ABCD 3ର ପ୍ରଥମ ପୋଷ୍ଟର ରିଲିଜ


ଏବିସିଡି ଏବଂ ଏବିସିଡି ୨ର ସଫଳତା ପରେ ଫିଲ୍ମ ପ୍ରସ୍ତୁତକର୍ତ୍ତା ତଥା କୋରିଓଗ୍ରାଫର ରେମୋ ଡିସୋଜା ଏହାର ସିକ୍ୱେଲ ଏସବିସିଡି-୩ର ପ୍ରସ୍ତୁତି କରୁଛନ୍ତି । ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଯାଇଛି । ଏଥିରେ ବରୁଣ ଧୱନ ହାୱାରେ ଏକ ଡ୍ୟାନ୍ସ ପୋଜ ଦେଉଛନ୍ତି । ଏହି ଫଟୋଟିକୁ ଶ୍ରଦ୍ଧା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ନଭେମ୍ବର୮ରେ ସମସ୍ତ ରୁଲ ବ୍ରେକ କରିବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଛନ୍ତି । ଏହି ଫିଲ୍ମଟିରେ ବରୁଣ ଧୱନ ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ । ଶ୍ରଦ୍ଧା ଏବଂ ବରୁଣ ମଧ୍ୟ ଏବିସିଡି-୨ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୮ରେ ରିଲିଜ ହେବ ।
ଏଥିରେ ମଧ୍ୟ ପ୍ରଭୁଦେବା, ନୋରା ଫତେହୀ ଏବଂ ଅପରଶକ୍ତି ଖୁରାନାଙ୍କୁ ପ୍ରମୁଖ ଅଭିନୟ କରିବାର ଦେଖିବାକୁ ମିଳିବ । ପୂର୍ବରୁ ଫିଲ୍ମରେ ମୁଖ୍ୟ ନାୟିକା ଭାବେ କ୍ୟାଟ୍ରିନା କୈଫ ନଜର ଆସିବେ ବୋଲି ର‌୍ୟୁମର ଆସୁଥିବା ବେଳେ ଫିଲ୍ମରେ କ୍ୟାଟ୍ରିନା ନୁହେଁ ବରଂ ଶ୍ରଦ୍ଧା ଅଭିନୟ କରୁଛନ୍ତି ବୋଲି କନଫର୍ମ ହୋଇଛି । ଏବିସିଡି-୩ ଫିଲ୍ମ ଦ୍ୱାରା ମଧ୍ୟ ଡ୍ୟାନ୍ସ ଇଣ୍ଡିଆ ଡାନ୍ସ-୨ର ବିଜେତା ଶକ୍ତି ମୋହନ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିଲ୍ମଟିକୁ ଭୂଷଣ କୁମାର ପ୍ରଯୋଜନା କରିବେ । ଫିଲ୍ମରେ ବରୁଣ ଏକ ପଞ୍ଜାବୀ ମୁଣ୍ଡା ଏବଂ ଶ୍ରଦ୍ଧା ପାକିସ୍ତାନୀ ଡ୍ୟାନସର ଭୂମିକାରେ ନଜର ଆସିବେ । ଶ୍ରଦ୍ଧା ଏଥିରେ ୫ଟି ଭିନ୍ନ ଡାନ୍ସ ଫର୍ମ ତଥା ଲକିଂ-ପପିଂ,ଆଫ୍ରୋ, କୁମ୍ପ, ଟଟିଂ, ଆନିମେସନ ଏବଂ ଅର୍ବାନର ଟ୍ରେନିଂ ନେଇଛନ୍ତି । ଏହାର ସୁଟିଂ ଲଣ୍ଡନରେ ଏବଂ ପଞ୍ଜାବରେ କରାଯାଇଥିବା ବେଳେ ଏହା ଏପ୍ରିଲ ମଝି ବେଳକୁ ଶେଷ ହେବ । ଏବିସିଡିର ସମସ୍ତ ସିକ୍ୱେଲ ଦର୍ଶକ ମାନଙ୍କ ଦ୍ୱାରା ପସନ୍ଦ ହୋଇଥିବା ବେଳେ ଏହି ଫିଲ୍ମଟି କେତେ ଆଦୃତ ହୋଇପାରିବ ତାହା ଅପେକ୍ଷାରେ ଦର୍ଶକ ।


Share It

Comments are closed.