ହୋଲିକା ଦହନ ଦିନ କରନ୍ତୁ ଏହି ବିଶେଷ ଉପାୟ: ଦୂର ହେବ ଆର୍ଥିକ ସମସ୍ୟା


ଜ୍ୟୋତିଷଶାସ୍ତ୍ରରେ ହୋଲିକା ଦହନର ବିଶେଷ ମହତ୍ତ୍ୱ ରହିଛି। ହୋଲିକା ଦହନରେ ସବୁ ପ୍ରକାର ଖରାପ ଜିନିଷକୁ ଦହନ କରାଯାଇଥାଏ। ହୋଲିକା ଦହନରେ କରାଯାଉଥିବା ପୂଜା ଜୀବନର ଅନେକ କଷ୍ଟ ଦୂର କରିଥାଏ। ଯେଉଁମାନଙ୍କ ଜୀବନରେ ଧନ, ଋଣ, ରୋଗ, କ୍ୟାରିଅର ଓ ବ୍ୟବସାୟ ସହ ଜଡିତ ସମସ୍ୟା ରହିଛି ସେମାନେ ହୋଲିକା ଦହନ ଦିନ କିଛି ଚଟ୍କରି ଉପାୟ କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ହୋଲିକା ଦହନ ସମୟରେ କଣ କଣ ଚମତ୍କାରୀ ଉପାୟ କରାଯାଇପାରିବ ଜାଣନ୍ତୁ…

୧. ହୋଲିକା ଦହନ ପରେ ରାତି ୧୨ଟା ରେ କୌଣସି ଅଶ୍ୱଥ ଗଛ ମୂଳରେ ଶୁଦ୍ଧ ଘିଅରେ ଦୀପ ଜଳାଇ ୭ଥର ଗଛର ପରିକ୍ରମା କରିବା ଉଚିତ। ଏହାଦ୍ୱାରା ଭାଗ୍ୟ ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

୨. ହୋଲିକା ଦହନ ସମୟରେ ପୁରା ପରିବାର ସହ ହୋଲିକାର ୩ କିମ୍ବା ୭ ପରିକ୍ରମା କଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ଧନ ଲାଭ ମଧ୍ୟ ହୋଇଥାଏ।

୩. ହୋଲି ଖେଳିବା ପୂର୍ବରୁ କୌଣସି ମନ୍ଦିରରେ ଦେବାଦେବୀଙ୍କୁ ରଙ୍ଗ ଅର୍ପଣ କରିବା ଉଚିତ। ଭଗବାନଙ୍କ ନିକଟରେ ନିଜ ସମସ୍ୟା ମଧ୍ୟ କହିବା ଉଚିତ। ଏହାଦ୍ୱାରା ଶୀଘ୍ର ସମସ୍ୟା ଦୂର ହୋଇଥାଏ।

୪. ହୋଲିକା ଦହନ ପରଦିନ ହୋଲିକାର ପାଉଁଶରେ ପୁରୁଷଙ୍କୁ ତିଳକ ଲଗାନ୍ତୁ। ମହିଳାମାନେ ଏହି ପାଉଁଶ ନିଜ ବେକରେ ଲଗାଇବା ଉଚିତ। ଏହି ଚମତ୍କାରୀ ଉପାୟ କୋପ ଦୃଷ୍ଟିରୁ ରକ୍ଷା କରିଥାଏ।

୫. ହୋଲି ଦିନ ସକାଳେ ସ୍ନାନ କରି ଭଗବାନ ଶିବଙ୍କ ମନ୍ଦିର ଯାଇ ପାନ ପତ୍ରରେ ଗୋଟା ସୁପାରୀ ଓ ଗଣ୍ଠି ହଳଦୀ ରଖି ଭୋଳାନାଥଙ୍କୁ ଭୋଗ ଲଗାନ୍ତୁ। ସନ୍ଧ୍ୟାରେ ଶିବଲିଙ୍ଗ ପାଖରେ ଦୀପ ଲଗାନ୍ତୁ। ଏହାଦ୍ୱାରା ତମାମ ସମସ୍ୟାରୁ ମୁକ୍ତି ମିଳିଥାଏ।

୬. ହୋଲି ଦିନ ୯ ଲେମ୍ବୁକୁ ଏକ ସୁତାରେ ଗୁନ୍ଥି ଦିଅନ୍ତୁ। ଏହି ମାଳାକୁ ଭୈରବଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ ଦ୍ୱାରା ଶୀଘ୍ର ଦହନ ପ୍ରାପ୍ତିର ମାର୍ଗ ଖୋଲି ଯାଇଥାଏ।

୭. ହୋଲି ଦିନ ହ୍ରଦ ଡାଲିରେ ଦହି ବରା ଓ ଜିଲାପି ତିଆରି କରି ୭ଜଣ ସଫେଇ କର୍ମଚାରୀଙ୍କୁ ବାଣ୍ଟିଲେ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।


Share It

Comments are closed.