ବ୍ରାଣ୍ଡ୍ ଫ୍ୟାକ୍ଟ୍ରିର ପଣା ସଂକ୍ରାନ୍ତୀ ଅଫର


ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ତରଫରୁ ପଣା ସଂକ୍ରାନ୍ତୀ ଅଫର ଘୋଷଣା କରାଯାଇଛି । ଅନବ୍ରାଣ୍ଡେଡ୍ ଟୁ ବ୍ରାଣ୍ଡେଡ୍ ଅଫର ନାମକ ଏହି ଅଫର ଏପ୍ରିଲ୍ ୫ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ । ଗ୍ରାହକମାନେ ସେମାନଙ୍କ ପୁରୁଣା ପୋଷାକ, ଜୋତା, ଲଗେଜ୍ ଏବଂ ଅନ୍ୟ ଫେସନ୍ ଉତ୍ପାଦଗୁଡ଼ିକୁ ବଦଳାଇ (ଏକ୍ସଚେଂଜ୍) କରି ଏକ୍ସଚେଂଜ୍ ରିହାତି ଭାଉଚର୍ ପାଇପାରିବ ଯାହାକୁ ସେମାନେ ନୂଆ ସାମଗ୍ରୀ କିଣାକିଣି ବେଳେ ଅତିରିକ୍ତ ରିହାତି ପାଇଁ ବ୍ୟବହାର କରିପାରିବେ । ଏହି ଅଫରରେ ଗ୍ରାହକମାନେ ସର୍ବନିମ୍ନ ୧୦୦ ଟଙ୍କାରୁ ସର୍ବାଧିକ ୫୦୦ ଟଙ୍କାର ଏକ୍ସଚେଞ୍ଜ ରିହାତି ଭାଉଚର୍ ପାଇପାରିବେ । ଏହା ବ୍ୟତୀତ ଲୋକପ୍ରିୟ ବ୍ରାଣ୍ଡ୍ କିଣାକିଣି ଉପରେ ଗ୍ରାହକମାନେ ୫୦% ପର୍ଯ୍ୟନ୍ତ ରିହାତି ପାଇବେ ।

ବ୍ରାଣ୍ଡ୍ ଫ୍ୟାକ୍ଟ୍ରିର ସାରା ଦେଶର ୪୧ଟି ସହରରେ ୯୨ ଷ୍ଟୋର୍ ରହିଛି । କଂପାନିର ଷ୍ଟୋର୍ରେ ପୁରୁଷ, ମହିଳା ଓ ଶିଶୁ ପୋଷାକ ବିକ୍ରି କରାଯାଉଛି ।
ଶ୍ରୀଯୁକ୍ତ ସୁରେଶ ସିଦ୍ଧୱାନି, ସିଇଓ, ବ୍ରାଣ୍ଡ୍ ଫ୍ୟାକ୍ଟ୍ରି କହିଛନ୍ତି ଯେ, “ଉତ୍ସବ ହେଉଛି ନୂଆ ପୋଷାକପତ୍ର ପରିଧାନ କରିବା । ବ୍ରାଣ୍ଡ୍ ଫ୍ୟାକ୍ଟ୍ରିରେ ଆମେ ଗ୍ରାହକଙ୍କ ପାଇଁ ଉତ୍ସବକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛୁ ଯେଉଁଥିରେ ପୁରୁଣା ପୋଷାକ ବଦଳାଇ ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ ଏବଂ ନୂଆ ପୋଷାକ କିଣାକିଣି ବେଳେ ରିହାତି ପ୍ରଦାନ କରିବାରେ ତାହା ସହାୟକ ହେବ । ଆମେ ସବୁ ଗ୍ରାହକଙ୍କୁ ଏହି ଉତ୍ସବ ପାଳନକୁ ସ୍ୱାଗତ କରୁଛି ଓ ନୂଆବର୍ଷର ଶୁଭକାମନା ଜଣାଉଛି ।’’


Share It

Comments are closed.