ପୁଣି ମଉଳିଲା ପଦ୍ମ, ପଢନ୍ତୁ ସମ୍ପୂର୍ଣ୍ଣ ଖବର


ଦେଶର ୪ ଲୋକସଭା ଏବଂ ୧୦ଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ସମନ୍ନାକୁ ଆସିଛି । ଉତ୍ତରପ୍ରଦେଶ, ବିହାର , ଝାଡଖଣ୍ଡ ରେ ଭଳି ଏହି ୩ଟି ରାଜ୍ୟମାନଙ୍କରେ ହୋଇଥିବା ଉପନିର୍ବାଚନ ବିଜେପି ନିଜର ଅସ୍ଥିତ୍ୱ ହରାଇଛି । ବିପକ୍ଷ ଦଳର ମହାମେଣ୍ଟ ପୁଣିଥରେ ବିଜେପି ଗଡ ଧୂଳିସାତ କାରଇ ମାଟିରେ ମିଶାଇଦେଇଛି । ଉତ୍ତରପ୍ରଦେଶର କୋରାନ ଲୋକସଭା ଓ ନୁରପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଅଖିଳେଶ-ମାୟାବତୀ ଏବଂ ଅଜିତ ଚୌଦୁରୀଙ୍କ ମେଣ୍ଟ ବିଜେପି ପାଇଁ କାଳ ହୋଇଯାଇଛି । ସେହିଭଳି କୋରାନ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରର୍ଥୀ “ତବସୁମ ହାସନ” ବିଜେପିର ପ୍ରର୍ଥୀ “ମିରଗାଁକ ସଂହଙ୍କୁ ” ହରାଇଥିବା ବେଳେ ସପାର ପ୍ରର୍ଥୀ “ନଇମୁଲ ହସନ” ବିଜେପିର ପ୍ରର୍ଥୀ “ଅବନୀ ସଂହଙ୍କୁ ” ୬୨୧୧ ଖଣ୍ଡ ଭୋଟରେ ହରାଇଛନ୍ତି ।
ସେହିଭଳି ବିହାରରେ ଆରଡେଜି ଏବଂ କଂଗ୍ରେସ ମିଳିତ ଭାବେ ଜେଡିଏସ ଏବଂ ବିଜେପି ମେଣ୍ଟରେ ରହିଥିବା ଜୋକିହାଟ ବିଧାନସଭା ଆସନକୁ ଛଡାଇ ନେଇଛନ୍ତି । ସେହିଭଳି ଝାଡଖଣ୍ଡରେ ଅଲ ଝାଡଖଣ୍ଡ ଷ୍ଟୁଜେଣ୍ଟ ୟୁନିଏନ (ଏଜେଏସୟୁ) ହାତରୁ ସିଲି ଏବଂ ଗୋମିଆ ଆସନଟି ହାତରୁ ଖସିଯାଇ ଝାଡଖଣ୍ଡରେ ବିପକ୍ଷ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚା(ଜେଏଏଏମ)ର ହାତକୁ ପଳାଇଛି ।
ଉତ୍ତର କର୍ଣ୍ଣାଟକର ଥିବା ରାଜେସ୍ୱରୀ ନଗରର ଆସନକୁ ପୁଣିଥରେ କଂଗ୍ରେସ ନିଜ ହାତମୁଠାକୁ ନେଇଛି । ଏହି ଆସନରେ କଂଗ୍ରେସ ପ୍ରର୍ଥୀ ମୁନିରତ୍ନା ୪୧.୧୬୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ମହାରାଷ୍ଟ୍ରର ପଲୁସ ଲୋକସଭା ଆସନକୁ ବିଜେପି ଦଖଲରେ ନେଇଥିବା ବେଳେ ଏଥିରେ ବିଜେପି ପ୍ରର୍ଥୀ ୨୯,୫୭୨ ଭୋଟରେ ବିଜୟୀ ହୋଇଛନ୍ତି । ସେହିଭଳି ଭଣ୍ଡାରି – ଗୋନ୍ଧିଆ ଲୋକସଭା ରେ ଏନସିପି ବିଜୟ ହାସଲ କରିଛି । ବିହାରର ଜୋକିହାଟ ବିଧାନସଭା ଆସନରେ ଲାଲୁ ଯାଦବଙ୍କ ଦଳ ଆରଜେଡି ବିଜୟ ହାସଲ କରିଥିବାବେଳେ ପଞ୍ଜାବର ଶାହାକୋଟ ବିଧାନସଭା ଆସନରେ କଂଗ୍ରେସ ବିଜୟ ଲାଭ କରିଛି । ସେହିଭଳି ପଶ୍ଚିମବଙ୍ଗର ମୋହିସତଲା ବିଧାନସଭା ଆସନରେ ଟିଏମସି ବିଜୟ ହାସଲ କରିଛି ।


Share It

Comments are closed.