ଚନ୍ଦ୍ରାୟନ-୨କୁ ମାତ ଦେବା ପାଇଁ ଛାତ ଉପରୁ ରକେଟ ଲଞ୍ଚ କଲା ପାକିସ୍ତାନ, ଭିଡିଓ ଭାଇରାଲ


ବଲିଉଡ ଅଭିନେତା ଅରସଦ ୱାରିସ ପାକିସ୍ତାନକୁ କଟାକ୍ଷ କରି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପାକିସ୍ତାନର କେତେକ ଲୋକେ ଏକ ରକେଟ ଭଳି ଦେଖାଯାଉଥିବା ବେଲୁନ ତଳେ ଅଗ୍ନ ସଂଯୋଗ କରି ଆକାଶକୁ ଛାଡିଥିଲେ । ଏହି ଭିଡିଓକୁ ଅରସଦ ନିଜ ଟ୍ୱିଟରରେ ସେୟାର କରିବା ସହ ପାକିସ୍ତାନକୁ କଟାକ୍ଷ କରି ଲେଖିଥିଲେ ଯେ, “ମୋତେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ନାହିଁ, ପାକିସ୍ତାନ ବି ରକେଟ ଲଞ୍ଚ କରିଛି ।


” ଅରସଦଙ୍କ ଏହି ବୟାନ ଇସ୍ରୋର ଚନ୍ଦ୍ରାୟନ ୨ ମିଶନ ପରେ ଆସିଥିଲା । ଅରସଦ ୱାରିସ ନିଜ ଟ୍ୱିଟରରେ ଏହିଭଳି ଏକ ଭିଡିଓ ସେୟାର କରିବା ପରେ ଅନେକ ୟୁଜର୍ସ ତତକ୍ଷଣାତ ଏକ ପସନ୍ଦ କରିବା ସହ ରିଟ୍ୱିଟ ମଧ୍ୟ କରିଥିଲେ । ଜଣେ ଉପଭୋକ୍ତା ଏହି ପୋଷ୍ଟରେ କମେଣ୍ଟ କରି ଲେଖିଥିଲେ କି, “ଯାହା ହେଉ ପାକିସ୍ତାନ କିଛି ତ ଲଞ୍ଚ କଲା, ଅଭିନନ୍ଦନ ”ଆଉ ଜଣେ ଲେଖିଥିଲେ କି “ଏହା ବ୍ୟୟସାପେକ୍ଷ, ପରିବେଶ ଅନୁକୂଲ୍ୟ ରକେଟ ଅଟେ…. ଭାରତ, ପାକିସ୍ତାନ ଠାରୁ ପରିବେଶ ଅନୁକୂଲ୍ୟ ଜ୍ଞାନକୌଶଳ ଶିଖିବା କଥା ”ପ୍ରକାଶ ଥାଉକି, ଭାରତର ଚନ୍ଦ୍ରାୟକ-୨ ମିଶନରେ ଇସ୍ରୋ ସହ ‘ଲ୍ୟାଣ୍ଡର ବିକ୍ରମ ସହ ସଂପର୍କ ଛିନ୍ନ ହେବା ପରେ ପାକିସ୍ତାନ ମନ୍ତ୍ରୀଗଣ ଭାରତକୁ ଅନେକ ସମାଲୋଚନା କରିଥିଲେ ।’


Share It

Comments are closed.