ପରୀକ୍ଷା ଫଳ ପ୍ରକାଶ ନପାଇବା ହେତୁ ଅନଶନର ଧମକ ଦେଲେ ଏମ୍.ପି.ସି ମହାବିଦ୍ୟାଳୟର ଛାତ୍ରଛାତ୍ରୀ


ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ, ୨୦୧୭ ମସିହା ବ୍ୟାଚର ଅନେକ ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ନ ପାଇଥିବା ହେତୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ନପାଇବା ହେତୁ ସେମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାରମୟ ହୋଇଯାଇଛି ।
ପୂର୍ବରୁ ଛାତ୍ରଛାତ୍ରୀମାନେ ଏହି ଘଟଣା ସଂପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ଫାଇଦା ମିଳିନଥିବା ହେତୁ ଆଗାମୀ ୧୪ ତାରିଖ ସୁଦ୍ଧା ଯଦି ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ କରାନଯାଏ, ତେବେ ସେମାନେ କଲେଜ ସମ୍ମୁଖରେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି ।
ଏହି ଅବସରରେ ଜଣେ ବିଦ୍ୟାର୍ଥି କହିଛନ୍ତି ଯେ, “ପରୀକ୍ଷା ଫଳ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ନପାଇଥିବା, ଆମ ସମସ୍ତଙ୍କର ଭବିଷ୍ୟତ ବର୍ତ୍ତମାନ ଅନ୍ଧକାରମୟ ହୋଇ ଯାଇଛି । ମେମୋ ନଂ- ୨୦୧୭ (୭) ଅନୁସାରେ ୨.୮.୨୦୧୭ ଆମେ ସମସ୍ତ ମନୋନୀତ ହୋଇ ମହାବିଦ୍ୟାଳୟରେ ନାମ ଲେଖାଇଥିବାବେଳେ କଲେଜର ଆଫିଲିଏସନ ଦେୟ ସହିତ କଲେଜର ସମସ୍ତ ଦେୟ ବିଧିବଦ୍ଧ ଭାବେ ପୈଠ କରିଥିଲୁ । ଏହା ସହ ଆମେ ସମସ୍ତ ସେମିଷ୍ଟାର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ଥିବାବେଳେ କେଉଁଥିପାଇଁ ଫଳାଫଳ ବାହାରିବାରେ ବିଳମ୍ବ ହେଉଛି ତାହା ଆମମାନଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ”


Share It

Comments are closed.