ଭାରତରେ ଶୁଭାରମ୍ଭ ହେଲା TVS Apache RTR 180 Race


ଭାରତରେ ଟିଭିଏସ ପକ୍ଷରୁ TVS Apache RTR 180 Raceର ଶୁଭାରମ୍ଭ କରାଯାଇଛି । ଯାହାରକ (ଏକ୍ସ-ସୋରୁମ, ଦିଲ୍ଲୀ) ର ମୂଲ୍ୟ ୮୩,୨୩୩ ରହିଛି । ଆପାଚି ଆରଟିଆର ୧୮୦ର ରେସ ସଂସ୍କରଣଟି ପର୍ଲ ହ୍ୱାଇଟ ବେସ ରଙ୍ଗ ଏବଂ ରେସିଙ୍ଗ ଇନଷ୍ପାଇରେଡ ଗ୍ରାଫିକ୍ସ ସହ ଆସୁଛି । ଏହି ବାଇକଟିର ଆଗ ଏବଂ ଫଛରେ ଷ୍ଟାଣ୍ଡାରଡ ଡିସ ବ୍ରେକରେ ରହିଛି ।
ଟିଭିଏସ ମୋଟର କମ୍ପାନୀର ଦାବୀ ଅନୁଯାୟୀ ଏହି ରେସ ସଂସ୍କରଣର ଷ୍ଟାଇଲିଙ୍ଗ ଏକ ସ୍ୱତନ୍ତ୍ର ରେସିଙ୍ଗ କାର୍ବନ ଫାଇବର ଥିମ ଦ୍ୱାରା ପ୍ରସ୍ୁତ, ଯାହାକି ଏକ ହାଲୁକା ଓଜନ ବିଶିଷ୍ଟ ଗୁଣବତ୍ତାକୁ ଏବଂ ରେସିଙ୍ଗ ଇଣ୍ଟେଣ୍ଟକୁ ଦର୍ଶାଉଛି । TVS Apache RTR 180 Raceରେ ନୂତନ ୩ଡିର ଟିଭିଏସ ଲୋଗ ରହିଛି । ଏହାର ଫିଚର ଦୃଷ୍ଟି କୋଣରୁ ଏହାର ଆଲୋଏ ହ୍ୱିଲ ଉପରେ ଟିଭିଏସ ରେସିଙ୍ଗ ବ୍ରାଣ୍ଡେଡ ରିମ ବ୍ୟାଡଗିଙ୍ଗ ଷ୍ଟିକର ରହିଛି । ଏଥିରେ ଡିଜିଟାଲ ଡ୍ୟାସବୋର୍ଡ ରହିବା ସହ ବ୍ଲୁ ବ୍ୟାକଲିଟ ଡିସପ୍ଲେ ରହିଛି, ଯହାକି ୦ରୁ୬୦ କେଏମପିଏଚ ସ୍ପିଡ ରେକର୍ଡର, ଲ୍ୟାମ୍ପ ଟିମର ଏବଂ ସର୍ଭିସ ଇଣ୍ଡିକେଟର ସହ ଅନ୍ୟାନକୁ ପ୍ରଦର୍ଶନ କରାଇଛି ।TVS Apache RTR 180 Race ସଂସ୍କରଣଟିରେ ୧୭୭.୪ ସିସ ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ରହିଛି, ଯାହାକି ୮୫୦୦ଆରପିଏମରେ ୧୬.୪ ବିଏଚପିର ଅଧିକ ଶକ୍ତି ଏବଂ ଫାଇଭ-ସ୍ପିଡ ଟ୍ରାନମିଶନ ପାଇଁ ୬,୫୦୦ର ଆରପିଏମରେ ୧୫.୫ ଏନଏମର ଅଧିକ ଟରକିୟୁ ପ୍ରଦାନ କରୁଛି । ଏହି ମୋଟରସାଇକେଲ ପ୍ରତି ୪.୯୬ ସେକେଣ୍ଡରେ ୬୦ କେଏମପିଏଚ ଅତିକ୍ରମ କରିପାରିଥିବା ବେଳେ ଏହାର ଶ୍ରେଷ୍ଠ ସ୍ପିଡ ୧୧୪ କେଏମପିଏଚ ରହିଛି ।TVS Apache RTR 180 Raceରେ ସବୁଠାରୁ ଉନ୍ନତ ଶ୍ରେଣୀର ( ୧୮୦ସିସି) ପାୱାର-ଟୁ-ୱେଟ ରେସିଓ ରହିଛି ।


Share It

Comments are closed.