ଟେଟ୍ରା ପ୍ୟାକ୍ ଜିତିଲା ଆଇସିସି ସୋସିଆଲ ଇମ୍ପାକ୍ଟ ଆୱାର୍ଡ


ବିଶ୍ୱର ଅଗ୍ରଣୀ ପ୍ୟାକେଜିଂ ଏବଂ ପ୍ରୋସେସିଙ୍ଗ ସମାଧାନ ପ୍ରଦାନକାରୀ କମ୍ପାନୀ, ଟେଟ୍ରା ପ୍ୟାକ୍ ଇଣ୍ଡିଆ ସ୍ଥାୟୀ ପରିବେଶ ବିଭାଗ ପାଇଁ ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ସୋସିଆଲ ଇମ୍ପାକ୍ଟରେ ସମ୍ମାନିତ ହୋଇଛି । ମଲ୍ଟି ଷ୍ଟେକ ହୋଲ୍ଡର ସୁବିଧା ବ୍ୟବହାରକରି ଟେଟ୍ରା ପ୍ୟାକ କାର୍ଟୁନର ରିସାଇକେଲିଙ୍ଗ ପାଇଁ ଟେଟ୍ରା ପ୍ୟାକ୍ର ଇକୋସିଷ୍ଟମର ସ୍ଥାପନା ପ୍ରତିଥିବା ଏହାର ଅହେତୁକ ଉଦ୍ୟମ ହେତୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଏହି ସମ୍ମାନ ଅନୁଷ୍ଠାନର ସାମାଜିକ ନିବେଶ, କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଏବଂ ସ୍ଥାୟିତ୍ୱ କ୍ଷେତ୍ରରେ ଗୁରୁ୍ତ୍ୱକୁ ଭିତ୍ତିକରି ପ୍ରଦାନ କରାଯାଇଛି । ବିଭିନ୍ନ କର୍ପୋରେଟ, ଏନଜିଓ ଏବଂ ପ୍ରୟୋଗକାରୀ ଏଜେନ୍ସିଙ୍କ ଠାରୁ ଏହା ୮୦ରୁ ଅଧିକ ପ୍ରକଳ୍ପ ନୋମିନେସନ ଗ୍ରହଣ କରିଛି ଯାହାମଧ୍ୟରୁ ୪୦ଟି ଆଗାମୀ ଇଭାଲ୍ୟୁଏସନ ପାଇଁ ଚୟନିତ ହୋଇଛି ।
ଏହି ପୁରଷ୍କାର ପରିପ୍ରେକ୍ଷୀରେ ଟେଟ୍ରା ପ୍ୟାକ୍ ଦକ୍ଷିଣ ଏସିଆର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ, ଆସୁତୋଷ ମନୋହର କହିଛନ୍ତିଯେ, “ଆଇସିସି ସୋସିଆଲ ଇମ୍ପାକ୍ଟ ପୁରସ୍କାର ଗ୍ରହଣ କôରଥିବାରୁ ଆମ୍ଭେମାନେ ଖୁବ ଉତ୍ସାହିତ ଏବଂ ଏହା ଭାରତରେ ସ୍ଥାୟୀ ରିସାଇକେଲିଙ୍ଗ ଇକୋସିଷ୍ଟମକୁ ବିକଶିତ କରିବାରେ ଆମ୍ଭମାନଙ୍କର ଇଚ୍ଛାକୁ ଆହୁରୀ ପ୍ରୋତ୍ସାହିତ କରିବ । ଆମ୍ଭେମାନେ ମୂଲ୍ୟବାନ ଚେନ -ଫର୍ମରେ ଥିବା ଗ୍ରାହକମାନଙ୍କ ସହିତ, ଷ୍ଟେକହୋଲଡର, ଆବର୍ଜନା ଗୋଟାଳି, ରିସାଇକେଲର, ବ୍ରାଣ୍ଡ ମାଲିକ, ସିଭିଲ ସୋସାଇଟି ଅନୁଷ୍ଠାନ ଗୁଡିକ, ଏନଜିଓ ଏବଂ ଆଞ୍ଚଳିକ ସରକାରୀ ସଂସ୍ଥା ଗୁଡିକ ସହିତ ସହଭାଗିତା କରିବା ପ୍ରାରମ୍ଭ କରିଛୁ । ଯାହା ନିଶ୍ଚିନ୍ତ କରିବକି ରିସାଇକେଲିଙ୍ଗ ମଡେଲ ବାସ୍ତବରେ ସ୍ଥାୟୀ ଅଟେ ।”
୩ଟି ଆକର୍ଷଣୀୟ ମୂଲ୍ୟାଙ୍କନ ପ୍ରକିୟା ମଧ୍ୟରେ ସିଏସଆର ବିଶେଷଜ୍ଞତାର ସମ୍ବନ୍ଧରେ ଜୁରିଙ୍କ ଦ୍ୱାରା ସିଏସଆର ବିଶେଷଜ୍ଞ, ମିଡିଆ ଏକ୍ସପର୍ଟ ଏବଂ ବହୁ କ୍ଷେତ୍ରରେ ଏକାଡେମିସିଆନଙ୍କ ଦ୍ୱାରା ମୂଲ୍ୟାଙ୍କନ ହୋଇଛି । ଏହା ପରେ ଦର୍ଶକ ମାନଙ୍କୁ ଲାଇଭ ଭୋଟିଙ୍ଗ ସହିତ ଉପସ୍ଥାପନା କରାଯାଇଛି । ଆନ୍ୟାନ୍ୟ ଅନୁଷ୍ଠାନଗୁଡିକ ଯେଉଁମାନେ ପରିବେଶ ସ୍ଥାୟି ବିଭାଗରେ ପ୍ରତିଯୋଗିତା କରୁଥିଲେ ସେମାନଙ୍କ ମଧ୍ୟରେ ଅଇସିଆଇସିଆଇ ଫାଉଣ୍ଡେସନ, ଏସବିଆଇ ଫାଉଣ୍ଡେସନ ଏବଂ ଲୁପିନ୍ ଫାର୍ମା ଇତ୍ୟାଦି ପ୍ରମୁଖ ।


Share It

Comments are closed.