କଟକ ଚୌଦ୍ୱାରରେ ପ୍ରଭାତଙ୍କ ବିକଳ୍ପ ନାହିଁ : ସର୍ଭେ


କଟକର ସବୁଠାରୁ ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ ହେଉଛି ଚୌଦ୍ୱାର । କଟକ ଜିଲ୍ଲାର ଏହି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି ଜିଲ୍ଲାର ଲୋକପ୍ରିୟ ବିଧାୟକ ପ୍ରଭାତ ବିଶ୍ୱାଳ । ଏକଦା କଂଗ୍ରେସର ଗଡ ବୋଲାଉଥିବା ଥିବା ଏହି ନିର୍ବାଚନ ମଣ୍ଡଳୀଟି ୨୦୦୪ ପର ଠାରୁ ବିଜେଡି ଅକ୍ତିଆରେ ରହିଛି । ୨୦୦୪ରେ ଏଠାରୁ ଧର୍ମାନନ୍ଦ ପ୍ରଧାନ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୦୯ରୁ ବର୍ତ୍ତମାନ ଯାଏଁ ପ୍ରଭାତ ବିଶ୍ୱାଳ ଏଠାରେ ବିଧାୟକ ରହିଆସୁଛନ୍ତି ।
୨୦୧୯ ନିର୍ବାଚନକୁ ଆଉ ହାତ ଗଣତି କିଛିଟା ଦିନ ବାକି ରହିଯାଇ ଥିବାବେଳେ ବିଜେଡି ପକ୍ଷରୁ ପ୍ରଭାତ ବିଶ୍ୱାଳଙ୍କ ନେତୃତ୍ୱରେ ଏଠାରେ ସମସ୍ତ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଜିଲ୍ଲାର ଲୋକପ୍ରିୟ ନେତା ପ୍ରଭାତ ବିଶ୍ୱାଳ ଏହି ନିର୍ବାଚନ ମଣ୍ଡଳୀରୁ ଦୀର୍ଘ ୧୦ବର୍ଷ ହେବ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବାବେଳେ ବିରୋଧୀ ଦଳମାନେ ଏଠାରେ ପ୍ରଭାତଙ୍କୁ ଟକ୍କର ଦେବା ପାଇଁ ପ୍ରାର୍ଥୀ ଖୋଜୁଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନରେ ୮୦ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇ ପ୍ରଭାତ ପ୍ରଥମ ସ୍ଥାନରେ ରହିଥିବାବେଳେ କଂଗ୍ରେସରୁ ସୁରେଶ ମହାପାତ୍ର ଦ୍ୱିତୀୟ ଏବଂ ବିଜେପିରୁ ନୟନ ମହାନ୍ତି ୩୦ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
ଗତ ୨୦୧୪ ସାଧାରଣ ନିର୍ବାଚନ ଉପରେ ଯଦି ଆମେ ନଜର ପକାଇବା ସାରା ଦେଶରେ ମୋଦି ହାୱା ଥିବାବେଳେ ଏଠାରେ ବିଜେଡି ପ୍ରାର୍ଥୀ ପ୍ରଭାତ ବିଶ୍ୱାଳ ବେଶ ଆଶାତିତ ସଫଳତା ହାସଲ କରିଥିଲେ । ଯାହାକି ଚୌହ୍ୱାର କଟକରେ ତାଙ୍କର ଜନ ସମର୍ଥନକୁ ପ୍ରତିପାଦନ କରୁଛି । ବିଜେଡି ବିଧାୟକ ରୂପେ ପ୍ରଭାତଙ୍କ ଏଠାରେ ବେଶ ପ୍ରଭାବ ଥିବା ବେଳେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏଥିର ପୁଣି ଥରେ ବିଜେଡି ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସବୁଠାରୁ ମୁଖ୍ୟ କଥା ଏହା ଯେ, ପ୍ରଭାତଙ୍କ ଉତ୍ତମ ଲୋକସଂପର୍କ ଏବଂ କଟକ ଚୌଦ୍ୱାରରେ ତାଙ୍କର ଉନ୍ନୟନ ମୂଳକ ଓ ଲୋକାଭିମୁଖୀ ପଦକ୍ଷେପ ଯୋଗୁଁ ସେ ପୁଣି ଥରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୁଅନ୍ତୁ ବୋଲି ଲୋକଙ୍କର ଦାବୀ ରହିଛି ।


Share It

Comments are closed.