ମାଲିଙ୍ଗାଙ୍କ ପତ୍ନୀ ଏବଂ ‘ପେରେରା’ଙ୍କ ମଧ୍ୟରେ ଘନେଇ ବିବାଦ


ଶ୍ରୀଲଙ୍କା କ୍ରିକେଟ ଟିମ ପାଇଁ ସମୟ ବର୍ତ୍ତମାନ ବହୁତ ଖରାପ ଚାଲିଛି । ଗୋଟିଏ ପଟେ ଶ୍ରୀଲଙ୍କା କ୍ରିକେଟ ଟିମ ଉପରେ ମ୍ୟାଚ ଫିକ୍ସିଙ୍ଗର ଅଭିଯୋଗ ଲାଗିରହିଥିବାବେଳେ ଅନ୍ୟପଟେ ଖେଳାଳୀଙ୍କ କ୍ରମାଗତ ଖରାପ ପ୍ରଦର୍ଶନ ଦଳ ଏବଂ ଦେଶର ଭାବମୂର୍ତ୍ତିକୁ ବହୁତ ଅଡୁଆରେ ପକାଇଛି । ସବୁଠାରୁ ମୁଖ୍ୟ କଥା ଏହା ଯେ, ବର୍ତ୍ତମାନ ଖେଳାଳୀଙ୍କ ମଧ୍ୟରେ ମନାନ୍ତର ଚାଲିଛି ଯାହାକୁ ନେଇ ଟିମର କୌଣସି ବି ଖେଳାଳୀ ପରସ୍ପର ସହ ଠିକ ସେ କଥା ମଧ୍ୟ ହେଉ ନାହାନ୍ତି ।
ମିଳିଥିବା ସୂଚନା ମୁତାବକ ଘଟଣାଟି ଏପରି ଘଟିଛି ଯେ, ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ‘ଥିସାରା ପେରେରା’ ଏବଂ ଟି-୨୦ ଓ ଦିନିକିଆ ଅଧିନାୟକ ‘ଲସିତ ମାଲିଙ୍ଗା’ଙ୍କ ପତ୍ନୀଙ୍କ ମଧ୍ୟରେ ଘନେଇଥିବା ବିବାଦ ।
ଏହି ସ୍ଥିତି ମାଲିଙ୍ଗାଙ୍କ ପତ୍ନୀ ‘ତାନିଆ ପେରେରା’ଙ୍କ ଯୋଗୁଁ ଘଟିଛି । ପ୍ରକାଶ ଥାଉକି ତାନିଆ, ଥିସାରାଙ୍କୁ ସୋସିଆଲ ମିଡିଆରେ ସିଧାସଳଖ ଏକ ଅପମାନ ଜନକ କମେଣ୍ଟ କରିଥିଲେ, ଯାହାକୁ ନେଇ ପରିସ୍ଥିତି ଏଭଳି ବିଗିଡି ଯାଇଥିଲା । ତାନିଆ ସିଧାସଳଖ ଥିସାରାଙ୍କୁ ଆକ୍ଷେପ କରି ଏକ ଅପମାନ ଜନକ କମେଣ୍ଟ ଫେସବୁକରେ ଲେଖିଥିଲେ , ‘ଥିସାରା ପେରେରା ଶ୍ରୀଲଙ୍କା ଜାତୀୟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଦେଶର କ୍ରୀଡା ମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ’ ଯାହାର ଜବାବରେ ଥିସାରା ୨୦୧୮ରେ ଦଳ ପାଇଁ ଦେଖାଇଥିବା ପ୍ରଦର୍ଶନ ଏକ ତାଲିକା ଉକ୍ତ କମେଣ୍ଟ ତଳେ ରିପ୍ଲାଏ କରିଥିଲେ ।
ଉକ୍ତ ଘଟଣାକୁ ନେଇ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଥିସାରା, ମାଲିଙ୍ଗାଙ୍କ ପତ୍ନୀଙ୍କ ଏହିଭଳି କାର୍ଯ୍ୟକଳାପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟ ଅଧିକାରୀ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଥିସାରାଙ୍କ ଅଭିଯୋଗ ସ୍ୱରୁପ ଏହା କହିଛନ୍ତି ଯେ, ‘ଅଧିନାୟକଙ୍କ ପତ୍ନୀଙ୍କ ଏଭଳି ବିବାଦୀୟ କମେଣ୍ଟକୁ ଦେଶର ଜନତା ଖୁବ ସହଜରେ ବିଶ୍ୱାସ କରିନେବେ ଏବଂ ଏହାକୁ ଅଟକାଇବା ଅସମ୍ଭବପର । ’
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ ବର୍ତ୍ତମାନ ଦଳ ସାରା ଦେଶ ପାଇଁ ଏକ ମଜାକ ହୋଇଯାଇଛି । ଦଳ ଅନେକ ବର୍ଷ ହେବ ଭଲ ପ୍ରଦର୍ଶନ ଦେଖାଇପାରୁ ନାହିଁ ଏବଂ ଅନେକ ସିରିଜରେ ବାରମ୍ବାର ହାରୁଛି ।”


Share It

Comments are closed.