ମା’ ହେଲେ ଏକତା, ଘରକୁ ଆସିଲା ନୂଆ ଅତିଥି


ଏକତାଙ୍କ ଘରକୁ ଜଣେ ନୂଆ ସଦସ୍ୟ ଆସିଛନ୍ତି । ଫିଲ୍ମ ନିର୍ମାତା ଏବଂ ଟେଲିଭିଜନ ପ୍ରଡ୍ୟୁସର ଏକତା ମା’ ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ହୋଇଛି । ଏକତା ସରୋଗେସି ଦ୍ୱାରା ମା’ ହୋଇଛନ୍ତି । ଯାହା ଫଳରେ ଏକତାଙ୍କ ବାପା ନାନା ହୋଇଛନ୍ତି । ଏହି ଖୁସି ଖବର ପରେ ସାରା ବଲିଉଡ ବର୍ତ୍ତମାନ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଲାଣି ।
ପ୍ରକାଶ ଥାଉକି ଏକତା ଭାଇ ତୁଷାର କପୁରଙ୍କ ଭଳି ସରୋଗେସି ଦ୍ୱାରା ମା’ ହେବାର ବିକଳ୍ପ ବାଛିଥିଲେ । ମିଳିଥିବା ସୂଚନା ସେ ୨୭ ଜାନୁଆରୀ ମା’ ହୋଇଥିଲେ । ତାଙ୍କ ପୁଅ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏକତାଙ୍କ ପୂର୍ବରୁ ତୁଷାର ମଧ୍ୟ ଏହିଭଳି ଭାବରେ ବାପା ହୋଇଥିଲେ । ସେହିଭଳି କରଣ ଜୋହରଙ୍କ ମଧ୍ୟ ଦୁଇଟି ଯାଆଁ ସନ୍ତାନ ଅଛି । ଏବଂ ଶାହାରୁଖଙ୍କ ସାନ ପୁଅ ଆବ୍ରାହମ ମଧ୍ୟ ଏହିଭଳି ଭାବରେ ଜନ୍ମ ହୋଇଥିଲେ ।
ଏକତା ପ୍ରଥମେ ସିରିଏଲ ନିର୍ମାତା ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଟି.ଭି କୁଇନ କୁହାଯାଏ । ବର୍ତ୍ତମାନ ଏକତା ୱେବ ପ୍ଲାଟଫର୍ମ ପାଇଁ ୱେବ ସିରିଜ ପ୍ରସ୍ତୁତ କରୁଛନ୍ତି ।


Share It

Comments are closed.