ରାକେଶ ଶର୍ମାଙ୍କ ବାୟୋପିକରୁ ଆଉଟ ହେଲେ ଶାହାରୁଖ


ଶାହାରୁଖଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ଜିରୋର ବିଫଳତା ପରେ ଶାହାରୁଖ ଖାନ ରାକେଶ ଶର୍ମାଙ୍କ ବାୟୋପିକ ‘ସାରେ ଜାହାଁ ସେ ଅଚ୍ଛା’ରୁ କ୍ୱିଟ କରିଛନ୍ତି । ମହାକାଶ ଚାରୀ ରାକେଶ ଶର୍ମାଙ୍କ ବାୟୋପିକକୁ କ୍ୱିଟ କରିବାର କାରଣ ଡନ-୩ ହୋଇପାର ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଜିରୋ ଫିଲ୍ମରେ ସ୍ପେସରେ କାହାଣୀ ଥିବାରୁ ଶାହାରୁଖ ଖାନ ସାରେ ଜାହାଁସେ ଅଚ୍ଛା କ୍ୱିଟ କରୁଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏଫସିସିଆଇର ଫ୍ରେମ ଅଞ୍ଜୁମ କହିଛନ୍ତି ଯେ, ଜିରୋରେ ସ୍ପେପ କାହାଣୀ ଥିବାର ଏହି ବାୟୋପିକର କୌଣସି ସମ୍ବନ୍ଧ ନାହିଁ । ଶାହାରୁଖ ଖାନଙ୍କର ଜିରୋର ବିଫଳତା ପାଇଁ ସେ ଭାଙ୍ଗିପଡିଛନ୍ତି ଏବଂ ସ୍ପେସ କାହାଣୀରେ ଅଭିନୟ ନକରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।
ଅଞ୍ଜୁମଙ୍କ କହିବା ଅନୁଯାୟୀ ଫିଲ୍ମଟିର କାହଣୀ ଜିରୋର ବିଫଳତାର କାରଣ । ଡନ -୩ର ଫିଲ୍ମ ସୁଟିଙ୍ଗ ଆଗାମୀ ମାସରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ । ଶାହାରୁଖ ଖାନ ଏହି ବାୟୋପିକରୁ କ୍ୱିଟ କରିଥିବା ବେଳେ କେଉଁ ସୁପର ଷ୍ଟାରଙ୍କୁ ନେଇ ଏହି ଫିଲ୍ମ କରାଯିବ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ । ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ବ୍ୟତୀତ ଭୂମି ପାଡନେକର ମଧ୍ୟ ଅଭିନୟ କରିଥାନ୍ତେ । ଏହାର ନିର୍ଦ୍ଦେଶନା ମହେଶ ମିଠାଇ ଦେଇଥିବା ବେଳେ ଫିଲ୍ମରେ ଦର୍ଶକମାନଙ୍କୁ କିପରି ଆକର୍ଷଣ କରିପାରିବ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ।


Share It

Comments are closed.