ବିଚ ରାସ୍ତାରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ


ଆଜି ହରିୟାଣାର କଂଗ୍ରେସ ମୁଖପାତ୍ର ‘ବିକାଶ ଚୌଦୁରୀ’ଙ୍କୁ ଦୁର୍ବୁତ ମାନେ ଗୁଳି କରି ହତ୍ୟା କରିଛନ୍ତି । ବିକାଶଙ୍କୁ ହତ୍ୟା କରିବା ପରେ ଦୁର୍ବୁତମାନେ ସେଠାରୁ ଫେରାର ହୋଇଯାଇଥିବାବେଳେ ମିଳିଥିବା ସୂଚନା ମୁତାବକ ଏହି ଘଟଣାଟି ଫରିଦାବାଦସ୍ଥିତ ସେକ୍ଟର ୯ ଏସିଆନ ହସ୍ପିଟାଲର କ୍ଲିନିକ ସାମନାରେ ଘଟିଥିଲା ।
ପ୍ରକାଶ ଥାଉକି, ବିକାଶ ଗୁରୁବାର ସକାଳୁ ଜିମରୁ ଫେରୁଥିବାବେଳେ କିଛି ଦୁବୁର୍ତମାନେ ଏକ କାର ଆସି ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ । ବିକାଶ ଜିମରୁ ଫେରୁଥିବା ସମୟରେ ଦୁର୍ବୁତମାନେ ଏକ କାରରେ ଆସି ତାଙ୍କ ଉପରକୁ ଅକର୍ତିତ ଭାବେ ଗୁଳି କରିଥିଲେ, ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।


ଏହି ଘଟଣା କେଉଁଥିପାଇଁ ଘଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୋଲିସ ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ବିକାଶଙ୍କୁ ଗୁଳିମାରିଥିବା ଅପରାଧିଙ୍କ ସଂଖ୍ୟା ୪ରୁ ୫ ଥିବାବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।


Share It

Comments are closed.