ଖରାଦିନେ ଶରୀରରେ ଜଳୀୟ ଅଂଶର ସନ୍ତୁଳନ ରଖେ ଏହି ପାଞ୍ଚୋଟି ଫଳ


ଖରାଦିନେ ଶରୀରରେ ଜଳୀୟ ଅଂଶକୁ ଭରପୁର ରଖିବା ପାଇଁ ଯେ କେବଳ ପାଣି ସହାୟ ନୁହେଁ ।  ଏପରି କେତୋଟି ଫଳ ରହିଛି, ଯାହା ଆମ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ସହ ଅନେକ କ୍ଷେତ୍ରରେ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ଆସନ୍ତୁ ଜାଣିବା ଏହି ଫଳଗୁଡ଼ିକ ସମ୍ପର୍କରେ ।

କମଳା: ପ୍ରତିଦିନ ଗୋଟିଏ କମଳା ଖାଆନ୍ତୁ । ଏହାଦ୍ୱାରା ଶରୀରରେ ଜଳୀୟ ଅଂଶ ବଡ଼ାଇବା ସହ ଚର୍ମରେ ଚମକ ଆଣିଥାଏ । ମଧ୍ୟାହ୍ନ ଭୋଜନର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ କମଳା ଖାଆନ୍ତୁ । ରାତିରେ କମଳା ଖାଆନ୍ତୁ ନାହିଁ ।

ଅଙ୍ଗୁର: ଅଙ୍ଗୁରରେ ଜଳୀୟ ଅଂଶ ଭରପୁର ମାତ୍ରାରେ ରହିଛି । ଏହା ହଜମ କରିବା ଶକ୍ତିକୁ ବୃଦ୍ଧି କରାଇଥାଏ ।

ତରଭୁଜ: ତରଭୁଜରେ ପାଣି ବ୍ୟତିତ ପ୍ରଚୁର ଭିଟାମିନ୍ ଏବଂ ମିନେରାଲ୍ ରହିଛି । ସଙ୍ଗେସଙ୍ଗେ କଟାଯାଇଥିବା ତରଭୁଜକୁ ଖାଆନ୍ତୁ । ଏହାକୁ ଖାଇବାର ଘଣ୍ଟାଏ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ ।

କାକୁଡ଼ି: କାକୁଡ଼ିରେ ୯୬% ଜଳୀୟ ଅଂଶ ସହ ୪% ଫାଇବର ରହିଛି । ବିଶେଷ ଭାବରେ ଯଦି ଆପଣ ଡାଏଟିଂ କରୁଛନ୍ତି ତେବେ କାକୁଡ଼ି ନିଶ୍ଚିତ ଭାବରେ ଖାଅନ୍ତୁ । ରାତିରେ କାକୁଡ଼ି ଖାଆନ୍ତୁ ନାହିଁ ।

ଟମାଟୋ: ଟମାଟୋରେ ରହିଛି ୯୦% ପାଣି । ଏହାକୁ ନିୟମିତ ଖାଇଲେ ଓଜନ ନିୟନ୍ତ୍ରଣରେ ରହିବା ସଙ୍ଗେସଙ୍ଗେ ଶରୀରରେ ଲୋହିତ ରକ୍ତ କଣିକାର ମାତ୍ରା ବୃଦ୍ଧି ପାଇଥାଏ । ଯାହାକି ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହାକୁ ଖାଇଲେ କ୍ୟାନ୍ସର ହେବାର ଆଶଙ୍କା କମ୍ ଥାଏ ।


Share It

Comments are closed.