁ ସହ ଚାଇନିଜ ବାସ୍ତୁ ଲାଫିଙ୍ଗ ବୁଦ୍ଧ ମଧ୍ୟ ଜୀବନ ସମସ୍ୟା ଦୂର କରିବା ଦିଗରେ ଏକ ଉତ୍ତମ ସାଧନା ଅଟେ । ଲାଫିଙ୍ଗ ବୁଦ୍ଧ ଆମ ଜୀବନଶୈଳୀରେ ସାମିଲ ହୋଇସାରିଛି । ଅଧିକାଂଶ ଲୋକଙ୍କ ଘରେ ଆଜିକାଲି ଲାଫିଙ୍ଗ ବୁଦ୍ଧ କିମ୍ବା ୱିଣ୍ଡଚାମ ରଖିଥିବାର ଦେଖିବାକୁ ମିଳୁଛି । ଲାଫିଙ୍ଗ ବୁଦ୍ଧ ଜୀବନରେ ସାମ୍ନା କରିବାକୁ ପଡୁଥିବା ବହୁ ସମସ୍ୟାର ସମଧାନର ବାଟ ରହିଛି । ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ କିମ୍ବା କ୍ୟାରିୟର କ୍ଷେତ୍ରରେ କୌଣସି ଉନ୍ନତି ଘଟୁନଥିଲେ ଲାଫିଙ୍ଗ ବୁଦ୍ଧ ଜରିଆରେ ଏହାର ସମଧାନର ବାଟ ପାଇପାରିବେ । ଲାଫିଙ୍ଗ ବୁଦ୍ଧର ବିଭିନ୍ନ ଜିନିଷର ଉପଯୋଗ ଜରିଆରେ ନକରାତ୍ମକ ଶକ୍ତିକୁ ସକରାତ୍ମକରେ ପରିବର୍ତ୍ତନ କରାଯିବା ନେଇ ନିର୍ଦ୍ଦେଶ ରହିଛି । ୱିଣ୍ଡଚାମ ଓ ବାଉଁଶ ଗଛ ପରି ଜିନିଷ ଘରେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତିର ପ୍ରଭାବ ଘଟିଥାଏ । ଆପଣ ଯଦି ନିଜ ଜୀବନକୁ ନେଇ ଦିଗଦର୍ଶନ ପାଉ ନାହାନ୍ତି ତେବେ ଆପଣ ନିଜ ରୁମର ବାହାରେ ଏକ ୱାର୍ଲଡ ମ୍ୟାପ ଲଗାଇଦିଅନ୍ତୁ । ଏହା ପଛରେ ମନସ୍ତାତ୍ତ୍ୱିକ କାରଣ ମଧ୍ୟ ରହିଛି । ଏହା ଲାଗଇବା ଦ୍ୱାରା ଆପଣ ଏ ଦୁନିଆକୁ ଠିକ ଭାବେ ବୁଝି ପାରିବେ । ଏହା ଦ୍ୱାରା ଆପଣଙ୍କ ବିଚାରରେ ପରିବର୍ତ୍ତନ ଆସିବ । ଆମେ ସବୁ ଜିନିଷକୁ ବିସ୍ତାର ଭାବରେ ଦେଖିବାର ପ୍ରେରଣା ମିଲିବ । ଏହା ବ୍ୟତିତ ଫେଙ୍ଗଶୁଇରେ ଆହୁରୀ ଅନେକ ଉପାୟ ରହିଛି ଯାହା ମାଧ୍ୟମରେ ଆପଣ ନିଜ ଚାରିପଟେ ଘୁରି ବୁଲୁଥିବା ନକରାତ୍ମକ ଶକ୍ତିକୁ ବଦଳାଇ ଦେଇପାରିବ ।

୧. ଯେଉଁମାନେ ଜୀବନୀ ଆପଣଙ୍କୁ ପ୍ରଭାବିତ କରିଛି, ନିଜ ବେଡରୁମର ଉତ୍ତର ଦିଗରେ ଆପଣ ସେହିମାନଙ୍କ ଫଟୋ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ସକରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ।
୨. ଜୀବନରେ ଆଗକୁ ବଢିବା ପାଇଁ ଓ ଲକ୍ଷ୍ୟ ହାସଲ କରିବା ପାଇଁ ଘରର ଉତ୍ତର-ପଶ୍ଚିମ ଦିଗରେ ସଫଳ ଓ ସକାରତ୍ମକ ଚିନ୍ତାଧାରା ବିଶିଷ୍ଟ ଲୋକମାନଙ୍କ ଫଟୋ ଲଗାନ୍ତୁ ।
୩. ବେଡରୁମର ଉତ୍ତର-ପଶ୍ଚିମ ଦିଗରେ କୌଣସି ପ୍ରକାର ଧାତୁର ଶୋ-ପିସ କିମ୍ବା ଫଟୋ ଲଗାନ୍ତୁ । ଏହା ଆପଣଙ୍କୁ ଭଲ ଚାକିରି ପାଇବାରେ ସହାୟକ ହେବ ।
୪. ଘରର ଉତ୍ତର ଦିଗରେ ପାଣିର ବ୍ୟବସ୍ଥା କିମ୍ବା ପାଣି ସହ ସମ୍ବନ୍ଧିତ ଶୋ-ପିସ କିମ୍ବା ଫଟୋ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ଜୀବନରେ ବହୁତ ନୂତନ ସୁଯୋଗ ଆସି ପହଞ୍ଚିବ  ।
୫. ଘରର ଦକ୍ଷିଣ-ପୂର୍ବ ଦିଗରେ ସମ୍ବନ୍ଧ ଅର୍ଥ ସହ ରହିଛି ବୋଲି ମନାଯାଏ । ଏଣୁ ଏହି ଦିଗକୁ ସର୍ବଦା ସଫାସୁତୁରା ରଖିବା ଉଚିତ । ଏହା ସହିତ ଏହି ଦିଗରେ ମଧୁର ବାସ୍ନା ପ୍ରଦାନ କରୁଥିବା ଅଗରବତୀ ଲଗାଇବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ଘରରେ ଧନର ଅଭାବ ରହିବ ନାହିଁ ।


Share It

Comments are closed.