ସ୍ୱାର୍ଥ ହାସଲ ପାଇଁ ବେଇମାନ ଏବଂ ବିଶ୍ୱାସଘାତକ ହେଲେ ଏକାଠି


କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଶେଷରେ ବିଜେପିରେ ପାଦ ଥାପିଛନ୍ତି ବିଜେଡିରୁ ବିତାଡିତ ହୋଇଥିବା ବରିଷ୍ଠ ନେତା ଦାମ ରାଉତ । ସମସ୍ତେ ତ ନିଶ୍ଚିତ ଜାଣିଥିବେ ଓଡିଶାରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ କିଏ କଡା ସମାଲୋଚନା କରିଥାଏ, ସେ ହେଉଛନ୍ତି ଦାମ ରାଉତ । କେବଳ ଏତିକି ନୁହେଁ ଦାମ, କେନ୍ଦ୍ରମନ୍ତ୍ରୀଙ୍କୁ କଡା ଭାଷାରେ ସମାଲୋଚନା କରିବା ସହ ତାଙ୍କ ବିରୋଧରେ ମନ୍ତ୍ରୀଙ୍କୁ ନିର୍ବାଚନ ଲଢିବା ପାଇଁ ଆହ୍ୱାନ ମଧ୍ୟ ଦେଇଥିଲେ ।
ପ୍ରକାଶ ଥାଉକି ପୂର୍ବରୁ ଦାମ ଏକ ସଭାରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାକୁଯାଇ ବିଜେପି ନେତ୍ରୀଙ୍କୁ ‘ସ୍ୱାମୀ ଛଡା ଅଙ୍ଗନବାଦୀ’ ବୋଲି କହି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଦାମଙ୍କ ଇସ୍ତଫା ଦାବୀ କରି ହଲାପଟା କରାଯାଇଥିଲେ ।
କିନ୍ତୁ ଏଣ୍ଡୁଅ ରଙ୍ଗ ବଦଳେଇଲା ଭଳି ଦାମ ମଧ୍ୟ ନିଜ ଆଦର୍ଶର ଜଳାଞ୍ଜଳୀ ଦେଇ ଗତ କାଲି ବିଜେପିରେ ଯୋଗ ଦେଇଛନ୍ତି । ପ୍ରକାଶ ଥାଉକି ଏହି ବିଜେପି ନେତା ଓ ନେତ୍ରୀ, ଦାମଙ୍କୁ ସମାଲୋଚନା କରି ତାଙ୍କୁ ରାଜ୍ୟ ରାଜନୀତିରେ ବଦନାମ କରାଇଥିଲେ ଏବଂ ଏଥିପାଇଁ ତାଙ୍କୁ ମନ୍ତ୍ରୀପଦ ମଧ୍ୟ ହରାଇବାକୁ ପଡିଥିଲା । କିନ୍ତୁ ଦାମ ଧୋକେବାଜର ଅସଲ ପରିଚୟ ଦେଇ ବିଜେପିରେ ଯୋଗଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶ ପୁତ୍ର ବୋଲାଉଥିବା ଏହି ବରିଷ୍ଠ ନେତା ଜଣକ ତାଙ୍କ ନା ବିକି ବିଜେପିରେ ଯୋଗଦେଇଛନ୍ତି । ନିକଟ କିଛି ଦିନ ତଳେ ଦାମଙ୍କ ଭଳି ବିଜେଡିରୁ ବିତାଡିତ ନେତା ବୈଜୟନ୍ତ ବିଜେପିରେ ଯୋଗଦେଇଥିବାବେଳେ ସେହି ସମାନ ଢଙ୍ଗରେ ଦାମ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ତେବେ ଦାମଙ୍କର ବିଜେପିରେ ଯୋଗଦେବାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି ଏବଂ କହିଛି ଯେ, “ସମୟ ଆସିଲେ ବିଶ୍ୱାସଘାତକଙ୍କୁ ଉଚିତ ଜବାବ ଦିଆଯିବ ।”
ତେବେ ତାଙ୍କ ବିଜେପିରେ ଯୋଗଦାନକୁ ନେଇ ଦାମଙ୍କ ପୁତ୍ର ସମ୍ବିତ ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, “ଡାକ୍ତର ରାଉତ ବିଜେପିରେ ମିଶିଲେ ମୋର କିଛି ଫରକ ପଡେ ନାହିଁ । ମୁଁ ବିଜେଡି ସହ ଅଛି ଏବଂ ଦଳର ସଭାପତିଙ୍କ ଆଦେଶ କ୍ରମେ ମୁଁ ତାଙ୍କ ବିରୋଧରେ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି ।”


Share It

Comments are closed.