୧ ଏପ୍ରିଲରୁ ଆରମ୍ଭ ହେବ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଟୀକାକରଣ, କେନ୍ଦ୍ରମନ୍ତ୍ରୀ ଦେଲେ ସୂଚନା


କେନ୍ଦ୍ର ସରକାର କରୋନା ବିରୋଧୀ ଲଢେଇ ପାଇଁ ଏକ ବଡ ନିଷ୍ପତି ନେଇଛନ୍ତି । ୧ ଏପ୍ରିଲରୁ ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କରୋନା ଟୀକା ଦିଆଯିବ । କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଙ୍ଗଳବାର ଦିନ ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଦକର ଏହି ସଂପର୍କରେ ଆଜି ସୂଚନା ଦେଇଛନ୍ତି । ଜାବେଦକର କହିଛନ୍ତି ଯେ, ଟୀକା ଗ୍ରହଣ କରିବା ସମସ୍ତଙ୍କ ପାଇଁ ଜରୁରୀ ଅଟେ ଏଥିପାଇଁ ସମସ୍ତ ବର୍ଗର ଲୋକଙ୍କୁ ପଞ୍ଜୀକରଣ କରିବାକୁ ପଡିବ ।

ସେ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇ ପାଇଁ ଏହା ବେଶ ପ୍ରଭାବୀ ରହିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆମକୁ ଅତି କମରେ ଆହୁରୀ ଦେଢ ବର୍ଷ ପାଖାପାଖି ମାସ୍କ ଲଗେଇବାର ଆବଶ୍ୟକତା ରହିଛି । ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟୀକାକରଣ କରାଯାଉଥିବାବେଳେ ଆଗକୁ ୪୫ ବର୍ଷର ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ, ଯିଏକି ଗମ୍ଭୀର ରୋଗରେ ପୀଡିତ ଥିବେ ।


Share It

Comments are closed.