ଭାରତ ଏବଂ ନ୍ୟୁଜିଲାଣ୍ଡ ଟି-୨୦ ସିରିଜକୁ ନେଇ ଗାଭାସ୍କର କଲେ ଭବିଷ୍ୟବାଣୀ


ପ୍ରଥମେ ଅଷ୍ଟ୍ରେଲିଆରେ ଟି-୨୦ ସିରିଜ ଡ୍ର ଏବଂ ପୁଣି ସେଠାରେ ଟେଷ୍ଟ ଓ ଦିନିକିଆ ସିରିଜ ଜିତିଲା ପରେ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ଭାରତର ସମାନ ଜଲୱା ଦେଖିବାକୁ ମିଳୁଛି । ଭାରତ, ନ୍ୟୁଜିଲାଣ୍ଡ ଠାରୁ ୪-୧ରେ ଦିନିକିଆ ସିରିଜ ଜିତିଲା ପରେ ବର୍ତ୍ତମାନ ଟି-୨୦ ସିରିଜରେ କିପରି ବିଜୟ ହାସଲ କରିପାରିବ ତାହା ସେ ଲକ୍ଷ୍ୟ ରଖିଛି । ବିରାଟଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଥିବାବେଳେ ବର୍ତ୍ତମାନ ଦଳର ଅଧିନାୟିକତ୍ୱ ପଦ ସମ୍ଭାଳୁଛନ୍ତି ରୋହିତ ଶର୍ମା ।
ବର୍ତ୍ତମାନ ରୋହିତଙ୍କ ଅଧିନାୟିକତ୍ୱରେ ଦଳ ଆଗାମୀ ଟି-୨୦ ସିରିଜରେ କେଉଁ ସଫଳତା ହାସଲ କରୁଛି ତାହା ବର୍ତ୍ତମାନ ଦେଖିବାକୁ ବାକି ରହିଛି । ଏତଦ ବାଦ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କାର ଭାରତ ଏବଂ ନ୍ୟୁଜିଲାଣ୍ଡ ଟି-୨୦ ସିରିଜକୁ ନେଇ ଭବିଷ୍ୟବାଣୀ କରିଛନ୍ତି ।
ତାଙ୍କୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଯେତେବେଳେ ପଚାର ଯାଇଥିଲା, ଆଗାମୀ ଟି-୨୦ ସିରିଜରେ କିଏ ବିଜୟ ହାସଲ କରିବ ? ସେ ଏହାର ଉତ୍ତରରେ ସିଧାସିଧା କହି ଦେଇଥିଲେ ଯେ, “ଭାରତ ୨-୧ରେ ଏହି ସିରିଜରେ ବିଜୟ ହାସଲ କରିବ । ” ତେବେ ଗାଭାସ୍କାରଙ୍କ ଏହି ଭବିଶ୍ୟବାଣୀ ପରେ ବର୍ତ୍ତମାନ ଦେଖିବାକୁ ବାକି ରହିଛି ଯେ, ମ୍ୟାଚ ଶେଷରେ ଫଳାଫଳ କ’ଣ ରହୁଛି ।
ଆମେ ଯଦି ଭାରତ ଖେଳିଥିବା ଟି-୨୦ ସିରିଜର ରେକର୍ଡ ଉପରେ ନଜର ପକାଇବା, ତେବେ ଭାରତ ୧୦ଟି ଟି-୨୦ ସିରିଜରେ ୮ଟିରେ ବିଜୟ ହାସଲ କରିଥିବାବେଳେ ଆଉ ବାକି ୨ଟି ଟି-୨୦ ସିରିଜ ଡ୍ର ରହିଥିଲା ।


Share It

Comments are closed.