କର୍ମକର୍ତ୍ତାଙ୍କୁ ବିଦାୟକାଳୀନ ଉଦବୋଧନ ଦେବା ସମୟରେ ଭାବବିହ୍ୱଳ ହେଲେ ‘ଜ୍ୟାକ ମା’


ମଙ୍ଗଳବାର ଦିନ ଅଲିବାବା ସମୂହର ଅଧ୍ୟକ୍ଷ ‘ଜ୍ୟାକ ମା’ ନିଜ କମ୍ପାନୀରୁ ଅବସର ନେଇଥିବାବେଳେ ସେହିଦିନ କମ୍ପାନୀର ୨୦ତମ ବାର୍ଷିକ ଦିବସ ମଧ୍ୟ ଥିଲା । ତେବେ ଏକ ବିଶାଳକାୟ ଷ୍ଟାଡିୟମରେ କମ୍ପାନୀ ପକ୍ଷରୁ ୨୦ତମ ବାର୍ଷିକ ଦିବସ ପାଳନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା, ଯାହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟଚକିତ ହୋଇପଡିଥିଲେ । ୮୦ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ୨୦ତମ ବାର୍ଷିକ ଉତ୍ସବ ଚାଲୁଥିବାବେଳେ ହଠାତ କମ୍ପାନୀର ପୂର୍ବତ୍ତନ ଅଧ୍ୟକ୍ଷ ‘ଜ୍ୟାକ ମା’ ରକଷ୍ଟାରର ବେଶ ହୋଇ ଏବଂ ହାତରେ ଏକ ଗୀତାର ଧରି ସେଠାରେ ପହଞ୍ଚିଯାଇଥିଲେ । କେବଳ ଏତିକି ନୁହେଁ ଜ୍ୟାକ ସେଠାରେ ଚାଇନିସ ପପ୍ ଗୀତ ମଧ୍ୟ ଗାଇଥିଲେ ।

କେବଳ ଏତିକି ନୁହେଁ କମ୍ପାନୀରୁ ବିଦାୟକଳୀନ ଅବସର ନେବା ସମୟରେ ସେ ସମସ୍ତ କର୍ମଚାରୀଙ୍କୁ କାନ୍ଦିକାନ୍ଦି କହିଥିଲେ ଯେ, “ଆଜି ରାତି ପରଠାରୁ ମୁଁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି । ମୋର ଏହି ବିଶ୍ୱାସ ରହିଛି ଯେ, ଦୁନିଆ ବହୁତ ଭଲ ଅଟେ ଏବଂ ଜୀବନରେ ଅନେକ ସୁଯୋଗ ରହିଛି । ମୋତେ ଉତ୍ସାହ ବହୁତ ପସନ୍ଦ । ଏହି କାରଣରୁ ମୁଁ ଶୀଘ୍ର ଅବସର ନେବା ପାଇଁ ନିଷ୍ପତି ନେଲି ।”


Share It

Comments are closed.