ଡିପ୍ରେସନର ଲକ୍ଷଣଗୁଡ଼ିକୁ ଜାଣନ୍ତୁ ଓ ସତର୍କ ରୁହନ୍ତୁ


ଡିପ୍ରେସନ୍ ଆଜିକାଲି ଏକ ସାଧାରଣ ମାନସିକ ସ୍ଥିତିରେ ପରିଣତ ହୋଇଗଲାଣି । ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ପ୍ରବଳ ମାତ୍ରାରେ ବଢ଼ିଚାଲିଛି ଓ ଏହା ଏକ ସାଧାରଣ ବ୍ୟାଧି ରୂପରେ ସମସ୍ତଙ୍କଠାରେ ଦେଖାଯାଉଛି । କୌଣସି ଏହ ବିଷୟକୁ ନେଇ ଅତ୍ୟଧିକ ଚିନ୍ତା କରିବା, ପାରିବାରିକ ଅଶାନ୍ତିରେ ରହିବା, କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଚାପ ପଡ଼ିବା ଆଦି ଡିପ୍ରେସନର ମୂଖ୍ୟ କାରଣ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଡିପ୍ରେସନ୍ କାରଣରୁ ଦେଖାଯାଉଥିବା କେତୋଟି ଲକ୍ଷଣ ବିଷୟରେ ଜାଣନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ନଚେତ ଅନେକ ସମୟରେ ଏହା ହୃତଘାତ ଓ ମସ୍ତିଷ୍କାଘାତର କାରଣ ହୋଇଥାଏ ।
୧. ଡିପ୍ରେସନରେ ଥିବା ଲୋକଙ୍କର ପିଠିରେ ଅଧିକାଂଶ ସମୟରେ ଯନ୍ତ୍ରଣା ହୋଇଥାଏ । ପିଠିର ମାଂସପେଶୀଗୁଡ଼ିକ ସଙ୍କୁଚିତ ହେବା ସହ ଅଧିକ ଶକ୍ତ ହୋଇଯାଇଥାଏ ।
୨. ଡିପ୍ରେସନ୍ ଲୋକମାନଙ୍କ ଶରୀରର ଓଜନ ଉପରେ ପ୍ରଭାବ ପକାଇଥାଏ । ଏଥିରେ ବ୍ୟକ୍ତି ବିଶେଷଙ୍କ ଓଜନ ହଠାତ୍ ବଢ଼ିଯାଇଥାଏ ଅଥବା ହ୍ରାସ ପାଇଥାଏ ।
୩. ଏହା ଯୋଗୁଁ ସବୁବେଳେ ଥକ୍କାପଣ ଅନୁଭବ ହୋଇଥାଏ । ଶରୀର ଦୁର୍ବଳ ହୋଇପଡ଼ିବା ସହ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହୁଏନାହିଁ ।
୪. କାନ୍ଧରେ ରକ୍କା ପଶିବା ବା ପବନ ଅଟକି ଯିବା ଡିପ୍ରେସନର ଅନ୍ୟ ଏକ ଲକ୍ଷଣ । ମାଂସପେଶୀ ସଙ୍କୁଚିତ ହେବା କାରଣରୁ ଏପରି ହୋଇଥାଏ । ଅନେକ ସମୟରେ ଡିପ୍ରେସନ ପାଇଁ ଉଦ୍ଦିଷ୍ଟ ବଟିକା ଖାଇଲେ ମଧ୍ୟ ଏପରି ହୋଇଥାଏ ।
୫. ଡିପ୍ରେସନ୍ ଯୋଗୁଁ ଚର୍ମରେ ବିଭିନ୍ନ ସମସ୍ୟା ଦେଖାଯାଏ, ଯେପରିକି କୁଣ୍ଡାଇହେବା, ଲାଲ୍ ପଡିଯିବା, ଫଳିଯିବା ଇତ୍ୟାଦି ଲକ୍ଷଣମାନ ଦେଖାଯାଇଥାଏ ।
୬. ଏହା ଆପଣଙ୍କ ଦାନ୍ତ ଉପରେ ପ୍ରଭାବ ପକାଇଥାଏ । ଜଣେ ବ୍ୟକ୍ତି ଡିପ୍ରେସନରେ ରହିଲେ ତା’ର ଦାନ୍ତ ବିନ୍ଧିବା ସହିତ ଦାନ୍ତ ମୂଳରୁ ରକ୍ତ ବାହାରିଥାଏ ।


Share It

Comments are closed.