ଆସନ୍ତା ନିର୍ବାଚନରେ ମଦମୁକ୍ତ ଓଡିଶା ହେବ ମୁଖ୍ୟ ରଣଧ୍ୱନୀ


କୃଷକମାନଙ୍କ ଦାବୀ ସଂପର୍କରେ ସମସ୍ତ ରାଜନୈତିକ ଦଳ ଶତମୁଖ ହୋଇଥିବାବେଳେ ମଦ ଭଳି ପ୍ରମୁଖ ରାକ୍ଷସର ଉତ୍ପାତକୁ ପ୍ରାୟ ସମସ୍ତେ ଜାଣତରେ ଅଣଦେଖା କରୁଛନ୍ତି  । ସମାଜର ଅର୍ଦ୍ଧେକ ସଂଖ୍ୟକ ମହିଳା, ଆଦିବାସୀ, ହରିଜନ ଓ ଗରିବ ଲୋକେ ଏଥିରେ ତଳିତଳାନ୍ତ ହେଉଥିଲେ ମଧ୍ୟ ରାଜ୍ୟର ପ୍ରମୁଖ ଦଳ ଯଥା ବି.ଜେ.ଡି, ବି.ଜେ.ପି ଓ କଂଗ୍ରେସ ଇତ୍ୟାଦି ଏହି ସମସ୍ୟା ପ୍ରତି ଉଦାସୀନ  । ଗ୍ରାମାଂଚଳରେ ଏହା ବିରୋଧରେ ତୀବ୍ର ପ୍ରତିରୋଧ ହେଉଥିଲେ ବି ତାହା ସରକାରଙ୍କ କାନରେ ପଡୁନାହିଁ   ।
ଆସନ୍ତା ନିର୍ବାଚନ ପୂର୍ବରୁ “୧୯୫୬ ସଂପୂର୍ଣ୍ଣ ନିଶାନିବାରଣ ଆଇନ” ପୂର୍ଣ୍ଣ କାର୍ଯ୍ୟକାରୀ ହେବାର ସଂକଳ୍ପ ନେଇ ମିଳିତ ଓଡିଶା ନିଶାନିବାରଣ ଅଭିଯାନ ତରଫରୁ ମଦ ବିରୋଧୀ ପଦଯାତ୍ରା ଭାବେ ଚଳିତ ମାସ ୫ ତାରିଖରେ କଟକ ରେଳଷ୍ଟେସନଠାରୁ ଏବଂ ୬ ତାରିଖରେ ଡେଲାଙ୍ଗର ଗାନ୍ଧୀପୀଠ ବେରବୋଇ ଠାରୁ ତଥା ଓଡିଶାର ଅନ୍ୟ ସ୍ଥାନମାନଙ୍କରୁ ସାଥୀମାନେ ଆସି ତା ୦୭/୦୨/୨୦୧୯ରିଖରେ ଭୁବନେଶ୍ୱର ଲୋୟର ପି.ଏମ.ଜିରେ ପହଂଚିବେ  । ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ଏକ ବିଶାଳ ସାଧାରଣ ସଭା ମାଧ୍ୟମରେ  ଓଡିଶା ସରକାରଙ୍କୁ ଚେତାବନୀ ସ୍ୱରୂପ ଆସନ୍ତା ନିର୍ବାଚନ ପୂର୍ବରୁ ଓଡିଶାକୁ ସଂପୂର୍ଣ୍ଣରୂପେ ମଦମୁକ୍ତ କରିବା ପାଇଁ ଦାବୀ ଉପସ୍ଥାପନ କରାଯିବ  । ନହେଲେ ଏହି ବିରୋଧୀ ଧ୍ୱନୀ “ଓଡିଶାରୁ ମଦ ହଟିବ – ନହେଲେ ନବୀନ ହଟିବେ”ରେ  ସ୍ପଷ୍ଟରୂପେ ରୂପାନ୍ତରିତ ହେବ  । ଏହି ଧ୍ୱନୀର ଧକ୍କାରେ ନବୀନ ଗାଦୀରୁ ଖସିପଡିିବେ  ।
ଏହାପୂର୍ବରୁ  ଗତବର୍ଷ ୩୦ ଜାନୁୟାରୀ ୨୦୧୮ ଭୁବନେଶ୍ୱରଠାରେ ଏକ ସର୍ବଭାରତୀୟ ସମ୍ମିଳନୀ ର ପରବର୍ତୀ କାର୍ଯ୍ୟକ୍ରମ ସ୍ୱରୂପ ଚଳିତ ବର୍ଷ ଜାନୁୟାରୀ ୩୦ ତାରିଖ ଶହୀଦ ଦିବସରେ ଦିଲ୍ଲୀଠାରେ ଏକ ସର୍ବଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି  । ଏହି ସମ୍ମିଳନୀରେ ଓଡିଶା ସମେତ ସାରା ଭାରତର ୧୨ଟି ରାଜ୍ୟରୁ ଏକ ହଜାରରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇ ଭାରତକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ପଦକ୍ଷେପ କରିବା ପଦକ୍ଷେପ ଗ୍ରହଣ ପାଇଁ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ଉପସ୍ଥାପନ କରିଥିଲେ  । ଚଳିତ ବର୍ଷ ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ସାରାଭାରତ ସଂପୂର୍ଣ୍ଣ ମଦମୁକ୍ତ ହେଲେ ଜାତିରପିତା ଗାନ୍ଧୀଜୀଙ୍କୁ ପ୍ରକୃତ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଯୋଗେନ୍ଦ୍ର ଯାଦବଙ୍କ ସହ ଅନେକ ବକ୍ତା ମନ୍ତବ୍ୟ ରଖିଥିଲେ  ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଖ୍ୟାତ ମଦବିରୋଧୀ ଆଦିବାସୀ ନାରୀନେତ୍ରୀ ଶ୍ରୀମତୀ ସୁମନୀ ଝୋଡିଆଙ୍କ ସହ ମୋନାର ସଭାପତି ସର୍ବଶ୍ରୀ ପଦ୍ମଚରଣ ନାୟକ, ଅଦ୍ୱୈତ୍ୟ ପାତ୍ର, ପ୍ରିୟନାଥ ଆଚାର୍ଯ୍ୟ, ରମାକାନ୍ତ ମଣ୍ଡଳ, ବିଜୟକୁମାର ସ୍ୱାଇଁ, ମକରନ୍ଦ ମୁଦୁଲି, ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, କାହ୍ନୁଚରଣ ବେହୁରା, ଶ୍ରୀମତୀ ବାଣୀ ଦାସ, ଅପର୍ଣ୍ଣା ନାୟକ, ଇନ୍ଦୁମତୀ ସାହୁ, କନକ ମଞ୍ଜରୀ ଭଞ୍ଜ ପମୁଖ ଉପସ୍ଥିତ ଥିଲେ  ।

Share It

Comments are closed.