ପାକିସ୍ତାନ ଗସ୍ତ କରିବାକୁ ମନାକଲା ଶ୍ରଲଙ୍କା


ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତ୍ତନ ଖେଳାଳୀ ପାକିସ୍ତାନ ଗସ୍ତ ନକରିବାକୁ ସ୍ପଷ୍ଟ ରୂପେ ମନା କରିଦେଇଛନ୍ତି । ଶ୍ରୀଲଙ୍କାର ଏହି ନିଷ୍ପତି ପାଇଁ ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଫୱାଦ ହୁସେନ ଚୌଦୁରୀ ଏଥିପାଇଁ ଭାରତକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, “ଭାରତ ଶ୍ରୀଲଙ୍କା ଖେଳାଳୀଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ଶେଷ କରିବାକୁ ଧମକ ଦେଇଛି, ଯେଉଁଥିପାଇଁ ସେମାନେ ଡରିକରି ପାକିସ୍ତାନ ଆସିବାକୁ ମନା କରିଦେଇଛନ୍ତି ।”


ପାକିସ୍ତାନ ମନ୍ତ୍ରୀଙ୍କର ଏହି ବୟାନ ପରେ ଶ୍ରୀଲଙ୍କା ଖେଳମନ୍ତ୍ରୀ ‘ହରିନ ଫର୍ଣ୍ଣାଡୋ’ ମଧ୍ୟ ଏହାର ଉଚିତ ଜବାବ ଦେଇଛନ୍ତି ।


ଶ୍ରୀଲଙ୍କା ଖେଳମନ୍ତ୍ରୀ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଏହି କଥାରେ କୌଣସି ସତ୍ୟତା ନାହିଁ କି ଭାରତ ପାଇଁ ଶ୍ରୀଲଙ୍କା ଖେଳାଳୀ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଛନ୍ତି । ” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “୨୦୦୯ରେ ପାକିସ୍ତାନରେ ଶ୍ରୀଲଙ୍କା ଖେଳାଳୀମାନଙ୍କ ସହ ଘଟିଥିବା ଘଟଣା ପାଇଁ ସେମାନେ ପାକିସ୍ତାନ ଗସ୍ତ କରିବାକୁ ମନାକରି ଦେଇଛନ୍ତି । ଆମେ ଖେଳାଳୀଙ୍କ ଏହି ନିଷ୍ପତିକୁ ସମ୍ମାନ ଜଣାଇବା ସହ ଆମେ ଦଳରେ ଏଭଳି ଖେଳାଳୀଙ୍କୁ ଆଗକୁ ଚୟନ କରିବୁ ଯେଉଁମାନେ ପାକିସ୍ତାନ ଯାଇ ସେଠାରେ ପାକିସ୍ତାନୀ ଖେଳାଳୀଙ୍କୁ ତାଙ୍କରି ଦେଶରେ ହରାଇବେ ।”


Share It

Comments are closed.