ବିଗ୍ ବଜାର ପକ୍ଷରୁ ଓଡ଼ିଶାର‘ଓମେନ୍ ଅଫ୍ ସବଷ୍ଟାନ’ର ସନ୍ଧାନ


ବିଗ୍ ବଜାର ପକ୍ଷରୁ ବର୍ତ୍ତମାନ ଏକ ନୂତନ ପ୍ରତିଯୋଗିତା ରୁପଶ୍ରୀ ରଜ ମାଧ୍ୟମରେ ଓଡ଼ିଶାର‘ଓମେନ୍ ଅଫ୍ ସବ୍ଷ୍ଟାନ୍ସ’ର ସନ୍ଧାନ କରାଯାଉଛି । ଏହା ହେଉଛି ଓଡ଼ିଶାର ଏକ ବୃହତ ରିଆଲିଟି ଚ୍ୟାଲେଞ୍ଜ । ଏହାମାଧ୍ୟମରେ ବିଗ୍ ବଜାର ପକ୍ଷରୁ ଜଣେ ମହିଳା ପ୍ରତିଯୋଗୀଙ୍କୁ ସନ୍ଧାନ କରାଯାଉଛି ଯିଏକି ବିବିଧତା, ବ୍ୟକ୍ତିଗତ ଆହ୍ୱାନ, ସାମାଜିକ ପ୍ରତିବନ୍ଧକକୁ ଅତିକ୍ରମ କରି ଏହାର ବିଜେତା ହେବେ ।
ବିଗ୍ ବଜାରର ଏହି ଅଭିଯାନରେ ଓଡ଼ିଆ ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଏଲିନା ସମାନ୍ତରାୟ ଯୋଗଦେଇଛନ୍ତି । ଏହା ବ୍ୟତିତ ସେ ଲୋକଙ୍କୁ ନିଜର ରୁପଶ୍ରୀ ରଜ ଚୟନ ବିଗ୍ ବଜାରର ଥିବା ୯ଟି ଷ୍ଟୋର ଯଥା : ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ପୁରୀ, କେନ୍ଦୁଝର ଓ ଝାରସୁଗୁଡ଼ା ଆଦିରେ ଦେଇପାରିବେ ବୋଲି ଜଣାଇଛନ୍ତି । ଏଥିରେ ଆପଣ ନିଜର ମାଆ, ଭଉଣୀ, ଝିଅ, ଭାଉଜ, ନଣନ୍ଦ ଓ ପଡ଼ୋଶୀ ଆଦିଙ୍କୁ ଚୟନ କରିପାରିବେ । ଯାହାଙ୍କୁ କି ଆପଣ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟ ବୋଲି ଭାବୁଛନ୍ତି ।
“ଏହି ଅବସରରେ ବିଗ୍ ବଜାର ଓ ଏଫ୍ବିବି ପୂର୍ବାଞ୍ଚଳ ମାର୍କେଟିଙ୍ଗ୍ର ମୁଖ୍ୟ, ଶ୍ରୀଯୁକ୍ତ ରାଜ ବାନାର୍ଜୀ କହିଛନ୍ତି ଯେ, ନିଜର ନାରୀତ୍ୱକୁ ପାଳନ କରିବା ପାଇଁ ରଜ ହେଉଛି ଏକ ସଠିକ୍ ପର୍ବ । ନାରୀର ଅର୍ନ୍ତନିହିତ ସୌନ୍ଦର୍ଯ୍ୟ ବୃଦ୍ଧି ସହ ‘ଓମେନ୍ ଅଫ୍ ସବ୍ଷ୍ଟାନ୍ସ’ର ସନ୍ଧାନ କରି ତାଙ୍କ ସମ୍ମାନ ପ୍ରଦାନ କରିବା ପାଇଁ ଏହା ହିଁ ଏକ ଉଚିତ୍ ଅବସର । ଆମେ ବିଶ୍ୱାସ କରୁଛୁ ଯେ, ଆପଣ ସ୍ୱାଧୀନତା ଭାବରେ ନିଜର ପ୍ରାର୍ଥି ଚୟନ କରିବେ ଏବଂ ରାଜ୍ୟକୁ ନିଜର ରୁପଶ୍ରୀ ରଜ ପ୍ରଦାନ କରିବେ ।”
ଏହି ପ୍ରତିଯୋଗୀ ମାନଙ୍କ ଚୟନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଯେପରିକି, ଜୟଶ୍ରୀ ମହାପାତ୍ର, ଅରୁଣା ମହାନ୍ତି ଏବଂ ରୋଜାଲିନ୍ ମିଶ୍ରଙ୍କ ଦ୍ୱାରା କରାଯିବାର ବ୍ୟବସ୍ଥା ରହିଛି । ଏହାର ଚୟନ କାର୍ଯ୍ୟ ୩୧ ମଇରୁ ଆରମ୍ଭ ହୋଇ ୬ ଜୁନ୍ ପର୍ଯ୍ୟନ୍ତ ଚାଲିବ ।
ଏହି ରଜ ଅବସରରେ ବିଗ୍ ବଜାର ଓ ଏଫ୍ବିବି ଓଡ଼ିଶାରେ ନଜିର ବହୁ ଆକର୍ଷଣୀୟ ଫେଷ୍ଟିଭ୍ କଲେକ୍ସନ୍ ମାନ ଉପସ୍ଥାପନ କରିଛି ଏବଂ ଏହା ପ୍ରତ୍ୟେକ ୨୫୦୦/- ଟଙ୍କା କ୍ରୟରେ ଗ୍ରାହକ ମାନଙ୍କୁ ୧୦୦୦/- ଟଙ୍କାର ଆଡ୍ ଭ୍ୟାଲୁ ମିଳିବ ।


Share It

Comments are closed.