ଏୟାରଟେଲରେ ଏବେ ବହି ପଢନ୍ତୁ ଏୟାରଟେଲ୍ ବୁକ୍ସ ମାଧ୍ୟମରେ


ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ କମ୍ପାନୀ, ଭାରତୀ ଏୟାରଟେଲ୍ ପକ୍ଷରୁ ଏକ ନୂତନ ଆପ୍, ଏୟାରଟେଲ୍ ବୁକ୍ସର ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ସେବା ଏବଂ ଏହାର ଲୋକପ୍ରିୟ ଅଫରିଂ ଯେପରିକି ଉୟିଙ୍କ ମ୍ୟୁଜିକ୍ ଏବଂ ଏୟାରଟେଲ୍ ଟିଭି ସହିତ କମ୍ପାନୀ ଏକ ଦୃତ ଅଭିବୃଦ୍ଧିଶୀଳ ଡ଼ିଜିଟାଲ କଣ୍ଟେଟ ସୃଙ୍ଖଳା ହୋଇପାରିଛି । ଏୟାରଟେଲ ପକ୍ଷରୁ କେତେକ ଲୋକପ୍ରିୟ ପ୍ରକାଶନ ସଂସ୍ଥା ଏବଂ ଯୁଗାରନଟର ଇବୁକ୍ କ୍ୟାଟଲଗ୍ ପାଇଁ ସହବନ୍ଧିତା କରାଯାଇଛି । ଉଭୟ ଏୟାରଟେଲ୍ ଏବଂ ଅଣ ଏୟାରଟେଲ ଗ୍ରାହକ ମାନଙ୍କ ପାଇଁ ଆଇଓଏସ ଏବଂ ଆଣ୍ଡ୍ରଏଡ଼ରେ ଉକ୍ତ ଆପ୍ ଉପଲବ୍ଧ । ପ୍ରାଥମିକଭାବେ ଏୟାରଟେଲ ବୁକ୍ସ ପକ୍ଷରୁ ୭୦,୦୦୦ରୁ ଅଧିକ ଅଗ୍ରଣୀ ଭାରତୀୟ ଏବଂ ଆନ୍ତର୍ଜାତୀକ ଲେଖକ ମାନଙ୍କର ଲ୍ଖୋକୁ ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଛି, ଯେଉଁଥିରେ ରଜତ ଗୁପ୍ତାଙ୍କର “ମାଇଁଣ୍ଡ ଉୟିଥ ଆଉଟ ଫିୟର”ହେଉଛି ଉକ୍ତ କଲେକ୍ସନର ଏକ ଆକର୍ଷଣୀୟ ଅଂଶ ।

ସମସ୍ତ ଏୟାରଟେଲ ବୁକ୍ସ ଉପଭୋକ୍ତାଙ୍କୁ ୩୦ ଦିନର ଟ୍ରାଏଲ ଅନୁଭୂତି ପାଇଁ ଉକ୍ତ ଆପ ପ୍ରଦାନ କରାଯିବ, ଯାହାକି ସମ୍ପୁର୍ଣ୍ଣ ମାଗଣା ରହିବ । ଏୟାରଟେଲ ବୁକର ଏକ ଗ୍ରାହକ ସେବା, ରିଡ଼ର୍ସ କ୍ଲବ ରହିଛି, ଯେଉଁଥିରେ ୬ ମାସର ବ୍ୟବହାର ପାଇଁ ମାତ୍ର ୧୨୯ ଟଙ୍କା ଏବଂ ୧୨ ମାସ ବ୍ୟବହାର ପାଇଁ ମାତ୍ର ୧୯୯ ଟଙ୍କା ରହିଛି । ଗ୍ରାହକମାନେ ଆହୁରୀ ମଧ୍ୟ ଗୋଟିଏ ଗୋଟିଏ ବହି ଭିତ୍ତିରେ ମଧ୍ୟ ଖୁବ୍ ମୂଲ୍ୟରେ ଏହାକୁ କ୍ରୟ କରିପାରିବେ ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ ପକ୍ଷରୁ ଏହାର କଣ୍ଟେଟ୍ ଏବଂ ଆପ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସମୀର ବାତ୍ରା କହିଛନ୍ତିଯେ, “ବିଶ୍ୱସ୍ତରୀୟ ଡ଼ିଜିଟାଲ କଣ୍ଟେଟ ସୃଙ୍ଖଳା ନିର୍ମାଣରେ ଏୟାରଟେଲ୍ ପକ୍ଷରୁ ଆଉ ଏକ ମାଇଲଷ୍ଟୋନ୍ ସୃଷ୍ଟି ହୋଇପାରିଛି । ଇ ବୁକ୍ସ ହେଉଛି ମ୍ୟୁଜିକ ଏବଂ ଭିଡ଼ିଓ ପରି ଏକ ଦୃତ ଅଭିବୃଦ୍ଧିଶୀଳ ବିଭାଗ । ଆମ୍ଭେମାନେ ଏହି ନୂତନ ପଦକ୍ଷେପକୁନେଇ ଅତ୍ୟନ୍ତ ଉତ୍ସାହିତ ।” ଏହି ଅବସରରେ ଯୁଗାରନଟ ବୁକ୍ସର ସହପ୍ରତିଷ୍ଠାତା, ଚିକି ସରକାର କହିଛନ୍ତିଯେ, “ଦେଶରେ ଦୃତ ବେଗରେ ବୃଦ୍ଧି ପାଉଥିବା ସ୍ମାର୍ଟଫୋନର ବ୍ୟବହାର ଏବଂ ଫୋନରେ ଅତି କମ୍ ମୂଲ୍ୟରେ ଉପଲବ୍ଧ ହେଉଥିବା ବୁକ୍ସ ପାଇଁ ଯୁଗାରନଟ୍ ନିଜକୁ ପ୍ରତିଷ୍ଠିତ କରିପାରିଛି । ଉକ୍ତ ଲକ୍ଷ୍ୟକୁ ପୂରଣ କରିବାରେ ଏୟାରଟେଲ ସହିତ ଆମର ସହବନ୍ଧିତା ସହାୟକ ହୋଇପାରିବ ।”


Share It

Comments are closed.