ଖରାରେ ତ୍ୱଚାର କିପରି ଯତ୍ନ ନେବେ
ଆରମ୍ଭ ହୋଇ ଯାଇଛି ଅସହ୍ୟ ଖରା । ତାତିରେ ସମସ୍ତେ ଅସ୍ତବ୍ୟସ୍ତ । ଖରାର ତାତି ଏବଂ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ହେତୁ ଚର୍ମରେ ଅନେକ ସମସ୍ୟା ଦେଖାଦେଇଥାଏ। ଟିକିଏ ଧ୍ୟାନ ରଖିଲେ ଆପଣ ସୁନ୍ଦର ଓ ସୁସ୍ଥ ତ୍ଵଚ୍ଚା ପାଇପାରିବେ। ଖରା ଦିନରେ ଆପଣ କିପରି ଶରୀରର ଯତ୍ନ ନେବେ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।
ମୁହଁର ଯତ୍ନ: ଆପଣଙ୍କ ମୁହଁ ହେଉଛି ସାରା ଦୁନିଆ ଆଗରେ ଆପଣଙ୍କର ପରିଚୟ। ତେଣୁ ବର୍ଷକ ୩୬୫ ଦିନ ଆପଣଙ୍କୁ ଏହାର ଯତ୍ନ ନେବାକୁ ପଡିବ। ଖାସ କରି ଖରା ଦିନେ ଏହାର ବିଶେଷ ଯତ୍ନ ନେବାକୁ ପଡିବ। ଖରା ଦିନେ ମୁହଁ କୁ ସବୁବେଳେ ପରିଷ୍କାର ରଖିବେ। ଝାଳ ଓ ପ୍ରଦୂଷଣ ଠାରୁ ଦୂରେଇ ରଖିବେ। ଏଥିପାଇଁ ଦିନକୁ ୩-୪ ଥର ମୁହଁ ଧୁଅନ୍ତୁ,ପ୍ରତିଥର ଫେସୱାସ ବ୍ୟବହାର କରିବା କିଛି ଆବଶ୍ୟକ ନାହିଁ । ଖାଲି ପାଣିରେ ମଧ୍ୟ ଧୋଇପାରିବେ। ମୁହଁକୁ ପରିଷ୍କାର ରଖିବା ପାଇଁ ସପ୍ତାହକୁ ୨-୩ ଥର ସ୍କ୍ରବ କରନ୍ତୁ। ଯେଉଁ ସ୍କ୍ରବ ଆପଣଙ୍କ ତ୍ଵଚ୍ଚା ପାଇଁ ଭଲ ତାହା ବ୍ୟବହାର କରିବେ। ଯଦି ଆପଣଙ୍କର ମୁହଁରେ ବ୍ରଣ ହେଉଥାଏ ତେବେ ମୂଲତାନି ମାଟି,ଚନ୍ଦନ ଓ ଗୋଲାପଜଳ ବ୍ୟବାହାର କରନ୍ତୁ କିମ୍ବା ଶୁଷ୍କ ତ୍ଵଚ୍ଚା ପାଇଁ ଅଣ୍ଡାର ଧଳା ଅଂଶ,ଲେମ୍ବୁ,ଦହି,ଚନ୍ଦନ କିମ୍ବା ହଳଦୀ ଲଗାଇ ପାରିବେ।
ଖରାଦିନେ ତ୍ଵଚ୍ଚାର ଯତ୍ନ ପାଇଁ ଘରୋଇ ଉପଚାର ଅତ୍ୟନ୍ତ ଉପଯୋଗୀ। ଆପଣଙ୍କ ରୋଷେଇ ଘରେ ମଧ୍ୟ ଏପରି ସାମଗ୍ରୀ ଅଛି ଯାହା ଆପଣଙ୍କ ତ୍ଵଚ୍ଚାକୁ ଖରାଦିନେ ସୁନ୍ଦର ଚମକ ଦେଇ ପାରିବ। ତ୍ଵଚ୍ଚାକୁ ସତେଜ ରଖିବାରେ ଲେମ୍ବୁ ଓ ଟମଟୋ ବହୁତ ସାହାଯ୍ୟ କରନ୍ତି। ଟମଟୋ ରସକୁ ଫ୍ରିଜରେ ଥଣ୍ଡା କରି ପ୍ରତି ଦୁଇଦିନରେ ଥରେ ସ୍କ୍ରାବ କରନ୍ତୁ ଓ ଶୁଖି ଗଲାପରେ ମୁହଁକୁ ଧୋଇଦିଅନ୍ତୁ। ଟମାଟୋରେ ଥିବା ଲାଇସୋପୀନ ନାମକ ଉପାଦାନ ତ୍ଵଚ୍ଚାରେ ଚମକ ଆଣିଥାଏ।
ସନସ୍କ୍ରିନ ଲୋଶନର ବ୍ୟବହାର : ଖରାଦିନେ ସନସ୍କ୍ରିନ ଲୋଶନର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଖରାର ଅତିବାଇଗଣି ରଶ୍ମିରୁ ଏହା ତ୍ଵଚ୍ଚାକୁ ରକ୍ଷାକରିଥାଏ । ଖରାକୁ ବାହାରିବାର ୨୦-୩୦ ମିନିଟ ପୂର୍ବରୁ ଏହାର ପ୍ରୟୋଗ କରନ୍ତୁ।
ଆଖି ଓ ଓଠର ଯତ୍ନ: ଖରାଦିନେ ଆଖି ଓ ଓଠର ଯତ୍ନ ନେବା ନିହାତି ଜରୁରୀ। ସାମନ୍ୟ ଖରାରେ ଆଖି ତଳରେ କାଳଦାଗ ପଡିଯାଏ। ଖରାକୁ ବାହାରିବା ପୂର୍ବରୁ ସନଗ୍ଳାସ ଓ ଲିପବାମର ବ୍ୟବହାର କରନ୍ତୁ। ଯଦି ଖରାରେ ଅଧିକ ସମୟ ବାହାରେ ରହିବା ଫଳରେ ଆଖିରେ ପୋଡା ଅନୁଭବ ହୁଏ ତେବେ ଆଖିକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ,ସଙ୍ଗେ ସଙ୍ଗେ ଉପଶମ ମିଳିବ।
ଉପଯୁକ୍ତ ଖାଦ୍ୟ ଖାଆନ୍ତୁ: ଖରା ଦିନେ ଅଧିକ ତେଲଯୁକ୍ତ ଖାଦ୍ୟ ଖଆନ୍ତୁ ନାହିଁ,ଏହା ଦ୍ଵାରା ଶରୀର ଅଧିକ ଖରାପ ହୋଇଥାଏ ।ସବୁବେଳେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ । ଦିନକୁ ଅତିକମ୍ ରେ ୭ -୮ ଗ୍ଳାସ ପଣି ପିଆନ୍ତୁ ଓ ପ୍ରାକୃତିକ ପାନୀୟ ଯଥା ପଇଡପାଣି,ଫଳରସ ପିଆନ୍ତୁ।
ଉପଯୁକ୍ତ ପୋଷାକ ପରିଧାନ କରନ୍ତୁ: ଖରାଦିନେ ପତଳା ଓ ହାଲୁକା ସୂତାର କପଡା ପିନ୍ଧାନ୍ତୁ। ମୋଟ କପଡା ପିନ୍ଧାନ୍ତୁ ନାହିଁ ଏହା ଦ୍ଵାରା ଶରୀରରେ ଅଧିକ ଝାଳ ବୋହି କୁଣ୍ଡାଇ ହେବା ରୋଗ ହୋଇଥାଏ।
ପରିଷ୍କାର ରୁହନ୍ତୁ: ଖରାଦିନେ ସବୁବେଳେ ପରିଷ୍କାର ରୁହନ୍ତୁ। ଦିନକୁ ଦୁଇଥର ଗାଧୋଇବା ଭଲ। ଯଦି ଖରା ଦିନେ ଆପଣ ଙ୍କୁ ଘିମିରି ସମସ୍ୟା ଦେଖାଦିଏ ତେବେ ନିମ୍ବ କୁ ପାଣିରେ ମିଶାଇ ଗାଧାନ୍ତୁ।
Comments are closed.